Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାନୁ ମଣ୍ଡଲଙ୍କୁ ପ୍ରଥମ ଗୀତ ରେକର୍ଡିଂ ଲାଗି ମିଳିଲା ଏତେ ଲକ୍ଷ ଟଙ୍କା, ଜାଣନ୍ତୁ କେତେ

26/08/2019 at 8:39 PM

ମୁମ୍ବାଇ : ପଶ୍ଚିମବଙ୍ଗର ରାନାଘାଟ ଷ୍ଟେସନରେ ଲତା ମଙ୍ଗେସ୍କରଙ୍କ ଶ୍ୱରରେ ଗୀତ ଗାଇ ଗାଇ ପେଟପାଟଣା ଚଳାଉଥିବା ରାନୁମଣ୍ଡଲ ଏବେ ସଙ୍ଗିତ ଆକାଶର ନୂଆ ତାରା ପାଲଟିଛନ୍ତି। ବଲିଉଡ୍ ଫିଲ୍ମ ଲାଗି ସେ ତାଙ୍କର ପ୍ରଥମ ଗୀତ ରେକର୍ଡିଂ କରିଥିବା ବେଳେ ଏଥିଲାଗି ତାଙ୍କୁ ଯେତିକି ପାରିଶ୍ରମିକ ମିଳିଛି ତାହାକୁ ସେ ନିଜେ ବି ବିଶ୍ୱାସ କରିପାରିନହାନ୍ତି। ରାନୁ ହିମେଶ ରେସମିଆଙ୍କ ‘ହ୍ୟାପି ହାର୍ଡି ଏଣ୍ଡ ହୀର’ ଲାଗି ଏକ ଗୀତ ଗାଇବେ। ଏଥିଲାଗି ତାଙ୍କର ଏକ ସାଉଣ୍ଡ ଟ୍ରାକ ରେକର୍ଡ ହୋଇଥିବା ବେଳେ ଏହାର କିଛି ସେକେଣ୍ଡ ଭିଡିଓ ଏବେ ସୋସାଲ ସାଇଟ୍ ରେ ଅପଲୋଡ ହୋଇଛି। ଯାହାକୁ ଲୋକେ ବେଶ ପସନ୍ଦ କରୁଛନ୍ତି।

କେବଳ ହିମେଶ ନୁହଁନ୍ତି ଏବେ ସଲମାନ ଖାନ ଓ ଅକ୍ଷୟ କୁମାରଙ୍କ ଭଳି ଅଭିନେତାମାନେ ମଧ୍ୟ ସେମାନଙ୍କ ଆଗାମୀ ଫିଲ୍ମର ଗୀତ ତାଙ୍କ ଦ୍ୱାରା ରେକର୍ଡ କରିବାକୁ ଇଚ୍ଛା ବ୍ୟକ୍ତି କରିଛନ୍ତି। ତେବେ ହିମେଶ ତାଙ୍କ ଗୀତ ରେକର୍ଡ ଲାଗି ରାନୁଙ୍କୁ କେତେ ପାରିଶ୍ରମିକ ଦେଇଛନ୍ତି ପ୍ରଥମେ ଜାଣନ୍ତୁ। ଏଥିଲାଗି ତାଙ୍କୁ ସେ ୬ରୁ ୭ ଲକ୍ଷ୍ ଟଙ୍କା ଦେବେ। ତେବେ ସାଇନିଂ ଏମାଉଣ୍ଟ ଭାବେ ହିମେଶ ତାଙ୍କୁ ଯାହା ଦେଇଛନ୍ତି ତାହା ନେବାକୁ ରାନୁ ପ୍ରଥମେ ରାଜି ହେଉନଥିଲେ। ହେଲେ ହିମେଶ ତାଙ୍କୁ ଏହା ତାଙ୍କର ପ୍ରଥମ ପାରିଶ୍ରମିକ ଓ ନେବା ଉଚିତ ବୋଲି ପରାମର୍ଶ ଦେଇ ଜୋର ଜବରଦସ୍ତ ଦେଇଛନ୍ତି।

ରାନୁଙ୍କ ଯେଉଁ ଭିଡିଓ ଏବେ ସୋସାଲ ମିଡିଆରେ ଅପଲୋଡ ହୋଇଛି ସେଥିରେ ସେ ହିମେଶଙ୍କ ସହ କିଛି ଶବ୍ଦ ଗାଇଛନ୍ତି। ତାହା ଏବେ ଭାଇରାଲ ହୋଇଥିବା ବେଳେ ଦର୍ଶକ ଓ ଶ୍ରୋତାଙ୍କୁ ପାଗଳ କରିଦେଇଛି। ଏଣୁ ଆଗକୁ ବଲିଉଡରେ ରାନୁଙ୍କୁ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଥିବା ସ୍ପଷ୍ଟ ହୋଇଯାଇଥିବା ବେଳେ ଶ୍ରୋତା ତାଙ୍କ ଶ୍ୱରକୁ ଏବେ ଅପେକ୍ଷା କରିରହିଛନ୍ତି।

   Related Posts