Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଜାଣିକି ଆଶ୍ଚର୍ଯ୍ୟ ହୋଇଯିବେ ଦୀପିକାଙ୍କ ହୀରା ମୁଦିର ମୂଲ୍ୟ …

16/11/2018 at 1:25 PM

ମୁମ୍ବାଇ ୧୬/୧୧ : ଗତକାଲି ବଲିଉଡର ବାଜିରାଓ ଓ ମସ୍ତାନୀଙ୍କ ବିବାହ ସମ୍ପନ୍ନ ହୋଇଛି | ବିବାହ ବେଳର ଦୁଇଟି ଫଟୋ ଏହି ନବ ଦମ୍ପତି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି | ଫଟୋ ପୋଷ୍ଟ ପରେ ତାଙ୍କ ପ୍ରଶଂସକ, ଏବଂ ସେଲେବ୍ରିଟୀ ଉଭୟଙ୍କୁ ବିବାହର ଶୁଭେଚ୍ଛା ଜଣେଇଛନ୍ତି | ଉଭୟ ଦୀପବୀର ସବ୍ୟସାଚୀଙ୍କ ଦ୍ୱାରା ଡିଜାଇନ ହୋଇଥିବା ଡ୍ରେସରେ ଅତ୍ୟନ୍ତ ସୁନ୍ଦର ଦେଖାଯାଉଥିଲେ | ସୋସିଆଲ ମିଡ଼ିଆରେ ପୋଷ୍ଟ ହୋଇଥିବା ଦୁଇଟି ଫଟୋରେ ପ୍ରଶଂସକଙ୍କ ମାନେ ବାଃ ବାଃ କହିଛନ୍ତି |

ଫଟୋରେ ଉଭୟ ଏତେ ସୁନ୍ଦର ଦେଖାଯାଉଛନ୍ତି ଯେ, ସମସ୍ତଙ୍କ ନଜର ଲାଖି ରହିଛି | ସବ୍ୟସାଚୀଙ୍କ ଦ୍ୱାରା ଡିଜାଇନ ହୋଇଥିବା ଦୀପିକାଙ୍କ ଲେହେଙ୍ଗାରେ ଲେଖା ହୋଇଛି ‘ସଦା ସୌଭାଗ୍ୟବତୀ ଭବ’ | ସମସ୍ତଙ୍କ ନଜର ଦୀପିକାଙ୍କ ବୈବାହିକ ମୁଦି ଉପରେ | ବିବାହବେଳେ ଏହି ମୁଦି ରଣବୀର ଦୀପିକାଙ୍କୁ ପିନ୍ଧେଇଥିଲେ | ତେବେ ଏହି ମୁଦିର ମୂଲ୍ୟ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ | ସୂଚନା ଅନୁସାରେ ଏହି ମୁଦିର ମୂଲ୍ୟ ପାଖାପାଖି ୨.୧ କୋଟି ଟଙ୍କା |

ସୂଚନାଯୋଗ୍ୟ ଯେ, ୬ ବର୍ଷର ସମ୍ପର୍କ ପରେ ଉଭୟ ରଣବୀର ଏବଂ ଦୀପିକା ଗତ ୧୪ ଏବଂ ୧୫ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ | ତାଙ୍କ ବାହାଘର ଇଟାଲୀର ଲେକ କୋମୋ ଠାରେ ଅନୁଷ୍ଠିତ ହୋଇଥିଲା | ଆସନ୍ତା ୨୧ ତାରିଖ ଏବଂ ୨୮ ତାରିଖରେ ମୁମ୍ବାଇ ଏବଂ ବାଙ୍ଗାଲୁରୁରେ ଦୁଇଟି ଗ୍ରାଣ୍ଡ ରିସେପସନର ଆୟୋଜନ କରିଛନ୍ତି ଦୀପବୀର | ତେବେ ଅପେକ୍ଷା ରହିଲା ଦୀପବୀର ବିବାହର ଆଉ ସବୁ ଫଟୋ କେବେ ପୋଷ୍ଟ କରୁଛନ୍ତି |

   Related Posts