ବୟସ ଅନୁସାରେ ପିଲାଙ୍କ ଶରୀରର ଓଜନ କେତେ ରହିବା ଆବଶ୍ୟକ, ପଢ଼ନ୍ତୁ ପୂରା ଖବର
27/10/2019 at 1:50 PM

ଅଧିକାଂଶ ସମୟରେ ମଣିଷର ମୋଟାପଣ ସେମାନଙ୍କୁ ଅସୁବିଧାରେ ପକାଇଥାଏ। ଏପରିକି ବୟସ ଓ ଉଚ୍ଚତା ଅନୁସାରେ ଅଧିକ ମୋଟାପଣ ମଣିଷ ଶରୀରରେ କ୍ଷତି ପହଞ୍ଚାଇଥାଏ। ଅନ୍ୟପଟେ ବୟସ ତୁଳନାରେ ପିଲାଙ୍କ ଶରୀରର ବିକାଶ ଠିକ୍ ଭାବେ ହୋଇ ନଥାଏ। ଯାହାଫଳରେ ପିଲାମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି। କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ଆମେ ସାଧାରଣତଃ ବାହାର ଖାଦ୍ୟ ପ୍ରତି ଋଚି ରଖିଥାନ୍ତି। ପିଲା କିମ୍ବା ବୟସ୍କ ବ୍ୟକ୍ତିଙ୍କ ଉଚ୍ଚତା ଓ ବସୟ ଅନୁସାରେ ଶରୀରର ଓଜନ ବୃଦ୍ଧି ହେବା ଉଚିତ୍। ସାଧାରଣତଃ ପିଲାଙ୍କ ବୟସ ଅନୁସାରେ ସେମାନଙ୍କ ଶରୀରର ବିକାଶ ଓ ଓଜନ ପ୍ରତି ଧ୍ୟାନ ଦେବା ଉଚିତ୍।
ସାଧାରଣତଃ ନବଜାତ ଶିଶୁ ପୁତ୍ରଙ୍କ ଓଜନ ୩.୩ କିଲୋ ଏବଂ ଶିଶୁ କନ୍ୟାଙ୍କ ଓଜନ ୩,୨ କିଲୋ ରହିବା ଆବଶ୍ୟକ। ଯଦି ଜନ୍ମ ସମୟରେ ନବଜାତ ଶିଶୁଙ୍କ ଓଜନ କମ୍ ରହିଥାଏ ତେବେ ସେମାନଙ୍କ ସ୍ବାସ୍ଥ୍ୟପ୍ରତି ଯତ୍ନବାନ ହେବା ଉଚିତ୍। ସେହିପରି ୩ରୁ ୫ ବର୍ଷ ବୟସ ର ପୁଅମାନଙ୍କ ଓଜନ ୬ କିଲୋ ଓ ଝିଅମାନଙ୍କ ଓଜନ ୫.୪ କିଲୋ ଓଜନ ରହିବା ଆବଶ୍ୟକ। ସେହିପରି ୬ରୁ ୮ ବୟସ ବର୍ଷର ପୁଅଙ୍କ ଓଜନ ୯.୨ କିଲୋ ଓ ଝିଅଙ୍କ ଓଜନ ୮.୬ କିଲୋ ରହିବା ଆବଶ୍ୟକ।
ସେହିପରି ଏକ ବର୍ଷ ବୟସର ପୁଅଙ୍କ ଓଜନ ୧୦.୨ କିଲୋ ଓ ଝିଅଙ୍କ ଓଜନ ୯.୫ କିଲୋ ରହିବା ଆବଶ୍ୟକ। ଏପରିକି ଦେଢ଼ ବର୍ଷରୁ ୨ ବର୍ଷ ବସୟର ପୁଅଙ୍କ ଓଜନ ୧୨.୮ ଓ ଝିଅଙ୍କ ଓଜନ ୧୧.୬ କିଲୋ ରହିବା ଆବଶ୍ୟକ। ୩ରୁ ୪ ବର୍ଷ ବୟସରେ ପୁଅଙ୍କ ଓଜନ ୧୬.୧ ଓ ଝିଅଙ୍କ ଓଜନ ୧୫.୨ କିଲୋ ରହିବା ଆବଶ୍ୟକ। ପିଲାଙ୍କ ବୟସ ଅନୁସାରେ ସେମାନଙ୍କ ଓଜନ କେତେ ରହିବା ଆବଶ୍ୟକ ଏହାର ଚାର୍ଟ ପ୍ରତ୍ୟେକ ସରକାରୀ ଓ ବେସରକାରୀ ହସ୍ପିଟାଲରେ ଉପଲବ୍ଧ ହେଉଛି।