Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ଜାଣନ୍ତୁ ସୁକନ୍ୟା ସମୃଦ୍ଧି ଯୋଜନାରେ ଆପଣ ଖୋଲିପାରିବେ କେତୋଟି ଆକାଉଣ୍ଟ

25/08/2019 at 7:58 PM

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଏକ ଯୁଦ୍ର ସଞ୍ଚୟ ଜମା ସୁକନ୍ୟା ସମୃଦ୍ଧି ଯୋଜନାର ଶୁଭାରମ୍ଭ କରିଥିଲେ। ଏହାର ଉଦ୍ଦେଶ୍ୟ ଥିଲା କନ୍ୟାସନ୍ତାନଙ୍କ ଉଜ୍ୱଳ ଭବିଷ୍ୟ, ଉଚ୍ଚ ଶିକ୍ଷା ଓ ତାର ସ୍ୱପ୍ନ ପୁରଣ କରିବା ଲାଗି ଛୋଟ ରାଶିର ଦୀର୍ଘ ସମୟ ପର୍ଯ୍ୟନ୍ତ ଏକ ବଡ ସଞ୍ଚୟ। ମୋଦିଙ୍କ ପ୍ରଥମ ପାଳି ସରକାରରେ ଏହି ଯୋଜନା ଆରମ୍ଭ କରାଯାଇଥିବା ବେଳେ ବ୍ୟାଙ୍କ ଠାରୁ ଆରମ୍ଭ କରି ଡାକଘର ପର୍ଯ୍ୟନ୍ତ ସବୁଠାରେ ଏହି ଖାତା ଖୋଲା ଯାଇପାରୁଥିଲା। ତେବେ ଅନେକ ଲୋକଙ୍କ ଅନଭିଜ୍ଞତା ଯୋଗୁ ସେମାନେ ଖାତ ଖୋଲିବାରୁ ବଞ୍ଚିତ ହୋଇଛନ୍ତି। ତେବେ ଆସନ୍ତୁ ଜାଣିବା କିପରି ଖୋଲିବେ ସୁକନ୍ୟା ଯୋଜନା ଜମା ଖାତା ଓ ଏକାଥରକରେ ଅଭିଭାବକ ଖୋଲିପାରିବେ କେତୋଟି ଖାତା ।

ଏଥିଲାଗି କିଛି ପ୍ରମାଣ ସମ୍ବଦ୍ଧିତ କାଗଜପତ୍ର ଦରକାର। ଯେପରିକି ଝିଅର ଜନ୍ମ ପ୍ରମାଣପତ୍ର, ଡିପୋଜିଟର ପରିଚୟପତ୍ର, ଡିପୋଜିଟରଙ୍କ ଆଡ୍ରେସ୍ ପ୍ରମାଣପତ୍ର ଓ ଶିଶୁ ଏବଂ ଅଭିଭାବକଙ୍କ ଆଧାକର କାର୍ଡର ନକଲ। ସେହିପରି ଗୋଟିଏ ଝିଅ ଲାଗି ଯୋଜନାରେ ଗୋଟିଏ ମାତ୍ର ଆକାଉଣ୍ଟ ଖୋଲାଯାଇ ପାରିବ। ତେବେ ଆଇନଗତ ଅଭିଭାକ ଚାହିଁଲେ ଆଉ ଗୋଟିଏ ଜମା ଖାତା ବି କରିପାରିବେ। ତେବେ ଯେଉଁ କ୍ଷେତ୍ରରେ ଶିଶୁ କନ୍ୟା ଜମଜ ଥାନ୍ତି ସେକ୍ଷେତ୍ରରେ ହସ୍ପିଟାଲର ଡିଶ୍ଚାର୍ଜ ସାର୍ଟିଫିକେଟ ଆଧାରରେ ଉଭୟଙ୍କ ଲାଗି ୩ଟି ଆକାଉଣ୍ଟ କରାଯାଇପାରେ।

ଏହି ଆକାଉଣ୍ଟରେ ଏକ ନିର୍ଦ୍ଧିଷ୍ଟ ରାଶି ଏକ ନିର୍ଦ୍ଧିଷ୍ଟ ସମୟ ସୀମା ପର୍ଯ୍ୟନ୍ତ ଜମା କରାଯାଇଥାଏ। ପରେ ଏହା ସମୁଳ ସୁଧ ହିସାବ ହୋଇ ଝିଅକୁ ମୋଟାରକମର ଅର୍ଥ ମିଳେ। ଯାହାକୁ ସେ ତାର ଉଚ୍ଚ ଶିକ୍ଷା, ବିବାହ ଓ ଅନ୍ୟ କାର୍ଯ୍ୟରେ ମଧ୍ୟ ଉପଯୋଗ କରିପାରିବ। ନିମ୍ନ ଓ ମଧ୍ୟମବର୍ଗିୟ ପରିବାରଙ୍କ ଲାଗି ହୋଇଥିବା ଏହି ସ୍ୱଳ୍ପ ସଞ୍ଚୟ ଜମା ଯୋଜନାର ଲାଭ ସମାଜର ସବୁ ବର୍ଗଙ୍କୁ ପ୍ରଦାନ କରାଯାଉଛି। ଏଣୁ ଆଉ ବିଳମ୍ବ  କାହିଁକି ଝିଅ ପାଇଁ ଆଜି ହିଁ ଖୋଲନ୍ତୁ ସୁକନ୍ୟା ଯୋଜନାରେ ଜମା ଖାତାଟିଏ।

   Related Posts