କିଭଳି ଆତଙ୍କବାଦୀଙ୍କ ପାଇଁ ଭୂସ୍ୱର୍ଗ ପାଲଟିଗଲା କାଶ୍ମୀର, ଜାଣନ୍ତୁ

Published By : Prameya-News7 Bureau | February 20, 2019 IST

କାଶ୍ମୀର ୨୦/୨ : ଭାରତ ସ୍ୱାଧୀନ ହେବ ପୂର୍ବରୁ କାଶ୍ମୀରରେ ଅଲଗା ଶାସନ ଚାଲୁଥିଲା | ସେତେବେଳେ କାଶ୍ମୀରରେ ଡୋଗରା ରାଜପୁତ ବଂଶର ରାଜା ହରି ସିଂହ ଶାସନ କରୁଥିଲେ | ଡୋଗରା ରାଜବଂଶ ସେତେବେଳେ ଲଦାଖକୁ ନିଜ ଅଧୀନକୁ ନେଇ ଯାଇଥିଲେ | ୧୮୪୦ ମସିହାରେ ଇଂରେଜ ଶାସନ କାଳରେ ଡୋଗରା ରାଜବଂଶ ଇଂରେଜଙ୍କଠାରୁ କାଶ୍ମୀରକୁ ମୁକ୍ତ କରି ନିଜ ଅକ୍ତିଆରକୁ ନେଇଥିଲେ | ସେତେବେଳେ କାଶ୍ମୀରର ଜନସଂଖ୍ୟା ଥିଲା ୪୦ ଲକ୍ଷ | ୧୯୪୭ ମସିହାରେ ଭାରତ ସ୍ୱାଧୀନ ହେବାବେଳେ ପାକିସ୍ତାନର ଜନ୍ମ ହୋଇଥିଲା | ସେତେବେଳେ ଗୋଟିଏ ପଟେ ଥିଲା ଭାରତ, ଅନ୍ୟପଟେ ଥିଲା ପାକିସ୍ତାନ | ମଝିରେ ରହିଗଲା କାଶ୍ମୀର | ସେଇଠୁ ଆରମ୍ଭ ହେଲା କାଶ୍ମୀରର କାହାଣୀ | ୭୦ ବର୍ଷ ପୂର୍ବରୁ ଜଣେ ରାଜାଙ୍କ ପିଲାଳିଆମୀ ଏବଂ ଶାସନ କ୍ଷମତା ଯୋଗୁଁ କାଶ୍ମୀର ପରିବେଶରେ ମିଶିଗଲା ବାରୂଦର ଗନ୍ଧ | ଏହି ଗନ୍ଧ ଆଜି ପର୍ଯ୍ୟନ୍ତ ସମସ୍ତଙ୍କୁ ହନ୍ତସନ୍ତ କରୁଛି |

{"id":87078}


ଆମ ଦେଶ ତୁମ ଦେଶ, ଆମ ଲୋକ ତୁମ ଲୋକ, ଆମ ଧର୍ମ ତୁମ ଧର୍ମ, ଏହି ଜିଦରେ ଗୋଟିଏ ଦେଶ ଦୁଇ ଭାଗ ହୋଇଗଲା | ଧର୍ମର ଦ୍ୱାହି ଦେଇ ଲୋକଙ୍କୁ ହତ୍ୟା କରିଦିଆଗଲା | ବିଭିନ୍ନ ସ୍ଥାନରେ ଦଙ୍ଗା ଚାଲିଲା | କାଶ୍ମୀରର ରାଜା କାଶ୍ମୀରକୁ ହିନ୍ଦୁ ମୁସଲମାନ ଶାସନଠୁ ଦୁରେଇ ରଖିବା ପାଇଁ କାଶ୍ମୀରକୁ ଇଂରେଜଙ୍କ ଠାରୁ ଛଡାଇ ଆଣିଥିଲେ | ପାଣି ଫୋଟକା ପରି ମିଳେଇ ଗଲା ରାଜାଙ୍କ ସ୍ବପ୍ନ | ମୁସଲମାନମାନଙ୍କ ପାଇଁ ପାକିସ୍ତାନ ଗଠନ କରିଥିବା ମହମ୍ମଦ ଅଲ୍ଲୀ ଜିନାହ କାଶ୍ମୀରର ସ୍ୱତନ୍ତ୍ରତା ପାଇଁ ପ୍ରସ୍ତୁତ ନଥିଲେ |

{"id":87079}


ଅଲ୍ଲୀଙ୍କ କହିବାନୁଯାୟୀ, ଯେଭଳି ଗୁଜରାଟର ଜୁନାଗଡ଼ରେ ହିନ୍ଦୁଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ତାକୁ ଭାରତରେ ଯୋଡ଼ାଗଲା ସେହିଭଳି କାଶ୍ମୀରରେ ମୁସଲମାନଙ୍କ ସଂଖ୍ୟା ହିସାବରେ ସେଠାରେ କେବଳ ପାକିସ୍ତାନର ଅଧିକାର ଅଛି | ନିଜ ଜିଦ ରଖିବା ପାଇଁ ଅଲ୍ଲୀ କାଶ୍ମୀରର ରାଜା ହରି ସିଂହଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଥିଲେ | କାଶ୍ମୀରକୁ ରପ୍ତାନି ହେଉଥିବା ସମସ୍ତ ଆବଶ୍ୟକୀୟ ବସ୍ତୁର ସପ୍ଲାଏ ବନ୍ଦ କରିଦେଇଥିଲେ | କାଶ୍ମୀରକୁ ପାକିସ୍ତାନ ସହ ମିଶାଇବା ପାଇଁ ନିଜ ଶକ୍ତି ବ୍ୟବହାର କରିବା ଆରମ୍ଭ କରିଥିଲା | କିନ୍ତୁ ଅଲ୍ଲୀଙ୍କ ଏହି ସବୁ କାର୍ଯ୍ୟକଳାପ ପରେ ମଧ୍ୟ ମହାରାଜା ହରି ସିଂ ନିଜ ନିଷ୍ପତ୍ତି ବଦଳାଇନଥିଲେ | ତାଙ୍କର ନିଷ୍ପପ୍ତି ଥିଲା 'ଆଜାଦ କାଶ୍ମୀର' |

{"id":87083,"width":575,"height":420}


ସ୍ୱାଧୀନତାର ୯ ସପ୍ତାହ ପରେ ଅଲ୍ଲୀଙ୍କ ଇସାରାରେ ପାକିସ୍ତାନ କାଶ୍ମୀର ଉପରେ ଆକ୍ରମଣ କରିଥିଲା | କାଶ୍ମୀରରେ ଅନେକ ଲୋକଙ୍କୁ ହତ୍ୟା କରାଯାଇଥିଲା | ଏପରିକି ଆବାଳ ବୃଦ୍ଧ ବନିତା କାହାକୁ ମଧ୍ୟ ଛାଡିଲା ନାହିଁ ପାକିସ୍ତାନ | ଆତଙ୍କବାଦୀ ଡୋମେଲ ସହରର ଏକ ବଡ ଅଂଶ ଉପରେ କବଜା କରିଥିଲେ | ଅଲ୍ଲୀ ଗୋଟିଏପଟେ କାଶ୍ମୀର ଆକ୍ରମଣ କରୁଥିଲେ | ଅପରପକ୍ଷରେ ତାଙ୍କ ଲୋକ କାଶ୍ମୀର ଶାସନରେ ଯୁଦ୍ଧ ସ୍ଥିତି ଆରମ୍ଭ କରିବା ପାଇଁ ମୁସଲମାନ ସୈନିକମାନଙ୍କୁ ଉତକ୍ଷିପ୍ତ କରୁଥିଲେ | ଯେଇଁ ସୈନିକମାନେ ଏମାନଙ୍କୁ ସହଯୋଗ କରୁଥିଲେ ସେମାନେ ସୁରକ୍ଷିତ ରହିଲେ ଏବଂ ଯେଉଁମାନେ ତାଙ୍କୁ ବିରୋଧ କରୁଥିଲେ ତାଙ୍କୁ ହତ୍ୟା କରି ଦିଆଯାଉଥିଲା | ଧୀରେ ଧୀରେ ରକ୍ତରେ ଲାଲ ହୋଇଗଲା କାଶ୍ମୀର | କାଶ୍ମୀରକୁ ସୁରକ୍ଷା ଦେବା ମହାରାଜା ହରି ସିଂହଙ୍କ ପାଇଁ ଅସମ୍ଭବ ହୋଇପଡ଼ିଥିଲା | ଅଲ୍ଲୀଙ୍କ ଆତଙ୍କବାଦୀମାନେ ମହାରାଜାଙ୍କ ରାଜସ୍ବ ମଧ୍ୟ ଲୁଟିବା ଆରମ୍ଭ କରିଥିଲେ |

{"id":87085,"width":579,"height":434}


ମହାରାଜା ହରି ସିଂହଙ୍କ ସାମ୍ନାରେ ୩ଟି ରାସ୍ତା ଥିଲା | ପ୍ରଥମତଃ, ଯାହା ହେଉଛି ସେଥିରେ କିଛି ହସ୍ତକ୍ଷେପ ନକରି କାଶ୍ମୀରକୁ ପାକିସ୍ତାନକୁ ହସ୍ତାନ୍ତର କରିଦେବେ | ଦ୍ୱିତୀୟତଃ, ପାକିସ୍ତାନୀ ଆତଙ୍କବାଦୀଙ୍କ ସହ ଯୁଦ୍ଧ କରିବେ ଯେଉଁମାନେ ନିରୀହ ନାଗରିକଙ୍କୁ ହତ୍ୟା କରିଛନ୍ତି | ତୃତୀୟତଃ, ସେ ଭାରତ ଠାରୁ ସାହାଯ୍ୟ ନେଇ କାଶ୍ମୀରକୁ ରକ୍ଷା କରିବେ | କିନ୍ତୁ ସେତେବେଳେ ଯେହେତୁ କାଶ୍ମୀର ଭାରତର ଅଂଶ ବିଶେଷ ନଥିଲା ସେଥିପାଇଁ ଭାରତ ସରକାରଙ୍କ ସୈନ୍ୟ ସେଠାରେ କିଛି କରିପାରିନଥାନ୍ତେ |ସେଥିପାଇଁ କାଶ୍ମୀର ଭାରତରେ ମିଶିଲା ଏବଂ ଭାରତୀୟ ସୈନ୍ୟ କାଶ୍ମୀରର ସୁରକ୍ଷା ପାଇଁ ପହଞ୍ଚିଥିଲା । କାଶ୍ମୀରକୁ ଅକ୍ତିଆର କରିବାରେ ବିଫଳ ପାକିସ୍ତାନ ସେହିଦିନଠାରୁ ପାଶ୍ମୀର ଘାଟୀରେ ଅଶାନ୍ତ ପରିସ୍ଥିତି ଲୃଷ୍ଟି କରିବା ପାଇଁ ସୀମା ଆରପଟୁ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଇଆସୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.