Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||

ବିଶ୍ବକପ୍ ହକି ; କେଉଁ ଟିମ୍‌ରେ କେତେ ୟଙ୍ଗ୍ ଓ ୩୦ ବର୍ଷରୁ ଅଧିକ ଖେଳାଳି ଅଛନ୍ତି ଜାଣନ୍ତୁ

27/11/2018 at 1:22 PM

ଭୁବନେଶ୍ବର ୨୭|୧୧:  ହକି ଖେଳ ପାଇଁ ଆବଶ୍ୟକ ଏନର୍ଜୀ ସାଙ୍ଗକୁ ଷ୍ଟାମିନା । ୟଙ୍ଗ ଖେଳାଳିଙ୍କ ପାଖରେ ଷ୍ଟାମିନା ରହୁଥିବାରୁ ପ୍ରତ୍ୟେକ ଟିମ୍ ବୟସକୁ ଗୁରୁତ୍ବ ଦେଉଛି । ହକି ବିଶ୍ବକପ୍ ପାଇଁ ସବୁ ଦଳରେ ରହିଛନ୍ତି ଏମିତି କିଛି ଖେଳାଳି ଯେଉଁମାନଙ୍କ ପାଖରେ ବୟସ ସମସ୍ୟା ନୁହେଁ । ଦେଖିବା କେଉଁ ଟିମ୍ ରେ କେତେ ୟଙ୍ଗ ଓ ୩୦ ବର୍ଷରୁ ଅଧିକ ଖେଳାଳି ଅଛନ୍ତି ।

ହକି ବିଶ୍ବକପ୍ ପାଇଁ ଆସିଥିବା ଚୀନ ଟିମ୍ ଅଛନ୍ତି ସବୁଠୁ ୟଙ୍ଗ ଖେଳାଳି । ଏହି ଟିମ୍ ରେ ୨୮ ବର୍ଷରୁ ଅଧିକ ବୟସ୍କ ଖେଳାଳି ନାହାନ୍ତି । ଆଉ ସବୁଠୁ ୟଙ୍ଗ ପ୍ଲେୟାର ହେଉଛନ୍ତି ମେଙ୍ଗ ନାନ୍ । ଯାହାଙ୍କ ବୟସ ୧୯ ବର୍ଷ । ଡ଼ୁ ତାଲାକେ ସବୁଠୁ ବୟସ୍କ ଖେଳାଳି । ତାଙ୍କ ବୟସ ୨୮ ବର୍ଷ । ତେବେ ଆର୍ଜେଣ୍ଟିନା ଟିମ୍ରେ ଅଛନ୍ତି ସବୁଠୁ ବୟସ୍କ ଖେଳାଳି । ଏହି ଟିମ୍ ରେ ୭ ଜଣ ଖେଳାଳି ଙ୍କ ବୟସ ୩୦ ବର୍ଷରୁ ଅଧିକ । ଟୁର୍ଣ୍ଣାମେଣ୍ଟରେ ସବୁଠୁ ବୟସ୍କ ଖେଳାଳି ଭାବେ ଜୁଆନ ମାନୁଏଲ ଭିଭାଲଡ଼ି ଅଛନ୍ତି ।  ଜୁଆନଙ୍କ ବୟସ ୩୯ ବର୍ଷ  ଓ ସେ ଟିମ୍ ରେ ଗୋଲ୍କିପର । ୨୪୬ ଟି ଇଣ୍ଟରନ୍ୟାସନାଲ ମ୍ୟାଚ୍ ଖେଳିଛନ୍ତି ଜୁଆନ୍ ।

ସ୍ପେନ୍, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଟିମ୍ ରେ ବି ଅଛନ୍ତି କିଛି ବୟସ୍କ ଖେଳାଳି । ସ୍ପେନ ଟିମ୍ ରେ ୫ ଜଣ ଖେଳାଳିଙ୍କ  ବୟସ ୩୦ ବର୍ଷରୁ ଅଧିକ । ଗୋଲ୍ କିପର କୁଇକୋ କାରତୋଷଙ୍କୁ ୩୫ ବର୍ଷ ହୋଇଥିବା ବେଳେ ସେ ପୂରା ଫିଟ୍ ଆଣ୍ଡ ଫାଇନ୍ । ଦକ୍ଷିଣ ଆଫ୍ରିକାରେ ବି ଅଛନ୍ତି ୫ ଜଣ  ୩୦ ବର୍ଷରୁ ଅଧିକ ବୟସର ଖେଳାଳି । ଜୁଲିଆନ୍ ହାଇକ୍ସଙ୍କୁ ୩୬ ବର୍ଷ ହୋଇଥିବା ବେଳେ ସେ ୧୨୬ ଟି ମ୍ୟାଚ୍ ଖେଳି ସାରିଛନ୍ତି । ଡ଼ିଫେଂଡ଼ିଙ୍ଗ ଚାମ୍ପିଅନ ଅଷ୍ଟ୍ରେଲିଆ ଟିମ୍ର କ୍ୟାପଟେନ୍ ୩୧ ବର୍ଷୀୟ ଆଣ୍ଟ୍ରିୟୁ ଚାର୍ଟର ବୟସ୍କ ଖେଳାଳି । ୨୮ ବର୍ଷ ପରେ ବିଶ୍ବ କପ୍ ଖେଳିବାକୁ ସୁଯୋଗ ମିଳିଥିବା ଫ୍ରାନ୍ସ ଟିମ୍ ରେ ସବୁଠୁ ୟଙ୍ଗ ଖେଳାଳୀ ହେଲେ ଟିମୋଥୀ କ୍ଲେମେଣ୍ଟ । ଯାହାଙ୍କ ବୟସ ମାତ୍ର ୧୮ ବର୍ଷ । ଟୁର୍ଣ୍ଣାମେଣ୍ଟର ସବୁଠୁ ୟଙ୍ଗେଷ୍ଟ ଖେଳାଳୀ ହେଉଛନ୍ତି ଟିମୋଥୀ । ସେ ମାତ୍ର ୬ଟି ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିଛନ୍ତି ।

ଆୟୋଜକ ଭାରତ ଟିମ୍ ରେ ଗୋଲକିପର ପି.ଆର ଶ୍ରୀଜେଶଙ୍କୁ ୩୦ ବର୍ଷ  ହୋଇଥିବା ବେଳେ ଦିଲପ୍ରୀତଙ୍କୁ ମାତ୍ର ୧୯ ବର୍ଷ । ଶ୍ରୀଜେଶ ଭାରତର ସବୁଠୁ ସନିୟର ଖେଳାଳି ଭାବେ ୨୦୪ ଟି ମ୍ୟାଚ୍ ଖେଳିବାର ଅଭିଜ୍ଞତା ରହିଛି । ଦିଲପ୍ରୀତ ଖେଳିଛନ୍ତି ୩୬ ଟି ମ୍ୟାଚ୍ । ବେଲଜିୟମର ଆର୍ଥର ଡ଼ି ସ୍ଲେ।ଭେରଙ୍କ ବୟସ ୨୧ ବର୍ଷ । ଆୟାର୍ଲାଣ୍ଡର ୨୧ ବର୍ଷୀୟ ଖେଳାଳୀ ମାଥ୍ୟୁ ଉଏଲସନ, ଇଂଲଣ୍ଡର ଜ୍ୟାକ୍ ୱାଲସେଙ୍କ ବୟସ ୧୯ ବର୍ଷ । ନେଦରଲ୍ୟାଣ୍ଡସର ଥିଜସ ଭାନଡ଼ାମଙ୍କୁ ୨୦ ବର୍ଷ । ପାକିସ୍ତାନର ଇମାମ ବଟ୍ଟଙ୍କୁ ୩୦ ବର୍ଷ ହୋଇଥିବା ବେଳେ ମହମଦ ଅଲ୍ଲିଙ୍କୁ ୨୧ ବର୍ଷ ବୟସ । ତେବେ ବୟସ ନୁହେଁ ଏକତା, ଅଭିଜ୍ଞତା, ରଣକୌଶଳ ଓ ପଜିଟିଭ୍ ଥିଙ୍ଗିଙ୍ଗ ରଖୁଥିବା ଟିମ୍ ହି ବିଶ୍ବବିଜୟୀ ହୋଇପାରିବ ।

   Related Posts