Rafael ଯୁଦ୍ଧବିମାନ ପାଇ ଉତ୍ସାହିତ ଭାରତ! ଜାଣନ୍ତୁ କିପରି ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | July 29, 2020 IST

ନୂଆଦିଲ୍ଲୀ ୨୯।୯: ଫ୍ରାନ୍ସ ଡାସଲ୍ଟ  ପ୍ରଥମ ପର୍ଯ୍ୟାୟରେ  ଭାରତକୁ ୫ଟି ରାଫେଲ ଯୁଦ୍ଧ ବିମାନ ଦେଇଛନ୍ତି। ସୋମବାର ଫ୍ରାନ୍ସରୁ ବାହାରିଥିବା ଏହି ସବୁ ବିମାନ ବୁଧବାର ଭାରତ ପହଞ୍ଚିଥିବା ବେଳେ ସାରା ଦେଶରେ ଉତ୍ସାହ ଖେଳିଯାଇଛି। ଯୁଦ୍ଧବିମାନଗୁଡିକ ୟୁଏଇ ଅଲ-ଦଫ୍ରା ବାୟୁସେନା ଘାଟିରୁ ଆସି ଅମ୍ବାଲାରେ ଅବତରଣ କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ସ୍ୱାଗତ କରି ଏକ ଟ୍ୱିଟ୍‌ ପୋଷ୍ଟ କରିଛନ୍ତି।  ଏଥିରେ ସେ ସଂସ୍କୃତରେ ବିମାନମାନଙ୍କୁ ସ୍ୱାଗତ କରିଛନ୍ତି।

wp:html /wp:html

ରାଫେଲ ଇଣ୍ଡିଆ ହାସ୍ ଟ୍ୟାଗରେ ପ୍ରଧାନମନ୍ତ୍ରୀ ବିମାନଙ୍କ ସ୍ୱାଗତ ଲାଗି କରିଥିବା ପୋଷ୍ଟରେ ରାଷ୍ଟ୍ରରକ୍ଷା ସମ କୌଣସି ପୂଣ୍ୟ ନଥିବା, ରାଷ୍ଟ୍ରରକ୍ଷା ଭଳି କୌଣସି ବ୍ରତ ନଥିବା, ଏପରି କୌଣସି ଯଜ୍ଞ ନଥିବା ଉଲ୍ଲେଖ କରିଥିବା ବେଳେ ଭାରତୀୟ ବାୟୁସେନାର ପ୍ରତୀକ ‘ନଭୋସ୍ପୃଷମ ଦୀପ୍ତମ’ ସହ ବିମାନମାନଙ୍କୁ ସ୍ୱାଗତ କରିଛନ୍ତି।  ଅତ୍ୟାଧୁନିକ ରାଫେଲ ବିମାନର ସାମିଲ ଯୋଗୁ ବାୟୁସେନା ଅଧିକ ଆକ୍ରମକ ହୋଇପାରିଛି।

{"id":307359,"sizeSlug":"large"}

ରାଫେଲ ବିଶ୍ୱର ଅତ୍ୟାଧୁନିକ ଯୁଦ୍ଧବିମାନ ମଧ୍ୟରେ ଅନ୍ୟତମ। ଏସିଆରେ ରାଫେଲକୁ ଟକ୍କର ଦେବା ଭଳି କୌଣସି ଦେଶର ଯୁଦ୍ଧବିମାନ ଏପର୍ଯ୍ୟନ୍ତ ନାହାନ୍ତି। ଏହା ଏକ ମଲ୍ଟି ରୋଲ ଯୁଦ୍ଧବିମାନ ହୋଇଥିବାବେଳେ ଭାରତ ଏହି ବିମାନଙ୍କୁ ନେଇ ଦେଶରେ ଦୁଇଟି ସ୍କ୍ୱାଡ୍ରନ କରିବାକୁ ଯାଉଛି। ଏଥିରେ ଗୋଟିଏ ଅମ୍ବାଲା ହୋଇଥିବା ବେଳେ ଦ୍ୱିତୀୟ ସ୍କ୍ୱାଡ୍ରନଟି ପଶ୍ଚିମବଙ୍ଗ ହାସମିରାରେ ମୁତୟନ ରହିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.