ସବସିଡି କାଟ୍ ପରେ ସଂସଦ କ୍ୟାଣ୍ଟିନର କେତେ ହେବ ସଞ୍ଚୟ, ଜାଣନ୍ତୁ କେତେ ହେଉଥିଲା ଖର୍ଚ୍ଚ?

Published By : Prameya-News7 Bureau | January 21, 2021 IST

ନୂଆଦିଲ୍ଲୀ ୨୧।୧: ଲୋକସଭା ବାଚସ୍ପତି ଓମ ବିରଳା ଗତ ମଙ୍ଗଳବାର ସଂସଦ କ୍ୟାଣ୍ଟିନରେ ଖାଦ୍ୟ ବାବଦେ ସବସିଡି ହଟାଇ ଦିଆଯାଇଥିବା ଘୋଷଣା କରିଛନ୍ତି। ତେବେ ବାଚସ୍ପତି ଏ ବାବଦ ଆର୍ଥିକ ପ୍ରସଙ୍ଗରେ କୌଣସି ସୂଚନା ଦେଇ ନାହାନ୍ତି। ତେବେ ଏଥିଲାଗି ଲୋକସଭା କ୍ୟାଣ୍ଟିନ ପ୍ରାୟତଃ ବିବାଦରେ ରହିଆସିଛି। ଏଠାରେ ସାଂସଦ, ସଂସଦ କର୍ମଚାରୀ ଓ ଏଠାକୁ ଆତଯାତ ହେଉଥିବା ଅନ୍ୟମାନେ ଯେଉଁ ଦରରେ ଭୋଜନ କରନ୍ତି ତାହା ଦେଶର କୌଣସି ସ୍ଥାନରେ ସେତିକି ଦରରେ ମିଳେନି। ତେବେ ଆସନ୍ତୁ ଜାଣିବା ସବସିଡି ହଟିବା ପରେ କେତେ ହେବ ସଞ୍ଚୟ।

{"id":396275,"width":577,"height":380,"sizeSlug":"large","linkDestination":"none"}

ବାର୍ଷିକ ବଞ୍ଚିବ ଅନୁନ୍ୟ ୮ କୋଟି ଟଙ୍କା
କ୍ୟାଣ୍ଟିନରେ ସବସିଡି ବନ୍ଦ ହେବା ପରେ ସଂସଦ ସଚିବାଳୟର ବାର୍ଷିକ ୮ କୋଟି ଟଙ୍କା ସଞ୍ଚୟ ହେବ ବୋଲି ଏକ ଆକଳନ କରାଯାଇଛି। ଉତ୍ତର ରେଳବାଇ ଗତ ୫୨ ବର୍ଷ ହେଲା ସଂସଦ କ୍ୟାଣ୍ଟିନରେ ଖାଦ୍ୟ ବ୍ୟବସ୍ଥା କରିଆସୁଛନ୍ତି। ଏଣୁ ରେଳବାଇ ଅଧିକାରୀଙ୍କ ଅନୁସାରେ ସଂସଦ କ୍ୟାଣ୍ଟିନରୁ ବାର୍ଷିକ ପ୍ରାୟ ୧୭ରୁ ୧୮ କୋଟି ଟଙ୍କାର ରାଜସ୍ୱ ମିଳୁଛି। ସଂସଦ ଜରିଆରେ କେନ୍ଦ୍ର ଅର୍ଥମନ୍ତ୍ରାଳୟ ଉତ୍ତର ରେଳବାଇଙ୍କୁ ଏହି ଅର୍ଥ ପ୍ରଦାନ କରିଆସୁଛନ୍ତି। ତେବେ ଚଳିତବର୍ଷରୁ ଏହି କାମ ଉତ୍ତର ରେଳବାଇଙ୍କ ବଦଳେ ଇଣ୍ଡିଆନ ଟୁରିଜିମ ଡେଭଲପମେଣ୍ଟ କର୍ପୋରେସନ (ଆଇଟିଡିସି) ତୁଲାଇବେ।

{"id":396281,"width":577,"height":372,"sizeSlug":"large","linkDestination":"none"}

କେବଳ ସାଂସଦଙ୍କ ଖାଦ୍ୟ ଲାଗି ବ୍ୟୟ ହୁଏନି ସବସିଡି
ସଂସଦ କ୍ୟାଣ୍ଟିନକୁ ମିଳୁଥିବା ସବସିଡି ବାବଦ ଅର୍ଥ କେବଳ ସାଂସଦମାନଙ୍କ ଖାଦ୍ୟପେୟରେ ବ୍ୟୟ ହୁଏନି। ଏଥିରୁ କ୍ୟାଣ୍ଟିନର ଅନ୍ୟ ଖର୍ଚ୍ଚ ଓ କର୍ମଚାରୀଙ୍କ ବେତନ ମଧ୍ୟ ଭରଣା ହୁଏ। ସାଂସଦଙ୍କ ଛଡା ଅନ୍ୟ କର୍ମଚାରୀ ଓ ସୁରକ୍ଷା କର୍ମୀ ମଧ୍ୟ ଏଠାରେ ଭୋଜନ କରିଥାନ୍ତି। ଗତ ୨୦୧୫ ମସିହାରେ ଏ ନେଇ ଆରଟିଆଇରେ ମଗାଯାଇଥିବା ସୂଚନାରୁ କେବଳ ସଂସଦ ଅଧିବେସନ ନୁହେଁ ଅନ୍ୟ ସାଧାରଣ ଦିନରେ ମଧ୍ୟ କ୍ୟାଣ୍ଟିନର କାରବାର ପ୍ରାୟ ସମାନ ଥାଏ। ଏହି ସୂଚନାରୁ କ୍ୟାଣ୍ଟିନକୁ ସରକାର ବାର୍ଷିକ ୧୪ କୋଟି ଟଙ୍କା ସବସିଡି ପ୍ରଦାନ କରୁଥିବା ବେଳେ ଏଥିରୁ ୧୧ରୁ ୧୨ କୋଟି ଟଙ୍କା କେବଳ କର୍ମଚାରୀଙ୍କ ବେତନ ଲାଗି ବ୍ୟୟ ହୁଏ।

{"id":396283,"sizeSlug":"large","linkDestination":"none"}

ସଂସଦ କ୍ୟାଣ୍ଟିନର ଖାଦ୍ୟ ସାରା ଭାରତରେ ଶସ୍ତା
ସଂସଦ କ୍ୟାଣ୍ଟିନ ଖାଦ୍ୟ କେବଳ ଯେ ଋଚିକର ତାହା ନୁହେଁ ଏଠାରେ ଯେଉଁ ଦରରେ ଖାଦ୍ୟ ପରସା ଯାଏ ତାହା ଦେଶର କୌଣସି ସ୍ଥାନରେ କି କେଉଁ ସମୟରେ ବି ଉଲବ୍ଧ ନୁହେଁ କି ନଥିଲା। ଏଥିରେ ଥ୍ରୀକୋର୍ସ ଲଞ୍ଚ ମାତ୍ର ୧୦୬ ଟଙ୍କା ଧାର୍ଯ୍ୟ ଥିବା ବେଳେ ଚିକେନ କରି ୫୦ଟଙ୍କା ଓ ଭେଜ୍ ଥାଳି ମାତ୍ର ୩୫ ଟଙ୍କାରେ ମିଳେ। ଏଠାରେ ତରକାରୀ ମାତ୍ର ୫ ଟଙ୍କାରେ ମିଳିପାରୁଥିବା ବେଳେ ଫ୍ରାଇ ଫିସ୍‌ ଓ ଚିପସ୍‌ ମାତ୍ର ୨୫ ଟଙ୍କା। ସେହିପରି ମଟନ କରି ୨୦ ଟଙ୍କା ମିଳୁଥିବା ବେଳେ ମଟନ କଟଲେଟ୍‌ ମାତ୍ର ୧୮ ଟଙ୍କାରେ ମିଳେ। ବଜାରରେ ଯେଉଁ ନନ୍ ଭେଜ ଥାଳି ଲାଗି ୧୦୦ ଟଙ୍କା ଖର୍ଚ୍ଚ ହୁଏ ତାହା ଏଠାରେ ମାତ୍ର ୩୩ ଟଙ୍କାରେ ମିଳିଯାଏ।

{"id":396284,"width":581,"height":291,"sizeSlug":"large","linkDestination":"none"}

ଓଡିଶାର ବିଜେଡି ସାଂସଦ ଉଠାଇଥିଲେ ସବସିଡି ପ୍ରତ୍ୟାହାର ଦାବି
୨୦୧୫ ମସିହାରେ ସଂସଦ କ୍ୟାଣ୍ଟିନରେ ଖାଇବା ଖର୍ଚ୍ଚର ୮୦ ପ୍ରତିଶତ ସବସିଡି ଦିଆଯାଉଥିବା ରିପୋର୍ଟ ପ୍ରକାଶ ପାଇଥିଲା। ସେତେବେଳେ ବିଜୁ ଜନତା ଦଳର ଜନୈକ ସାଂସଦ ତତ୍କାଳୀନ ବାଚସ୍ପତିଙ୍କୁ ଚିଠି ଲେଖି ସବସିଡି ପ୍ରତ୍ୟାହାର ଦାବି କରିଥିଲେ। ଏଥିରେ ଆର୍ଥିକ ମଜଭୁତ ଲୋକଙ୍କୁ ଏଲପିଜି ସବସିଡି ଛାଡିବାକୁ କୁହାଯାଉଥିବା ବେଳେ ସାଂସଦଙ୍କୁ ମଧ୍ୟ କ୍ୟାଣ୍ଟିନରେ ସବସିଡି ସୁବିଧା ଛାଡିବା ଦରକାର ବୋଲି ତର୍କ ରଖିଥିଲେ।

{"id":396292,"sizeSlug":"large","linkDestination":"none"}

ସବସିଡି ସମ୍ପୂର୍ଣ୍ଣ ହଟିଛି କି ନା ଏବେବି ଅସ୍ପଷ୍ଚ
ବାଚସ୍ପତି ସଂସଦ କ୍ୟାଣ୍ଟିନ ସବସିଡି ହଟିଛି ବୋଲି ଘୋଷଣା କରିଛନ୍ତି। ତେବେ ଏହା ସମସ୍ତଙ୍କ ଲାଗି ଅଥବା କେବଳ ସାଂସଦଙ୍କ ଲାଗି ତାହା ସ୍ପଷ୍ଟ ହୋଇନାହିଁ। ଡିସେମ୍ବର ୨୦୧୯ ଅଧିବେଶନରେ କ୍ୟାଣ୍ଟିନ ସବସିଡି ପ୍ରତ୍ୟାହାର ନେଇ ଆଲୋଚନା ବେଳେ କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ ଏଥିରେ ଆପତ୍ତି କରିଥିଲେ। ଏହି ପଦକ୍ଷେପ ଯୋଗୁ ସଂସଦକୁ ଆସୁଥିବା ଅସଂଖ୍ୟ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ବୋଲି ସେ ତର୍କ ରଖିଥିଲେ।

{"id":396298,"width":575,"height":575,"sizeSlug":"large","linkDestination":"none"}

ସେ କହିଥିଲେ ଏପରି ଲୋକଙ୍କ ଠାରୁ ଖାଦ୍ୟ ବାବଦେ ଅଧିକ ଅର୍ଥ ଆଶା କରିବା ମଧ୍ୟ ଅନୁଚିତ। ସବସିଡି କେବଳ ସାଂସଦଙ୍କର ପ୍ରତ୍ୟାହାର ହେଉ ବୋଲି ସେ କହିଥିବା ବେଳେ ଶାସକ ଦଳର ଅନେକ ସଦସ୍ୟ ତାଙ୍କୁ ଗୃହରେ ସମର୍ଥନ କରିଥିଲେ। ତେବେ ସଂସଦ କ୍ୟାଣ୍ଟିନରେ ସବସିଡି ସମାପ୍ତ ଲାଗି ରୋଡ ମ୍ୟାପ୍‌ କିପରି ପ୍ରସ୍ତୁତ ହୋଇଛି ତାହା ଏବେବି ଅସ୍ପଷ୍ଟ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.