୧୧୪ କୁକୁରଙ୍କ ମାଲିକ ମିଥୁନ ଚକ୍ରବର୍ତ୍ତୀ! ରାଜନୀତି କେବଳ ସଉକ, ଆୟର ସ୍ରୋତ ଜାଣିଲେ ଆପଣବି ଚମକିବେ

Published By : Prameya-News7 Bureau | March 10, 2021 IST

କୋଲକାତା ୧୦।୩:  କୋଲକାତା ବ୍ରିଗେଡ ମୈଦାନରେ ୭ ମାର୍ଚ୍ଚ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସମାବେଶର ଅନ୍ୟତମ ଆକର୍ଷଣ ଥିଲେ ପୂର୍ବତନ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ। ଏହି ଜନସମାବେଶରେ ମିଥୁନ ବିଜେପିରେ ସାମିଲ ହୋଇଥିବା ବେଳେ ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ଏବେ ସେ ଖୁବ୍ ଚର୍ଚ୍ଚାରେ।

ବଲିଉଡର ଧନୀ ଷ୍ଟାରଙ୍କ ମଧ୍ୟରେ ମିଥୁନ ଚକ୍ରବର୍ତ୍ତୀ ଅନ୍ୟତମ। ହେଲେ ଦୀର୍ଘ ସମୟରୁ ସେ ବଲିଉଡ ଗସିପ୍‌ରୁ ବେଶ୍ ଦୂରରେ ଅଛନ୍ତି। ୨୦୧୫ ମସିହାରେ ତାଙ୍କର ଶେଷ ଫିଲ୍ମ ‘ହବାଇଜ୍ୟାଦା’ ମୁକ୍ତିଲାଭ କରିଥିଲା। ଫିଲ୍ମଟିରୁ ଆଶାନୁରୂପ ବ୍ୟବସାୟ ମିଳିନଥିଲା। ଏଣୁ ଫିଲ୍ମ ଦୁନିଆରୁ ମିଥୁନଙ୍କ ଅଫର ଆସିବା ବନ୍ଦ ହୋଇଯାଇଥିଲା।

{"id":420861,"sizeSlug":"large","linkDestination":"none"}

ତେବେ ଫିଲ୍ମ ଅଫର ନଥିଲେ ବି ଦାଦାଙ୍କ ବାର୍ଷିକ ଟର୍ଣ୍ଣଓଭର ୨୪୦ କୋଟିରୁ ବି ଅଧିକ। ମୁମ୍ବାଇରେ ମିଥୁନଙ୍କ ୨ଟି ବିଳାଶମୟ ବଙ୍ଗଳା ରହିଛି। ଏଥିରୁ ଗୋଟିଏ ବାନ୍ଦ୍ରାରେ ଥିବା ବେଳେ ଅନ୍ୟଟି ମଡଆଇଲ୍ୟାଣ୍ଡରେ। ଏହା ଛଡା ମୋନାର୍କ ଗ୍ରୁପ ନାମରେ ତାଙ୍କର ହୋଟେଲ ଶୃଙ୍ଖଳା ରହିଛି। ମିଥୁନ ପଶୁପକ୍ଷୀଙ୍କୁ ବେଶ ଆଦର କରନ୍ତି। ଏଥିରେ ସେ କୁକୁର ସୌକ ମଧ୍ୟ ରଖନ୍ତି। ଏଥିରେ ମିଥୁନଙ୍କ ପାଖରେ ବିଭିନ୍ନ ପ୍ରଜାତିର ପ୍ରାୟ ୧୧୪ଟି କୁକୁର ଥିବା ଜଣାପଡିଛି।

ଏହି କୁକୁରମାନେ ତାଙ୍କ ସମ୍ପତ୍ତିର ଦେଖାଶୁଣା ମଧ୍ୟ କରୁଛନ୍ତି। ଏଣୁ ମୁମ୍ବାଇରେ ମିଥୁନଙ୍କ ଘର ସବୁଠୁ ସୁରକ୍ଷିତ ଘର ବୋଲି କୁହାଯାଉଛି।  ମୁମ୍ବାଇରେ ଘର ଦୁଇଟିକୁ ଜଗିବା ପାଇଁ ମିଥୁନ ୩୮ଟି କୁକୁର ପାଳିଛନ୍ତି। କୁକୁରଙ୍କ ସୌକ ଯୋଗୁ ମିଥୁନ କେନେଲ କ୍ଲବ ଅଫ ଇଣ୍ଡିଆରେ ମଧ୍ୟ ସଦସ୍ୟ ଅଛନ୍ତି। ମୁମ୍ବାଇ ବାଦେ ମିଥୁନଙ୍କ ଉଟ୍ଟିସ୍ଥିତ ବଙ୍ଗଳାରେ ୭୬ଟି କୁକୁର ପାଳି ରଖିଛନ୍ତି।

{"id":420865,"sizeSlug":"large","linkDestination":"none"}

ମିଥୁନ ପଶ୍ଚିମବଙ୍ଗରେ ବେଶ୍ ଲୋକପ୍ରୀୟ। ବିଜେପିରେ ଯୋଗଦେବା ପରେ ରାଜ୍ୟ ରାଜନୀତିର ସମୀକରଣ ବଦଳିବ ବୋଲି ଏବେ ଚର୍ଚ୍ଚା ହେଉଛି।  ନିର୍ବାଚନୀ ମାହୋଲରେ ଏବେ ଲୋକେ ମିଥୁନଙ୍କ ପୁରୁଣା ଦିନର ଫିଲ୍ମ ଓ ତାଙ୍କ ସଉକକୁ ନେଇ କରୁଥିବା ଚର୍ଚ୍ଚାରେ କୁକରମାନେ ମଧ୍ୟ ସାମିଲ ଥିବାର ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.