ଦେଶରେ କେବେ ଆରମ୍ଭ ହେବ ନିୟମିତ ଟ୍ରେନ ସେବା ? ରେଲଓ୍ଵେ ଜାରି କଲା ବିଜ୍ଞପ୍ତି

Published By : Prameya-News7 Bureau | August 11, 2020 IST

ନୂଆଦିଲ୍ଲୀ ୧୧।୦୮: କରୋନା ଭୂତାଣୁ ସଂକ୍ରମଣ କାରଣରୁ ଦେଶରେ ରେଳ ଚଳାଚଳ ସ୍ଵାଭାବିକ ହୋଇ ପାରି ନାହିଁ। କେବେ ଟ୍ରେନ ଚାଲିବ ତାହା ମଧ୍ୟ କହିବା ମୁସ୍କିଲ। ଏହା ମଧ୍ୟରେ ରେଳ ମନ୍ତ୍ରଣାଳୟ ମଙ୍ଗଳବାର ବିଜ୍ଞପ୍ତି ଜାରି କରିଛି। ଏଥିରେ ମନ୍ତ୍ରଣାଳୟ କହିଛି  ଯାତ୍ରୀବାହୀ ଟ୍ରେନ ସହିତ ନିୟମିତ ଟ୍ରେନ ସେବା ଆଗାମୀ ନୋଟିସ୍ ପର୍ଯ୍ୟନ୍ତ ଚଳାଚଳ କରିବ ନାହିଁ। ମନ୍ତ୍ରଣାଳୟ ବିଜ୍ଞପ୍ତିରେ କହିଛି ବର୍ତ୍ତମାନ ଦେଶରେ ଚାଲୁଥିବା ୨୩୦ ସ୍ପେଶାଲ ଟ୍ରେନର ଚଳାଚଳରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏଥିରେ ଆବଶ୍ୟକ କାର୍ଯ୍ୟରେ ନିୟୋଜିତ ଲୋକଙ୍କ ପାଇଁ ମୁମ୍ବାଇରେ ଚାଲୁଥିବା ଲୋକାଲ ଟ୍ରେନ ମଧ୍ୟ ସାମିଲ।

ରେଳ ମନ୍ତ୍ରଣାଳୟ କହିଛି ସ୍ପେଶାଲ ଟ୍ରେନର ଚଳାଚଳ ନିୟମିତ ଆଧାରରେ ସମୀକ୍ଷା କରାଯାଉଛି ଏବଂ ଆବଶ୍ୟକସ୍ଥଳେ ଅତିରିକ୍ତ ସ୍ପେଶାଲ ଟ୍ରେନ ଚଳାଯାଇ ପାରେ। ଅଧିକାରୀ କହିଛନ୍ତି, ଲକ୍‌ଡାଉନ୍ କାରଣରୁ ଅନ୍ୟ ନିୟମିତ ଟ୍ରେନ ଓ ଯାତ୍ରୀବାହୀ ଟ୍ରେନ ଏବେ ଆଉ କିଛି ସମୟ ପାଇଁ ବନ୍ଦ ରହିବ।

କେନ୍ଦ୍ର ସରକାରଙ୍କ ତରଫରୁ ମାର୍ଚ୍ଚ ୨୫ରୁ ଲାଗୁ ଲକ୍‌ଡାଉନ୍‌ ପରେ ଟ୍ରେନର ନିୟମିତ ଚଳାଚଳ ଉପରେ ରୋକ୍ ଲଗାଯାଇଥିଲା। ପରେ ମନ୍ତ୍ରଣାଳୟ ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ପେଶାଲ ଟ୍ରେନ ଯୋଜନା ଆରମ୍ଭ କରିଥିଲେ। ଏହା ପରେ ଦେଶରେ ନିର୍ଦ୍ଧାରିତ ଗନ୍ତବ୍ୟସ୍ଥଳ ମଧ୍ୟରେ ସୀମିତ ପ୍ରିମିୟମ ଟ୍ରେନ ସେବା ଆରମ୍ଭ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.