'କୌନ ବନେଗାଁ କାରୋଡ଼ପତି'ରେ ପ୍ରତିଯୋଗୀଙ୍କୁ ମିଳେନି ପୁରା ଧନରାଶି: ଟ୍ୟାକ୍ସ ବାବଦକୁ ଦେବାକୁ ପଡିଥାଏ ଏତିକି ଟଙ୍କା

Published By : Prameya-News7 Bureau | December 22, 2020 IST

ମୁମ୍ବାଇ ୨୨/୧୨ : ଟିଭି ଶୋ' 'କୌନ ବନେଗାଁ କାରୋଡ଼ପତି' ବହୁତ ଲୋକପ୍ରିୟ। ଅମିତାଭ ବଚ୍ଚନଙ୍କ ପ୍ରଶଂସକଙ୍କ ଛଡା ମାତ୍ର କିଛି ସମୟର ଖେଳରେ ଲକ୍ଷେ-କୋଟିଏ ଟଙ୍କା ଜିତିବା ଆଶା ଏହି ଶୋ'କୁ ସୁପରହିଟ କରିଛି। ଆପଣ ଦେଖିଥିବେ ଅମିତାଭ ବଚ୍ଚନ ସବୁବେଳେ ପ୍ରତିଯୋଗୀଙ୍କୁ ପ୍ରଶ୍ନ କରିଥାନ୍ତି ଯେ ଏତେ ଧନ ରାଶି ଜିତିବା ପରେ ଆପଣ କଣ କରିବେ ? ପ୍ରତିଯୋଗୀ ଭିନ୍ନ ଭିନ୍ନ ଜବାବ ଦେଇଥାନ୍ତି। କିନ୍ତୁ ପ୍ରତିଯୋଗୀଙ୍କୁ ଜିତିଥିବା ଧନରାଶି ପୁରା ମିଳିନଥାଏ।

ପ୍ରତିଯୋଗୀ ଜିତିଥିବା ଧନରାଶି ଟ୍ୟାକ୍ସ ଭାବେ କଟିଯାଏ। ଯଦି ଜଣେ ପ୍ରତିଯୋଗୀ କୋଟିଏ ଟଙ୍କା ଜିତନ୍ତି ତାହେଲେ ତାଙ୍କୁ କୋଟିଏ ଟଙ୍କା ମିଳେନି। ଜିତିଥିବା ଧନରାଶି ଗୋଟିଏ ପ୍ରକାର ଆୟ। ସେଥିପାଇଁ ଟ୍ୟାକ୍ସ ଦେବାକୁ ପଡିଥାଏ। ଆୟକର ଟ୍ୟାକ୍ସ ୧୯୬୧ ସେକ୍ସନ ୫୬ (2)(ib) ଅନୁସାରେ ଗେମ ଶୋ', ଜୁଆ, ସଟ୍ଟା ବା ଲଟେରୀରେ ଜିତିଥିବା ଟଙ୍କାରେ ଟ୍ୟାକ୍ସ ଦେବାକୁ ପଡିଥାଏ।

ଆୟକର ଟ୍ୟାକ୍ସ ଆକ୍ଟ ସେକ୍ସନ 194b ଅନୁଯାୟୀ କୌନ ବନେଗାଁ କାରୋଡ଼ପତିରେ ଯଦି କୌଣସି ପ୍ରତୀଯୋଗୀ କୋଟିଏ ଟଙ୍କା ଜିତନ୍ତି ତାହେଲେ ସେହି ରାଶିରୁ ୩୦ ପ୍ରତିଶତ ଟିଡ଼ିଏସ କଟିଯାଇଥାଏ, ଅର୍ଥାତ ୩୦ ଲକ୍ଷ ଟଙ୍କା। ପୁଣି ୩୦ ଲକ୍ଷ ଟ୍ୟାକ୍ସରେ ୧୦ ପ୍ରତିଶତ ସରଚାର୍ଜ ଦେବାକୁ ପଡିଥାଏ, ଅର୍ଥାତ ୩ ଲକ୍ଷ ଟଙ୍କା। ୩୦ ଲକ୍ଷ ଟ୍ୟାକ୍ସରେ ୪ ପ୍ରତିଶତ ସେସ ମଧ୍ୟ ଦେବାକୁ ପଡିଥାଏ ଅର୍ଥାତ ୧.୨ ଲକ୍ଷ ଟଙ୍କା।

ଯଦି ପୁରା ଧନରାଶିକୁ ଯୋଡ଼ାଯାଏ ତାହେଲେ ଜିତିଥିବା ପ୍ରତିଯୋଗୀଙ୍କୁ ପାଖାପାଖି ୩୫ ଲକ୍ଷ ଟଙ୍କା ଟ୍ୟାକ୍ସ ଦେବାକୁ ପଡିଥାଏ ଏବଂ ସେ ୬୫ ଲକ୍ଷ ଟଙ୍କା ନିଜ ସହ ନେଇଯାଇଥାନ୍ତି। କେବିସିରେ ୧୦ ହଜାର ଟଙ୍କା ଜିତିଲେ ମଧ୍ୟ ଟ୍ୟାକ୍ସ ଦେବାକୁ ପଡିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.