୪ଶହ କୋଠରୀର ମହଲରେ ରହୁଛନ୍ତି ଦେଶର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ, ଆଭ୍ୟନ୍ତରୀଣ ସାଜସଜ୍ଜାରେ ଜଡ଼ାଯାଇଛି ୫୬୦ କେଜି ସୁନା

Published By : Prameya-News7 Bureau | July 09, 2021 IST

ଗ୍ୱାଲିୟର ୯।୭: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଭାବେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଶୁକ୍ରବାର ମନ୍ତ୍ରାଳୟ ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନପାଇବା ପରେ ଜ୍ୟୋତିରାଦିତ୍ୟ ଖୁବ ଶୀଘ୍ର ଗ୍ୱାଲିୟର ଗସ୍ତରେ ଆସୁଥିବା ଜଣାପଡିଛି। କେନ୍ଦ୍ରମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ଗ୍ୱାଲିୟର ଗସ୍ତ। ଗ୍ୱାଲିୟରରେ ରାଜପରିବାରର ସଦସ୍ୟ ଜ୍ୟୋତିରାଦିତ୍ୟଙ୍କ ଭବ୍ୟ ରାଜମହଲ ରହିଛି। ଜୟବିଳାଶ ପାଲେସ୍‌ ନାମରେ ଜଣାଶୁଣା ଏହି ମହଲ ୪୦ ଏକର ଜମି ଉପରେ ନିର୍ମିତ ହୋଇଛି।

{"id":478131,"width":837,"height":561,"sizeSlug":"large","linkDestination":"none"}

ସିନ୍ଧିଆ ରାଜପରିବାରର ସମୃଦ୍ଧି ଓ ବିଳାଶ ବ୍ୟସନ ଜୟବିଳାଶ ପାଲେସର ଭବ୍ୟତାରୁ ସହଜରେ ଅନୁମାନ କରାଯାଇପାରେ। ପ୍ରାୟ ୪ ହଜାର କୋଟି ଟଙ୍କା ମୂଲ୍ୟର ଏହି ପାଲେସରେ ରହିଛି ୪୦୦ଟି କୋଠରୀ। ଯାହା ଦିଲ୍ଲୀ ରାଏସିନା ହିଲସ୍ଥିତ ରାଷ୍ଟ୍ରପତି ଭବନଠାରୁ ମଧ୍ୟ ଭବ୍ୟ ଓ ବିଶାଳ। ଏହା ତୁଳନାରେ ରାଷ୍ଟ୍ରପତି ଭବନର ମୋଟ କୋଠରୀ ସଂଖ୍ୟା ୩୬୦। ଏଥିରୁ ମହଲର ଭବ୍ୟତା ସହଜରେ ଅନୁମାନ କରାଯାଇପାରେ। ସିନ୍ଧିଆ ପରିବାରର ଜୟବିଳାଶ ପାଲେସ୍‌ର ନିର୍ମାଣ ୧୮୭୪ ମସିହାରେ ହୋଇଥିଲା। ସେତେବେଳେ ଗ୍ୱାଲିୟରରେ ରାଜା ଜୟାଜୀ ରାଓ ସିନ୍ଧିଆଙ୍କ ରାଜପାଟ ଚାଲିଥିଲା।

{"id":478133,"width":841,"height":630,"sizeSlug":"large","linkDestination":"none"}

ଏହି ମହଲଟି ବ୍ରିଟିଶ ସ୍ଥପତି ସାର ମାଇକେଲ ଫିଲୋସଙ୍କ ଡିଜାଇନରେ ନିର୍ମିତ ହୋଇଥିଲା। କୁହାଯାଉଛି ଗ୍ୱାଲିୟର ମହାରାଜ ଏହି ବିଶାଳ ମହଲକୁ ୧୮୭୬ରେ ଭାରତ ପରିଦର୍ଶନରେ ଆସିଥିବା ବ୍ରିଟେନ ଯୁବରାଜ ପ୍ରିନ୍ସ ଜର୍ଜ ଓ ପ୍ରିନ୍ସେସ ମ୍ୟାରୀଙ୍କ ସ୍ୱାଗତ ଉଦ୍ଦେଶ୍ୟରେ ନିର୍ମାଣ କରାଇଥିଲେ। ଏହି ମହଲର ସିଲିଂରେ ସୁନା ଜଡା ଯାଇଥିଲା। ତ୍ରିତଳ ପ୍ରାସାଦର ଆଭ୍ୟନ୍ତରୀଣ ସାଜସଜ୍ଜା ଲାଗି ସେ ସମୟରେ ୫୬୦ କେଜି ସୁନା ଲଗାଯାଇଥିଲା। ଏବେ ଏହି ମହଲର ୪୦ଟି କୋଠରୀକୁ ସଂଗ୍ରହାଳୟରେ ରୂପାନ୍ତରିତ କରିଦିଆଯାଇଛି।

{"id":478134,"sizeSlug":"large","linkDestination":"none"}

ଏହି ସଂଗ୍ରହାଳୟରେ ରୂପାର ସବାରୀ ସମେତ ଝାନ୍ସୀ ରାଣୀଙ୍କ ଛତ୍ର, ମୋଗଲ ବାଦଶାହ ଆଉରଙ୍ଗଜେବ ଓ ଶାହା ଆଲାମଙ୍କ ସମୟର ତରବାରୀ ଓ ଭିଣ୍ଟେଜ କାର ଆଦି ସାଇତା ହୋଇ ରହିଛି। ଏହି ରାଜମହଲର ସିଲିଂରେ ଦୁଇଟି ଝାଡ ଆଲୋକ ଲଗାଯାଇଛି। ଯାହାର ଓଜନ ୩ ହଜାର ୫୦୦ କେଜି ବୋଲି କୁହାଯାଉଛି। ଏହି ଝାଡ ଦୁଇଟିକୁ ବେଲଜିୟମର କଳାକାରମାନେ ତିଆରି କରିଥିଲେ। ଏହି ଝୁମରଗୁଡିକୁ ସିଲିଂରେ ଲଗାଯିବା ପୂର୍ବରୁ ଛାତର ମଜଭୁତି ଜାଣିବା ଲାଗି ଏହା ଉପରେ ୧୦ଟି ହାତୀଙ୍କୁ ଚଢା ଯାଇଥିଲା ବୋଲି କୁହାଯାଉଛି। ପ୍ରାୟ ଏକ ସପ୍ତାହ ଧରି ଛାତର ମଜଭୁତ ଯାଞ୍ଚ ପରେ ଶିଲିଂରେ ଝାଡ ଟଙ୍ଗା ଯାଇଥିଲା।

{"id":478136,"width":839,"height":560,"sizeSlug":"large","linkDestination":"none"}

ଏହି ମହଲ ନିର୍ମାଣରେ ସେତେବେଳେ ୧କୋଟି ଟଙ୍କା ବ୍ୟୟ ହୋଇଥିଲା। ଯାହାର ଏବେ ଆନୁମାନିକ ମୂଲ୍ୟ ୪ ହଜାର କୋଟି ଟଙ୍କା ଆକଳନ କରାଯାଉଛି। ସିନ୍ଧିଆ ରାଜପରିବାରକୁ ଦେଶର ଅକୁତ ସମ୍ପତ୍ତିର ମାଲିକ ଭାବେ ଜଣାଯାଏ। ରାଜପରିବାରର ଜୟବିଳାଶ ପାଲେସ ବ୍ୟତୀତ ଦିଲ୍ଲୀର ସିନ୍ଧିଆ ଭିଲ୍ଲା ଓ ଗ୍ୱାଲିୟର ହାଉସ୍ ଆଦି ଭବ୍ୟ ଭବନ ସବୁ ରହିଛି। ତେବେ ଏହି ସମ୍ପତ୍ତିକୁ ନେଇ ରାଜପରିବାରରେ ବିବାଦ ମଧ୍ୟ ଦୀର୍ଘ ବର୍ଷରୁ ଜାରି ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.