ଦଙ୍ଗଲ ଗାର୍ଲ ବବିତା ଫୋଗାଟ- କେତେ କୋଟି ଟଙ୍କା ମାଲିକ ଜାଣନ୍ତୁ…

Published By : Prameya-News7 Bureau | October 04, 2019 IST

ନୂଆଦିଲ୍ଲୀ୪|୧୦: କମନଓ୍ବେଲଥ୍‌ ଗେମ୍ସରେ ଗୋଲଡ୍‌ ମେଡାଲ ଜିତିଥିବା ଭାରତୀୟ ମହିଳା ବବିତା ଫୋଗାଟ୍‌ ବିଜେପି ଦଳରେ ନିଜର ରାଜନୀତି ଇନିଙ୍ଗସ୍‌ ଆରମ୍ଭ କରିସାରିଛନ୍ତି। ହରିୟାଣ ବିଧାନସଭା ନିର୍ବାଚନ ୨୦୧୯ରେ ଦାଦରୀ ବିଧାନସଭା ଆସନରେ ବବିତା ପ୍ରାର୍ଥୀପତ୍ର ଦାଖଲ କରି ସାରିଛନ୍ତି। ନିର୍ବାଚନ କମିଶନଙ୍କ ପାଖରେ ବବିତା ତାଙ୍କ ସମ୍ପତ୍ତି ତାଲିକା ଦାଖଲ କରିଥିଲେ।

ନିର୍ବାଚନ କମିଶନଙ୍କ ନିକଟରେ ବବିତା ଦାଖଲ କରିଥିବା​‌ ସମ୍ପତ୍ତି ତାଲିକାରେ ନଗଦ ୪୦ ଲକ୍ଷ ୭୫ ହଜାର ୫୭୫ ଟଙ୍କା ଉଲ୍ଲେଖ କରାଯାଇଛି। ଏପରିକି ତାଙ୍କ ଉପରେ ୭ ଲକ୍ଷ ଟଙ୍କାର ବ୍ୟାଙ୍କ ଋଣ ଥିବା କଥା ମଧ୍ୟ ବବିତା ସୂଚନା ଦେଇଛନ୍ତି। ଏହାସହ ତାଙ୍କ ନାଁରେ କୌଣସି ସ୍ଥାନରେ ଘର ଓ ଜମି ନାହିଁ।

ସୂଚନାଯୋଗ୍ୟ ଯେ, ୨୦୧୮-୧୯ ମସିହାରେ ବବିତାଙ୍କ ପାଖରେ ୧୪ ଲକ୍ଷ ୨୮ ହଜାର ୬୩୫ ଟଙ୍କା ଥିଲା। ଯେଉଁଥିରେ ନଗଦ ଟଙ୍କା ଆକାରରେ ୪୦ ହଜାର ଓ ୨୯ ଲକ୍ଷ ୫୫ ହଜାର ୫୭୫ ଟଙ୍କା ଦୁଇଟି ଅଲଗା ଅଲଗା ବ୍ୟାଙ୍କରେ ରହିଛି। ୭ ଲକ୍ଷ ଟଙ୍କାର ଏକ କାର ଓ ୩.୮ ଲକ୍ଷ ଟଙ୍କାର ୧୦୦ ଗ୍ରାମ ସୁନା ବବିତାଙ୍କ ପାଖରେ ରହିଛି।

ସୂଚନା ଅନୁସାରେ ବବତା ଫୋଗାଟଙ୍କ ଅନୁମାନିକ ସମ୍ପତ୍ତିର ମୂଲ୍ୟ ୧୪୦ କୋଟି ଟଙ୍କା ହେବ। ଟୋୟୋଟା ଫର୍ଚ୍ୟୁନର ,ରେଞ୍ଜ ରୋଭର ଓ ମାରୁତି ଭଳି ଦାମୀ କାର ବବିତାଙ୍କ ପାଖରେ ରହିଛି। ଏପରିକି ତାଙ୍କ ଭଉଣୀଙ୍କ ଉପରେ ଦଙ୍ଗଲ ଫିଲ୍ମ ତିଆରି କରା ଯାଇଥିଲା। ଯେଉଁଥିରେ ଦୁଇ ଭଉଣୀଙ୍କ ବାପା ଭୂମିକାରେ ଅମିର ଖାନ ଅଭିନୟ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.