Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

‘କିଙ୍ଗ ଅଫ ଗୁଡ ଟାଇମ୍ସ’ ବିଜୟ ମାଲ୍ୟା ବ୍ୟାଙ୍କରପ୍ଟ ହେଲେ କିପରି? ଜାଣନ୍ତୁ ପୁରା କାହାଣୀ

28/07/2021 at 3:52 PM

ନୂଆଦିଲ୍ଲୀ ୨୮।୭ : ଜଣାଶୁଣା ବ୍ୟବସାୟୀ ତଥା କିଙ୍ଗଫିସର ଏୟାରଲାଇନ୍ସର ମାଲିକ ବିଜୟ ମାଲ୍ୟାଙ୍କୁ ତାଙ୍କ ବିଳାଶମୟ ଜୀବନଶୈଳୀ ଲାଗି ସାରା ବିଶ୍ୱରେ ଲୋକେ ‘କିଙ୍ଗ ଅଫ ଗୁଡ ଟାଇମ୍ସ’ ଭାବେ ଜାଣନ୍ତି। ହେଲେ ନିକଟରେ ଲଣ୍ଡନ କୋର୍ଟ ତାଙ୍କୁ ଦେବାଳିଆ (ବ୍ୟାଙ୍କରପ୍ଟ) ଘୋଷଣା କରିଛନ୍ତି। ଫଳରେ ତାଙ୍କର ଚାକଚକ୍ୟ ଭରା ଜୀବନ ଶୈଳି ଏବେ ଉଜୁଡି ଯାଇଛି।

ବ୍ୟାଙ୍କରପ୍ଟ ହେବା ପରେ ମାଲ୍ୟାଙ୍କୁ ଏବେ ତାଙ୍କର ବଳକା ସମ୍ପତ୍ତି ସହ ଡେବିଟ୍ ଓ କ୍ରେଡିଟ୍‌ କାର୍ଡସବୁକୁ ‘ବ୍ୟାଙ୍କରପସୀ  ଟ୍ରଷ୍ଟି’ ଙ୍କୁ ସମର୍ପିଦେବାକୁ ହେବ। ଟ୍ରଷ୍ଟ ତାଙ୍କର କରଜର ଯାଞ୍ଚ ସହ ସମୀକ୍ଷା କରିବେ ଓ କାହାର କେତେ କାଢିଆ କରିଛନ୍ତି ସ୍ପଷ୍ଟ ହେବା ପରେ ବଳକା ସମ୍ପତ୍ତିରୁ ସୁଝିବାକୁ ପଦକ୍ଷେପ ନେବେ। ମାଲ୍ୟା ୨୦୧୩ ମସିହା ସୁଦ୍ଧା ଭାରତୀୟ ବ୍ୟାଙ୍କମାନଙ୍କ ଏକ ସମୂହଠାରୁ ପ୍ରାୟ ୧୦ ହଜାର କୋଟିରୁ ଅଧିକ ଟଙ୍କାର ଋଣ କରିଥିଲେ। ଏହା ବାଦେ ବି ସେ ବିଭିନ୍ନ ସଂସ୍ଥାଙ୍କଠାରୁ ଋଣ ନେଇଛନ୍ତି।

ଭାରତରେ ମାଲ୍ୟା କରିଥିବା ଋଣର ଯାଞ୍ଚ ଲାଗି ବିଭିନ୍ନ ଯାଞ୍ଚ ଏଜେନ୍ସୀ ଜେପରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି),କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ), ଗୁରୁତର ଠକେଇ ଯାଞ୍ଚ କାର୍ଯ୍ୟାଳୟ (ଏସଏଫଆଇଓ) ଏବଂ  ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ(ସେବି) ଯାଞ୍ଚ କରୁଛନ୍ତି। ବିଜୟ ମାଲ୍ୟା ଭାରତରେ ବେଙ୍ଗାଲୁରୁସ୍ଥିତ ୟୁନାଇଟେଡ ବ୍ରେଭରିଜ୍ ହୋଲ୍ଡିଂସ ଲିମିଟେଡ (ୟୁବିଏଚଏଲ)ର ଚେୟାରମ୍ୟାନ୍‌ ଥିଲେ। ଏକା ସମୟରେ ସେ କିଙ୍ଗଫିସର ଏୟାରଲାଇନ୍ସର ମାଲିକ ମଧ୍ୟ ଥିଲେ।

ଭାରତରେ କିଙ୍ଗଫିସର ଏୟାରଲାଇନ୍ସ ୨୦୦୩ ମସିହାରେ ଆରମ୍ଭ ହୋଇଥିଲା। ୨୦୦୫ ମସିହା ବେଳକୁ ଏୟାରଲାଇନ୍ସ କାର୍ଯ୍ୟକ୍ଷମ ହୋଇଥିବା ବେଳେ ୨୦୦୭ ମସିହାରେ ଏୟାର ଡେକାନ କ୍ରୟ କରି ବିମାନ କମ୍ପାନୀର ସମ୍ପ୍ରସାରଣ କରିଥିଲା। କିଙ୍ଗଫିସର ପ୍ରାୟ ୫୫୦ କୋଟି ଟଙ୍କାରେ  ଡେକାନ ଏୟାରଲାଇନ୍ସର ୪୬ ପ୍ରତିଶତ ଭାଗିଦାରୀ କିଣି ନେଇଥିଲା। ଏହା ପରଠାରୁ ଆରମ୍ଭ ହୋଇଥିଲା ମାଲ୍ୟାଙ୍କ ପତନ ପର୍ବ। ବ୍ୟାଙ୍କମାନଙ୍କରୁ ନେଇଥିବା ଋଣ ଟଙ୍କା ସମୟରେ ପରିଷୋଧ ନ କରିପାରିବା ଯୋଗୁ ସେ ଭାରତରୁ ଲୁଚି ପଳାୟନ କରିଥିଲେ।

ଅନେକ ବର୍ଷ ପରେ ତାଙ୍କୁ ଲଣ୍ଡନରେ ଗିରଫ କରାଯାଇଥିଲା। ତେବେ ତାଙ୍କଠାରୁ ଋଣ ବାବଦ ରାଶି ଓ ବକେୟା ସୁଧ ଅସୁଲ କରିବା ଏବେବି ଇଣ୍ଡିଆନ ବ୍ୟଙ୍କ କନସୋର୍ଟିଅମଙ୍କ ଲାଗି କାଠିକର ପାଠ ହୋଇ ରହିଛି। ତେବେ ମାଲ୍ୟା ଏପରି ପରିସ୍ଥିତିରେ ପଡିଲେ କିପରି କୋଲକାତାର ଗ୍ଲୋବସିନ୍‌ ବିଜନେସ୍‌ ସ୍କୁଲ ସେ ନେଇ ଏକ ସ୍ୱତନ୍ତ୍ର ଅଧ୍ୟାୟନ କରିଥିଲା।  ଗବେଷଣାରୁ ମାଲ୍ୟା ଓ ତାଙ୍କ ସ୍ଥାପିତ କମ୍ପାନୀମାନଙ୍କ ସମ୍ପର୍କରେ ଆଶ୍ଚର୍ଯ୍ୟଜନ ତଥ୍ୟ ମିଳିଛି।

ଗ୍ଲୋବସିନ୍‌ ବିଜନେସ୍‌ ସ୍କୁଲର ୨୦୧୩ ମସିହା  ଅଧ୍ୟୟନ ଅନୁସାରେ ମାଲ୍ୟାଙ୍କ କମ୍ପାନୀମାନେ ସ୍ଥାପନା ଠାରୁ ଶେଷ ପର୍ଯ୍ୟନ୍ତ କେବେବି ଲାଭର ସୂଚନା ଦେଉ ନଥିଲେ। ଏଣୁ କମ୍ପାନୀମାନେ କେତେ କ୍ଷତି ଅଥବା ଲାଭରେ ଅଛନ୍ତି ତାର ସ୍ପଷ୍ଟ ସୂଚନା ନଥିବା ବେଳେ ପ୍ରତି ଆବଶ୍ୟକତା ମାଲ୍ୟା ବ୍ୟାଙ୍କଋଣରୁ ଭରଣା କରିଚାଲିଥିଲେ। ଏଣୁ ଏକ ସମୟରେ ବ୍ୟାଙ୍କମାନେ ଋଣ ବାବଦ ପୈଠ ଲାଗି ଯୋଗାଯୋଗ କରିବା ବେଳକୁ ଗ୍ୟାରେଣ୍ଟର କମ୍ପାନୀକୁ ଡିଫଲ୍ଟର ଘୋଷଣା କରିବା ବ୍ୟତୀତ ଅନ୍ୟ ପନ୍ଥା ନଥିଲା।

ଅଗତ୍ୟା ବ୍ୟାଙ୍କ ଋଣ ଲାଗି ମାଲ୍ୟାଙ୍କୁ ୨୦୧୬ ମସିହାରେ ଭାରତରୁ ଫେରାର ହେବାକୁ ପଡିଥିଲା। ପ୍ରାୟ ବର୍ଷକ ପରେ ମାଲ୍ୟାଙ୍କୁ ଠାବ କରି ଗିରଫ କରାଯାଇଥିବା ବେଳେ ୨୦୧୭ ମସିହାରୁ ତାଙ୍କର ପ୍ରତ୍ୟାର୍ପଣ ନେଇ ବ୍ରିଟେନ ସହ ଭାରତର ଆଲୋଚନା ଜାରି ରହିଛି। ଏଥିରେ ଏବେ ଲଣ୍ଡନ କୋର୍ଟ ତାଙ୍କୁ ଦେବାଳିଆ ଘୋଷଣା କରିଦେବା  ବ୍ୟାଙ୍କରପ୍ଟ ଟ୍ରଷ୍ଟି ତାଙ୍କ ଋଣର ଶେଷ ଆଶା ହେବାକୁ ଯାଉଛନ୍ତି।  

   Related Posts