Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||
  • ନିଆଳି : ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର
  • ||
  • ମୁନିଗୁଡା : ଅପରେସନ୍ ଗ୍ରୀନ୍ କ୍ଲିନ୍, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଢେଙ୍କାନାଳ : ଚାଷୀଙ୍କୁ କଚାଡି ମାରିଲା ଦନ୍ତା, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
  • ||
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||

ପ୍ରତିବର୍ଷ ଲକ୍ଷଲକ୍ଷ ଲୋକ କରୁଛନ୍ତି ‘ହଜ୍’, ଜାଣନ୍ତୁ ହାଜୀଙ୍କ ଲାଗି କିପରି ବ୍ୟବସ୍ଥା କରନ୍ତି ସାଉଦୀ ଆରବ ସରକାର

9/10/2019 at 7:32 PM

ବିଶ୍ୱର ଇସ୍ଲାମ ଧର୍ମାବଲମ୍ବୀଙ୍କ ଲାଗି ସାଉଦୀ ଆରବର ମକ୍କା ସବୁଠାରୁ ପବିତ୍ର ସ୍ଥଳ। ଇସ୍ଲାମ ଧାର୍ମିକ ମାନ୍ୟତା ଅନୁସାରେ ମୁସଲମାନ ଜୀବନରେ ଅନୁନ୍ୟ ଥରଟିଏ ହଜ କରିବା ଆବଶ୍ୟକ । ଏଣୁ ପ୍ରତିବର୍ଷ ବିଶ୍ୱର କୋଣ ଅନୁକୋଣରୁ ଲକ୍ଷଲକ୍ଷ ହଜ ଯାତ୍ରୀ ସାଉଦୀ ଆରବ ପହଞ୍ଚିଥାନ୍ତି।  ତେବେ ଏତେ ସଂଖ୍ୟକ ଲୋକଙ୍କ ଲାଗି ଆରବ ସରକାର କିପରି ବ୍ୟବସ୍ଥା କରନ୍ତି ତାହା ଜାଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହେବ। ତେବେ ଆସନ୍ତୁ ଜାଣିବା ଲକ୍ଷଲକ୍ଷ ଲୋକଙ୍କ ରହିବା, ଖାଇବା, ପରିବହନ ଓ ସେମାନଙ୍କ ଧାର୍ମିକ କାର୍ଯ୍ୟ ସୁରୁଖୁରୁରେ ସମାପନ କରି ପୁଣି ସେମାନଙ୍କୁ ନିଜ ଦେଶ ଅଭିମୁଖେ କିପରି ପଠାନ୍ତି ସାଉଦୀ ସରକାର।

ସାଉଦୀ ସରକାରଙ୍କ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୨୦୧୭ ମସିହାରେ ମୋଟ ୨୩ ଲକ୍ଷ ଲୋକ ହଜ କରିଥିଲେ। ତେବେ ୨୦୧୮ ମସିହାରେ ଲୋକଙ୍କ ସଂଖ୍ୟା ସାମାନ୍ୟ କମିଥିଲା। ତେବେ ୨୦ ଲକ୍ଷ ତଳକୁ ଓହ୍ଲାଇନଥିଲା। ପ୍ରତିବର୍ଷ ହଜ ଲାଗି ପହଞ୍ଚୁଥିବା ଲୋକଙ୍କ ସଂଖ୍ୟା ବଢିବଢି ଚାଲିଛି। ଏଣୁ ଲୋକେ କିପରି ସମସ୍ତ ଧାର୍ମିକ ନୀତିନିୟମ ପାଳନ ପୂର୍ବକ  ସୁରକ୍ଷିତ ହଜ କରି ଫେରିବେ ସେଥିଲାଗି ସାଉଦୀ ସରକାରଙ୍କ ହଜ ଓ ଉମରା ମନ୍ତ୍ରାଳୟ ସମ୍ପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରନ୍ତି। ଯାତ୍ରୀଙ୍କ ବଢୁଥିବା ସଂଖ୍ୟା ଯୋଗୁ ସରକାର ପ୍ରତିବର୍ଷ ଅତିରିକ୍ତ ବ୍ୟବସ୍ଥା କରିବାକୁ ବାଧ୍ୟ ହୁଅନ୍ତି। ସରକାରଙ୍କ ବ୍ୟବସ୍ଥାରେ ଯଦିଓ ଲୋକେ ସନ୍ତୁଷ୍ଟ ହେଉନାହାନ୍ତି, ତଥାପି କେଉଁ ବର୍ଷ ଯାତ୍ରୀଙ୍କ ସଂଖ୍ୟା କିନ୍ତୁ କମୁନି।

ଯାତ୍ରୀଙ୍କ ରହଣୀ ଲାଗି ସରକାର ପ୍ରତିବର୍ଷ ଅସ୍ଥାୟୀ ତମ୍ବୁ ବ୍ୟବସ୍ଥା କରିବା ସହ ସେମାନଙ୍କ ଖାଇବା ଲାଗି ଭୋଜନ କେନ୍ଦ୍ର ଓ ଗରିବଙ୍କ ଲାଗି ନିଶୁଳ୍କ ଭୋଜନ ବିତରଣ କେନ୍ଦ୍ର ମଧ୍ୟ ସ୍ଥାପନ କରନ୍ତି। ଏହା ଛଡା ଲୋକଙ୍କ ସ୍ୱାସ୍ଥ୍ୟ ସେବା ଲାଗି ମକ୍କା ଓ ମକ୍କାକୁ ଯିବା ରାସ୍ତାରେ ବିଭିନ୍ନ ପ୍ରକାର ମେଡିକାଲ କ୍ୟାମ୍ପ ମଧ୍ୟ ସ୍ଥାପିତ ହୋଇଥାଏ। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଲକ୍ଷଲକ୍ଷ ଲୋକ ଏକତ୍ର ହେଉଥିବାରୁ ସୁରକ୍ଷା ମଧ୍ୟ ଜରୁରି । ଏଣୁ ସରକାର ଲୋକଙ୍କ ସୁରକ୍ଷା ଲାଗି ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା କରିବା ସାଙ୍ଗକୁ ହାଜୀମାନଙ୍କ ଡାଟାବେସ୍ ପ୍ରସ୍ତୁତିର ବ୍ୟବସ୍ଥା ମଧ୍ୟ କରିଛନ୍ତି।  ହଜ ଲାଗି ବିଭିନ୍ନ ଦେଶ ସରକାରୀ ଭାବେ ନିଜର ନାଗରିକଙ୍କୁ ହଜ ସୁବିଧା ପ୍ରଦାନ କରୁଥିବା ବେଳେ ଲୋକେ ଘରୋଇ କମ୍ପାନୀଙ୍କ ହଜ୍ ପ୍ୟାକେଜରେ ବି ମକ୍କା ଯାତ୍ରା କରୁଛନ୍ତି। 

ଏଣୁ ବିଭିନ୍ନ ଦେଶର ବୈଦେଶିକ ମନ୍ତ୍ରାଳୟ  ଜେଦ୍ଦାସ୍ଥିତ କନସୁଲେଟ୍ ଜେନରାଲଙ୍କ ସହ ପରାମର୍ଶ କରି ଯାତ୍ରୀଙ୍କ ଲାଗି ଆବଶ୍ୟକ ପଦକ୍ଷେପ ନେଇଥାନ୍ତି। ଏକ ହିସାବରୁ ସାଉଦୀ ସରକାର ବାର୍ଷିକ ହଜ ପ୍ରବନ୍ଧନ ଲାଗି ୧୯୫୦ ମସିହାରୁ ଏପର୍ଯ୍ୟନ୍ତ ପ୍ରାୟ ୧ଶହ ବିଲିୟନ ଡଲାରରୁ ଊର୍ଦ୍ଧ୍ୱ ଖର୍ଚ୍ଚ କରିସାରିଥିବା ଜଣାପଡିଛି। ହଜା ଆୟୋଜନରେ ସହଯୋଗ ଲାଗି ଭାରତ ପ୍ରତିବର୍ଷ ୫ଶହରୁ ଅଧିକ ଅଧିକାରୀ ଓ କର୍ମଚାରୀଙ୍କୁ ସାଉଦୀ ଆରବ ପଠାଇଥାନ୍ତି। ସେହିପରି ଅନ୍ୟ ଦେଶମାନେ ମଧ୍ୟ ନିଜନିଜ ଦୃଷ୍ଟିରୁ ଏଥିରେ ସହଯୋଗ କରି ସାଉଦୀ ସରକାରଙ୍କ ସହଯୋଗ କରିବା ସହ ଆୟୋଜନରେ ନିଜକୁ ସାମିଲ କରନ୍ତି।  

   Related Posts