ଏତେ ଧନୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ! ଜାଣନ୍ତୁ ତାଙ୍କର କେତେ ସମ୍ପତ୍ତି

Published By : Prameya-News7 Bureau | March 11, 2020 IST

ନୂଆଦିଲ୍ଲୀ ୧୧।୩: ମଧ୍ୟପ୍ରଦେଶ କଂଗ୍ରେସର ଟାଣୁଆ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ବୁଧବାର ବିଜେପିରେ ଯୋଗଦେଇଛନ୍ତି। ଏଥିଲାଗି ଏବେ ସେ ଦେଶରେ ଚର୍ଚ୍ଚାର ପାତ୍ର ପାଲଟିଛନ୍ତି।   ରାଜାଘର ପୁଅଙ୍କ ଏହି ଗୋଟିଏ ନିଷ୍ପତ୍ତି  ତାଙ୍କ ଜେଜେମାଙ୍କ ଆଶା ବି ପୂରଣ କରିଦେଇଛି। ଜ୍ୟୋତିରାଦିତ୍ୟଙ୍କ ଜେଜେମା ରାଜମାତା ବିଜୟ ରାଜେ ସିନ୍ଧିଆ ଚାହୁଁଥିଲେ ତାଙ୍କ ପୁରା ପରିବାର ବିଜେପିରେ ଯୋଗ ଦେଉ। ହେଲେ ପାରିବାରିକ ବିଚାରଧାରା ଯୋଗୁ ଏହା ସମ୍ଭବ ହୋଇପାରୁନଥିଲା।

{"align":"center","id":236645,"width":488,"height":631,"sizeSlug":"large"}

ଜ୍ୟୋତିରାଦିତ୍ୟ ଦୀର୍ଘ ୧୮ ବର୍ଷ କଂଗ୍ରେସରେ କଟାଇବା ପରେ ବିଜେପିରେ ଯୋଗଦେଇଛନ୍ତି। କଂଗ୍ରେସ୍ ଆଉ ପୂର୍ବର କଂଗ୍ରେସ ହୋଇ ନାହିଁ। ଏଥିରେ ରହି ଦେଶ ସେବା କରାଯାଇ ନପାରେ ବୋଲି ଜ୍ୟୋତିରାଦିତ୍ୟ କହିଛନ୍ତି। ତେବେ ମଧ୍ୟପ୍ରଦେଶ ରାଜ ପରିବାରର ସଦସ୍ୟ ଜ୍ୟୋତିରାଦିତ୍ୟଙ୍କ ସମ୍ପତ୍ତି କେତେ ଆସନ୍ତୁ ତାହା ଜାଣିବା।

{"id":236647,"sizeSlug":"large"}

ଜ୍ୟୋତିରାଦିତ୍ୟଙ୍କ ପୁରା ପରିବାର ରାଜନୀତି ସହ ସମ୍ପୃକ୍ତ। ଅତୀତରେ ତାଙ୍କ ଜେଜମା, ପିୟୁସୀ ଓ ପିତା ରାଜନୀତି ସହ ସମ୍ପୃକ୍ତ ଥିଲେ। ଏଣୁ ରାଜ ପରିବାରର ସମ୍ପତ୍ତିକୁ ନେଇ ବିବାଦ ରହିବା ସ୍ୱଭାବିକ୍ ଯାହା ଜ୍ୟୋତିରାଦିତ୍ୟଙ୍କ ପରିବାରରେ ବି ଚାଲିଛି। ୧୯୯୦ ମସିହାରେ ଏହି ବିବାଦ ଉପୁଜିଥିବା ବେଳେ ଏହା ପ୍ରାୟ ୪୦ ହଜାର କୋଟି ଟଙ୍କାର ସମ୍ପତ୍ତିକୁ ନେଇ ବୋଲି ଜଣାପଡିଛି। ଏହି ବିବାଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କର ୩ ପିୟୁସୀଙ୍କ ମଧ୍ୟରେ ଲାଗିଛି।

{"id":236648,"sizeSlug":"large"}

ମିଳିଥିବା ସୂଚନା ଅନୁସାରେ ସ୍ୱାଧୀନ ଭାରତରେ ସିନ୍ଧିଆ ପରିବାରଙ୍କ ନିକଟରେ ୧୦୦ରୁ ଅଧିକ କମ୍ପାନୀଙ୍କ ସେୟାର ଥିଲା। ଯେଉଁଥିରେ ବମ୍ବେଡାଇଁର ୪୯ ପ୍ରତିଶତ ସେୟାର ବି ରହିଛି। କେବଳ ଗ୍ୱାଲିୟରରେ ଏହି ପରିବାରର ରହିଛି ୧୦ ହଜାର କୋଟି ଟଙ୍କାର ସମ୍ପତ୍ତି। ଏଥିରେ ଅନେକ ମହଲ ଯେପରି ଜୟ ବିଳାଶ, ସଖ୍ୟ ବିଳାଶ,ସୁସେରା କୋଠୀ, କୁଲେଠ କୋଠୀ ଆଦି ସାମିଲ। ସେହିପରି ମଧ୍ୟପ୍ରଦେଶରେ ଏହି ପରିବାରର ପ୍ରାୟ ୩ ହଜାର କୋଟି ଟଙ୍କାର ସମ୍ପତ୍ତି ଥିବା କୁହାଯାଉଛି। ଏଥିରେ ଶିବପୁରୀର  ଅନେକ ମହଲ ଓ ଉଜ୍ଜୈନର ଗୋଟିଏ ମହଲ ବି ରହିଛି।

{"id":236650,"sizeSlug":"large"}

କେବଳ ମଧ୍ୟପ୍ରଦେଶ ନୁହେଁ ଦେଶର ବିଭିନ୍ନ ରାଜ୍ୟରେ ମଧ୍ୟ ସିନ୍ଧିଆ ପରିବାରଙ୍କର ବେସୁମାର ସମ୍ପତ୍ତି ଅଛି। ଯେଉଁଥିରୁ କେବଳ ଦିଲ୍ଲୀରେ ୭ ହଜାର କୋଟି ଟଙ୍କାର ସମ୍ପତ୍ତି ରହିଛି। ଦିଲ୍ଲୀର ଗ୍ୱାଲିୟର ହାଉସ୍, ସିନ୍ଧିଆ ଭିଲ୍ଲା ଓ ରାଜପୁର ରୋଡରେ ଏକ ପ୍ଲଟ ବି ଅଛି। ଏହା ଛଡା ଉତ୍ତରପ୍ରଦେଶ ବାରଣାସୀରେ ମଧ୍ୟ ସିନ୍ଧିଆ ପରିବାରର ବିପୁଳ ସମ୍ପତ୍ତି ଅଛି। ଏଥିରେ ବାରଣାସୀରେ ପରିବାରର ପଦ୍ମ ବିଳାଶ ନାମରେ ଏକ ମହଲ ଅଛି। ସେହିପରି ମୁମ୍ବାଇରେ ରାଜ ପରିବାରର ଥିବା ସମ୍ପତ୍ତିର ମୂଲ୍ୟ ପ୍ରାୟ ୧୨ଶହ କୋଟିରୁ ବି ଅଧିକ ହେବ। ଗୋଆରେ ବି ସିନ୍ଧିଆ ପରିବାରର ସମ୍ପତ୍ତି ଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.