ଜାଣନ୍ତୁ ରାଜ୍ୟରେ ଅଛି କେତେ ବୁଥ, ସମ୍ବେଦନଶୀଳ କେତେ ଓ ଅତି ସମ୍ବେଦନଶୀଳ କେତେ : କେମିତି କରାଯିବ ପରିଚାଳନା

Published By : Prameya-News7 Bureau | March 11, 2019 IST

ଭୁବନେଶ୍ୱର ୧୧/୩ : ଏପ୍ରିଲ ୧୧, ୧୮, ୨୩ ଓ ୨୯ରେ ଓଡ଼ିଶାରେ ହେବ ଭୋଟ । ରବିବାର ସଂଧ୍ୟାରେ ନିର୍ବାଚନ କମିଶନଙ୍କ ଏହି ଘୋଷଣା ପରେ ତତ୍ପର ହୋଇ ପଡିଛି ଜିଲ୍ଲା ପ୍ରଶାସନ । ପୋଷ୍ଟର, ହୋଡିଂ ହଟା କାମ ଅଧିକାଂଶ ସ୍ଥାନରେ ପ୍ରାୟତଃ ଶେଷ ହୋଇଛି । ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବାକୁ ଜିଳ୍ଲା ପ୍ରଶାସନ ଲାଗିପଡିଛି । ଆଦର୍ଶ ଆଚରଣ ବିଧି ପାଳନ, ଆଇନ ଶୃଖଂଳା ରକ୍ଷା, ସୁରୁଖୁରୁରେ ମତଦାନ କରାଇବାକୁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତିରେ ଲାଗିପଡିଛି ।

{"id":92636}

ନିର୍ବାଚନ ସୁପରିଚାଳନା ପାଇଁ ତତ୍ପର ଜିଲ୍ଲା ପ୍ରଶାସନ। କାରଣ ନିର୍ବାଚନ ଏବେ ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ । କେଉଁ ନିର୍ବାଚନମଣ୍ଡଳିରେ କେତେ ବୁଥ୍, କେଉଁ ବୁଥ୍ ସମ୍ବେଦନଶୀଳ, କିଏ ଅତି ସମ୍ବେଦନଶୀଳ, କେଉଁଠି ଭୋଟିଂ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ, କେଉଁଠି ଲାଗିବ ସିସିଟିଭି, କେଉଁଠି ଅର୍ଧସାମରିକ ବଳ ନିୟୋଜିତ ହେବେ- ଜିଲ୍ଲା ପ୍ରଶାସନ ସେ ସବୁର ହିସାବ ଦେଇଛି ।  

{"id":92637}

ଏହି କ୍ରମରେ କଟକ ଜିଲ୍ଲାରେ ୨୨୪୬ଟି ବୁଥ କରାଯାଇଥିବା ବେଳେ ୩୫୦ଟିକୁ ସମ୍ବେଦନଶୀଳ ଚିହ୍ନଟ କରାଯାଇଛି । ସମ୍ବେଦନଶୀଳ ଅଞ୍ଚଳରେ କେନ୍ଦ୍ରୀୟ ପାରା ମିଲିଟାରୀ ଫୋର୍ସ ମୁତୟନ କରାଯିବ । ସେହିପରି ପୁରୀ ଜିଲ୍ଲାରେ ୧୫୫୩ ଟି ବୁଥରୁ ୧୪୫ ଟି ସମ୍ବେଦନଶୀଳ । ୧୬୩ ଟି ବୁଥ୍ ରେ ଓ୍ତେବ୍ କାଷ୍ଟିଙ୍ଗ, ୮୫ ଟି ବୁଥ୍ ରେ ମାଇକ୍ରୋ ଅବଜରଭର, ୨୩୯ ବୁଥରେ ଭିଡିଓଗ୍ରାଫି କରାଯିବ ।

{"id":92638}

ବଲାଙ୍ଗୀର ଜିଲ୍ଲା ପ୍ରଶାସନ ମଧ୍ୟ ପ୍ରସ୍ତୁତିରେ ଲାଗି ପଡିଛି । ଜିଳ୍ଲାରେ ୧୫୪୭ ପୋଲିଂ ବୁଥ୍ ରୁ ୨୫୬ ଟି ସମ୍ବେଦନଶୀଳ । ନିର୍ବାଚନରେ ସିସିଟିଭି, ମାଇକ୍ରୋଅବଜର୍ଭର, ଭିଡିଓ ରେକର୍ଡିଂ, ଓ୍ବେବ-କାଷ୍ଟିଂ ତଥା କେନ୍ଦ୍ରୀୟ ସୁରକ୍ଷା ବଳର ସହାୟତା ନିଆଯିବ ।

{"id":92639}

ବଲାଙ୍ଗୀର ଜିଲ୍ଲା ମାଓ ପ୍ରବଳ ଅଞ୍ଚଳ ହୋଇଥିବାରୁ ପାଖା ପାଖି ୧୯୬ ଟି କେନ୍ଦ୍ରକୁ ଅତି ସମ୍ବେଦନଶୀଳ ଚିହ୍ନଟ କରାଯାଇଛି । ଏ ସବୁ କେନ୍ଦ୍ର ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି । ସେହିଭଳି ମାଲକାନଗିରି ଜିଲ୍ଲାର ୧୨୮ଟି ବୁଥ୍ ନକ୍ସଲ ପ୍ରବଣ । ଏଠି ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ଅଧିକ ଫୋର୍ସ ମୁତୟନ ସହ କୁମ୍ବିଂ ଅପରେସନକୁ ଜୋରଦାର କରାଯିବ ।

{"id":92640}

ବିଛିନ୍ନାଞ୍ଚଳର ୯ଟି ବୁଥରେ ହେଲିକ୍ୟାପ୍ଟର ସହାୟତାରେ ପୋଲିଂ ପାର୍ଟି ପଠାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସେହିପରି ରାୟଗଡା ମଧ୍ୟ ମାଓବାଦୀ ପ୍ରବଣ ଜିଲ୍ଲା ହୋଇଥିବାରୁ ପୋଲିସ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ ହୋଇଛି। ଏବେ ଠୁ ଆଭ୍ୟନ୍ତରୀଣ ଇଲାକାରେ କମ୍ବିଂ ଅପରେସନ ଆରମ୍ଭ ହୋଇଗଲାଣି ।

{"id":92641}

ଗଂଜାମ, ଗଜପତି,  ନୟାଗଡ଼, କଳାହାଣ୍ଡି, କେନ୍ଦ୍ରାପଡା, ଯାଜପୁରରେ ମଧ୍ୟ ଜିଲ୍ଲା ପ୍ରଶାସନ ନିର୍ବାଚନକୁ ନେଇ ତତ୍ପର । ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ୍ ଉପରେ ଅଧିକ ନଜର ରଖିଛି ପ୍ରଶାସନ । ବିଭିନ୍ନ ନିର୍ବାଚନ ମଣ୍ଡଳି ପାଇଁ କଳାହାଣ୍ଡିରେ ନୋଡାଲ ଅଫିସର ନିଯୁକ୍ତି କରାଯାଇଛି ।

{"id":92642}

ଏହାସହ ପୋଲିଂ ବୁଥ୍‌ କୁ ଭୋଟର କିପରି ସୁବୁଧାରେ ଆସି ମତଦାନ କରିପାରିବେ ତା ଉପରେ ଧ୍ୟାନ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.