ଜାଣନ୍ତୁ ସନ୍ତୋଷ ରାଉଳ ଓରଫ ସାରଥିଙ୍କର ରହିଛି କେତେ ସମ୍ପତ୍ତି, କେବଳ ସେ ଶୋଉଥିବା ସପ୍ତଫେଣୀ ପଲଙ୍କର ଦାମ୍ ଶୁଣିଲେ ଉଡିଯିବ ହୋସ୍

Published By : Prameya-News7 Bureau | July 28, 2019 IST

କଟକ ୨୮|୭: ସାରଥୀ ଓରଫ  ସନ୍ତୋଷ ରାଉଳଙ୍କ ବାରିମୂଳ ସ୍ଥିତ ଆଶ୍ରମରେ ନୋଟିସ ଲଗାଇଛି ଇଡି। କୋର୍ଟଙ୍କ ଚୂଡ଼ାନ୍ତ ରାୟ ନଆସିବା ପର୍ଯ୍ୟନ୍ତ ଏହି ସଂପତ୍ତିକୁ ନେଇ କେହି ମାଲିକାନା ସତ୍ତ୍ବ ଜାହିର କରିପାରିବେ ନାହିଁ ।୨୦୧୭ ମାର୍ଚ୍ଚ ୨୮ରେ ଇଡି ସାରଥୀ ଓରଫ ସନ୍ତୋଷ ରାଉଳଙ୍କର ପ୍ରାୟ ୧୧ କୋଟି ୪୦ ଲକ୍ଷ ଟଙ୍କାର ସଂପତ୍ତିକୁ ଦଖଲକୁ ନେଇଥିଲା ।

{"id":138319}

ସାରଥୀ ଓରଫ  ସନ୍ତୋଷ ରାଉଳଙ୍କର ବାରିମୂଳସ୍ଥିତ ଆଶ୍ରମ ସଂପତ୍ତି ଉପରେ କେହି ଅଧିକାର ଜାହିର କରିପାରିବେ ନାହିଁ ।କୋର୍ଟଙ୍କ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ କେହି ଏହି ସଂପତ୍ତିକୁ ନେଇ ମାଲିକାନା ସତ୍ତ୍ବ ଜାହିର କରିପାରିବେ ନାହିଁ ।ହେଲେ ଏହି ଆଶ୍ରମରେ ରହିଛି ଅଗାଧ ସଂପତ୍ତି ।

{"id":138320}

ଇଡି ନୋଟିସ୍‌ ଜାରି କରିଛି। ୨୦୧୭ ମାର୍ଚ୍ଚ ୨୮ରେ ଇଡି ସାରଥୀଙ୍କ ପ୍ରାୟ ୧୧ କୋଟି ୪୦ ଲକ୍ଷ ଟଙ୍କାର ସମ୍ପତ୍ତିକୁ ଦଖଲକୁ ନେଇଥିଲା  ଆଉ  ଇଡି ଆଟାଚ କରିଥିବା ସାରଥିଙ୍କ ବିଭିନ୍ନ ସଂପତ୍ତି ଭିତରେ ରହିଛି ସାରଥିଙ୍କ ବାରିମୂଳ ଆଶ୍ରମ, ଭୁବନେଶ୍ବରରେ ଥିବା ୨ଟି ସୁରମ୍ୟ ଅଟ୍ଟାଳିକା ଏବଂ ୨ କୋଟି ୪୦ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା । ।ସାରଥି ଶୋଉଥିବା ସପ୍ତଫେଣୀ ପଲଙ୍କର ଦାମ୍‌ ପ୍ରାୟ ୧୨ ଲକ୍ଷ ଟଙ୍କା ବୋଲି ଦର୍ଶାଇଥିଲା ଇଡି । ଆଶ୍ରମର ସୁଦୃଶ୍ୟ ତୋରଣ, ମନ୍ଦିର ଓ ମୂର୍ତ୍ତି ଆଦିକୁ ଛାଡ଼ିଦେଲେ ଅନ୍ୟାନ୍ୟ କୋଠାବାଡ଼ିର ମୂଲ୍ୟ ୪ କୋଟି ୪୮ ଲକ୍ଷ ୩୪ ହଜାର ଟଙ୍କା ବୋଲି ଆକଳନ କରିଥିଲା ଇଡି । ଯାହା ପୂର୍ତ୍ତ ବିଭାଗ ନିଜ ରିପୋର୍ଟରେ ଦର୍ଶାଇଥିଲା ।

{"id":138321}

୩୭୬୦ ବର୍ଗଫୁଟ ଅଞ୍ଚଳ ମୁଖ୍ୟ ପ୍ରାସାଦର ମୂଲ୍ୟ ୧ କୋଟି ୧୮ ଲକ୍ଷ ୧୮ ହଜାର ୪୭୧ ଟଙ୍କା । ଆଶ୍ରମର ପାଠାଗାର, ଆବାସିକ ଗୃହ ଲାଗି ଖର୍ଚ୍ଚ ହୋଇଥିଲା ୬୯ ଲକ୍ଷ ୨୫ ହଜାର ୬୭୦ ଟଙ୍କା । ୧୭୧୬ ବର୍ଗଫୁଟରେ ନିର୍ମିତ ଲଜ୍ ପାଇଁ ଖର୍ଚ୍ଚ ହୋଇଥିଲା ୯୪ ଲକ୍ଷ ୩୩ ହଜାର ୩୩୭ ଟଙ୍କା । ୧୭ ଲକ୍ଷ ୫ ହଜାର ୯୬୧ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା ରିସେପ୍ସନ୍‌ କକ୍ଷ ।

{"id":138318}

ନୂଆ ପୁରୁଣା ପ୍ରବଚନ ମଣ୍ଡପ, ପାଇପ ଲୁହା ଆଙ୍ଗଲ୍‌ର ମୂଲ୍ୟ ୪୨ ଲକ୍ଷ ୨୫ ହଜାର ୪୦୩ ଟଙ୍କା, ୧୬୬୭ ବର୍ଗଫୁଟରେ ନିର୍ମିତ ପାଚେରୀ ପାଇଁ ଖର୍ଚ୍ଚ ହୋଇଥିଲା ୨୭ ଲକ୍ଷ ୫୫ ହଜାର ୨୧୮ ଟଙ୍କା ।୭୯ ଲକ୍ଷ ୭୧ ହଜାର ୩୦ ଟଙ୍କା  ବ୍ୟୟରେ ନିର୍ମିତ ହୋଇଥିଲା ୮୪ ହଜାର ୯୧୮ ବର୍ଗଫୁଟ୍‌ର ଚଟାଣ ଏବଂ ପାର୍କିଂ ପ୍ଲେସ୍‌ । ସାରଥୀଙ୍କ ସ୍ନାନଗୃହ ଲାଗି ଖର୍ଚ୍ଚ ହୋଇଥିଲା ୧୫ ଲକ୍ଷ ଟଙ୍କା । ଏହାବ୍ୟତୀତ ଆଶ୍ରମରେ ଥିବା ବିଭିନ୍ନ କଂକ୍ରିଟ ମୂର୍ତ୍ତିର ମୂଲ୍ୟ ପ୍ରାୟ ୨୮ ଲକ୍ଷ ଟଙ୍କା ।

{"id":138323}

 ହାଇକୋର୍ଟ ଜାମିନ ମଞ୍ଜୁର କରିବା ପରେ ସାରଥୀ ମୁକୁଳିଥିବା ବେଳେ ଏବେ ଅଜ୍ଞାତବାସରେ ।ହେଲେ ଲୋକଙ୍କୁ ଠକି ଠୁଳ କରିଥିବା କୋଟି କୋଟି ଟଙ୍କାର ସଂପତ୍ତି ହାତେଇବା ପାଇଁ କୋର୍ଟଙ୍କ ଦ୍ବାରସ୍ଥ ହେବାଲାଗି ସଜବାଜ ହେଉଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.