ଜାଣନ୍ତିକି ୨ ହଜାର, ୫ଶହ ଓ ୨୦୦ ଟଙ୍କା ନୋଟ ଛାପିବାକୁ କେତେ ହେଉଛି ଖର୍ଚ୍ଚ? ଯଦି ଜାଣି ନାହାନ୍ତି ଆସନ୍ତୁ ଜାଣିବା

Published By : Prameya-News7 Bureau | July 10, 2019 IST

ନୂଆଦିଲ୍ଲୀ : ଭାରତର ୨ ହଜାର, ୫ଶହ ଓ ୨ଶହ ଟଙ୍କା  ନୋଟ ମୁଦ୍ରଣ କରିବା ପାଇଁ କେତେ ଖର୍ଚ୍ଚ ହେଉଛି ଜାଣନ୍ତି କି ଆପଣ? ଯଦି ଜାଣି ନାହାନ୍ତି ଏ ସମ୍ପର୍କରେ ଗତ ମଙ୍ଗଳବାର ରାଜ୍ୟସଭାରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କିଛି ତଥ୍ୟ ଉପସ୍ଥାପିତ କରିଥିଲେ।  ଯେଉଁଥିରେ ୨୦୧୮-୧୯ରେ ଗୋଟିଏ ୨ ହଜାର ଟଙ୍କା ନୋଟ୍ ଛାପିବା ପାଇଁ ହେଉଥିବା ଖର୍ଚ୍ଚରେ ୧୮.୪ ପ୍ରତିଶତ ହ୍ରାସ ହୋଇଥିବା ଉଲ୍ଲେଖ କରିଥିଲେ। ଏଥିରୁ ସରକାରୀ ତଥ୍ୟ ଅନୁସାରେ ୨୦୧୭-୧୮ ମସିହାରେ ଗୋଟିଏ ୨ ହଜାର ନୋଟ ମୁଦ୍ରଣ କରିବା ଲାଗି ୬୫ ପଇସା ଅଧିକ ଖର୍ଚ୍ଚ ହେଉଥିଲା ବୋଲି ଜଣାପଡିଛି ।

{"id":132352}

ସଂସଦରେ ଉପସ୍ଥାପନା କରାଯାଇଥିବା ସୂଚନା ଅନୁସାରେ ୨୦୧୮-୧୯ରେ ଗୋଟିଏ ୨ ହଜାର ଟଙ୍କା ମୁଦ୍ରା ଛପେଇବା ଲାଗି ସରକାରଙ୍କୁ ୩ଟଙ୍କା ୫୩ ପଇସା ଖର୍ଚ୍ଚ କରିବାକୁ ପଡୁଥିଲା। ତେବେ ଏହା ପୂର୍ବରୁ ୨୦୧୭-୧୮ ଆର୍ଥିକ ବର୍ଷରେ ଏହି ଖର୍ଚ୍ଚର ପରିମାଣ ଥିଲା ୪ଟଙ୍କା ୧୮ ପଇସା। ସେହିପରି ୫ଶହ ଟଙ୍କାର ଏକ ମୁଦ୍ରା ଛପେଇବା ଲାଗି ୨୦୧୮-୧୯ ଆର୍ଥିକ ବର୍ଷରେ ଖର୍ଚ୍ଚ ୨ଟଙ୍କା ୧୩ ପଇସା ଥିଲା।  ଅନୁରୂପ ଭାବେ ୨ଶହ ଟଙ୍କାର ଭାରତୀୟ ମୁଦ୍ରା ପ୍ରିଣ୍ଟ କରିବା ଲାଗି ସେହି ବର୍ଷ ଖର୍ଚ୍ଚ ହେଉଥିଲା ୨ଟଙ୍କା ୧୫ ପଇସା ଯାହା ପୂର୍ବ ବର୍ଷ ୨ଟଙ୍କା ୨୪ପଇସା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଥିଲା।

{"id":132353}

ନଭେମ୍ବର ୨୦୧୬ରେ ଭାରତ ସରକାର ପ୍ରଚଳିତ ୧ ହଜାର ଓ ୫ଶହ ଟଙ୍କା ମୁଦ୍ରା ବଜାରରୁ ଅଚାନକ ପ୍ରତ୍ୟାହାର କରିଥିଲେ।  ଏହା ବଦଳେ ବଜାରକୁ ନୂଆ ୨ ହଜାର ଓ ୫ଶହ ଟଙ୍କା ମୁଦ୍ରା ପ୍ରବେଶ କରିଥିଲା। ତେବେ କେନ୍ଦ୍ର ସରକାରଙ୍କ ନୋଟ ବନ୍ଦୀ ନୀତି ଯୋଗୁ ବଜାରରୁ ପ୍ରତ୍ୟାହୃତ ହୋଇଥିବା ଟଙ୍କା ବଦଳେ ବଜାରରେ ପ୍ରବେଶ କରିଥିବା ନୂଆ ମୁଦ୍ରା ଲୋକଙ୍କ ସମସ୍ୟା ଦୂର କରିବାକୁ ଅସମର୍ଥ ହୋଇଥିଲା। ଏଣୁ ସରକାର ଖୁଚୁରା ସମସ୍ୟା ଦୂର କରିବା ନିମନ୍ତେ ୨ଶହ ଟଙ୍କା ନୋଟ ପ୍ରଚଳନ କରିଥିଲେ। ଫଳରେ କେବଳ ୫ଶହ ଓ ୧ହଜାର ଟଙ୍କା ବଦଳେ ବଜାରକୁ ନୂଆ ୨ ହଜାର, ୫ଶହ ଓ ୨ଶହ ଟଙ୍କା ନୋଟ୍ ର ପ୍ରବେଶ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.