Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଜାଣନ୍ତୁ କେମିତି ଦିଲ୍ଲୀର ‘ଜନ୍ତରମନ୍ତର’ ହେଲା ଦେଶବାସୀଙ୍କ ଗଣ ଆନ୍ଦୋଳନର ପ୍ରମୁଖସ୍ଥଳ

22/07/2021 at 5:29 PM

ନୂଆଦିଲ୍ଲୀ ୨୨।୭ : ସରକାରଙ୍କ କୌଣସି ନୀତିକୁ ବିରୋଧ କରିବା ଲାଗି ହେଉ ଅଥବା ଦାବି ପୂରଣ ଲାଗି ରାଜଧାନୀ ଦିଲ୍ଲୀରେ ଏକଦା ଜନ୍ତରମନ୍ତର ଥିଲା ମୁଖ୍ୟ ଧାରଣାସ୍ଥଳ। ତେବେ ଏହା ପୂର୍ବରୁ ରାଜଧାନୀରେ ରାଜଘାଟ, ବୋଟ କ୍ଲବ ଓ ଆକବର ରୋଡରେ ଲୋକେ ବିରୋଧ, ଆନ୍ଦୋଳନ ଓ ବିକ୍ଷୋଭ ଆଦି ପ୍ରଦର୍ଶନ କରୁଥିଲେ। ୧୯୮୮ମସିହା କୃଷକ ଆନ୍ଦୋଳନ ସରକାରଙ୍କୁ ରାଜଧାନୀରେ ଧାରଣାସ୍ଥଳ ଚିହ୍ନଟ ଲାଗି  ଚିନ୍ତା କରିବାକୁ ବାଧ୍ୟ କରିଥିଲା। ୧୯୯୩ ମସିହାରେ କେନ୍ଦ୍ର ସରକାର ଦିଲ୍ଲୀର ଯନ୍ତରମନ୍ତରକୁ ଅଧିକାରିକ ଲୋକଙ୍କ ଧାରଣାସ୍ଥଳ ଭାବେ  ଘୋଷଣା କରିବାଠାରୁ ସେଠାରେ ଲୋକେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି।

୩୦ ଅକ୍ଟୋବର ୨୦୧୮ ମସିହାରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ( ଏନଜିଟି) ଏହି ଅଞ୍ଚଳର ପରିବେଶ ପ୍ରଭାବିତ ହେଉଥିବାରୁ ଏଠାରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ଉପରେ ରୋକ ଲଗାଇଥିଲେ। ହେଲେ ଏବେ ଦିଲ୍ଲୀ ସୀମା ମାନଙ୍କରେ ଚାଲିଥିବା କୃଷକ ଆନ୍ଦୋଳନକୁ ପୁଣି ଯନ୍ତରମନ୍ତରରେ ଧାରଣା ଦେବାକୁ ଦିଲ୍ଲୀ ପୋଲିସ ଅନୁମତି ଦେଇଛି। ସ୍ଥାନର ଆକାର ଅନୁସାରେ ଏଠାରେ ବେଶି ଲୋକେ ଧାରଣା ଦେଇପାରିବେନି ଓ ଏହା ସଂସଦ ଭବନଠାରୁ ମାତ୍ର ୨ କିଲୋମିଟର ଦୂରରେ ଅବସ୍ଥିତ।

୧୯୮୮ ମସିହାରେ ଉତ୍ତରପ୍ରଦେଶ କୃଷକ ନେତା ମହେନ୍ଦ୍ର ସିଂ ଟିକାୟତ ଦିଲ୍ଲୀରେ ବିଶାଳ କୃଷକ ଆନ୍ଦୋଳନ ଡାକରା ଦେଇଥିଲେ। ଟିକାୟତଙ୍କ ଆହ୍ୱାନରେ ଚାଷୀମାନେ ଶଗଡ଼ଗାଡିରେ ଦିଲ୍ଲୀ ପହଞ୍ଚିବାରେ ଲାଗିଥିଲେ। ସେମାନେ ପ୍ରଥମେ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଲାଗି ରାଜଘାଟ ପହଞ୍ଚିଥିଲେ। ଦେଖୁ ଦେଖୁ ସେମାନଙ୍କ ସଂଖ୍ୟା ବଢିବାରେ ଲାଗିଥିଲା। ଫଳରେ ସେମାନେ ବୋଟ କ୍ଲବକୁ ଚାଲିଯାଇଥିଲେ। ଏହି କୃଷକ ଆନ୍ଦୋଳନରେ ପ୍ରାୟ ୫ଲକ୍ଷ ଚାଷୀ ଯୋଗଦେଇଥିଲେ। ଫଳରେ ରାଜଧାନୀ ଦିଲ୍ଲୀ ଚାଷୀ, ସେମାନଙ୍କ ଶଗଡ ଓ ବଳଦ, ମଇଁଷିରେ ଭରି ଯାଇଥିଲା।

ଦିଲ୍ଲୀରେ ଜୁଆଡେ ଚାହିଁଲେ ବଳଦ,ମଇଁଷି ଓ ଶଗଡ ଦେଖିବାକୁ ମିଳୁଥିଲା। ସେମାନଙ୍କ ସଂଖ୍ୟା ହ୍ରାସ ହେବା ବଦଳେ ବଢିବଢି ଚାଲିବା ଯୋଗୁ ରାଜଧାନୀରେ ବଳଦ ଓ ମଇଁଷିଙ୍କ ଲାଗି ସ୍ଥାନାଭାବ ଦେଖା ଦେଇଥିଲା। ସେମାନେ ଇଣ୍ଡିଆଗେଟକୁ ଚାରିପଟୁ ଘେରି ରଖିଥିଲେ। ଏଣୁ ରାଜଧାନୀ ଦିଲ୍ଲୀରେ ଆଗକୁ ଜନତାଙ୍କ ବିକ୍ଷୋଭ ଓ ଅନ୍ଦୋଳନ ଲାଗି ସରକାରଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଥିଲା। ଏଥିପାଇଁ  ଜନ୍ତରମନ୍ତର ହିଁ ଉପଯୁକ୍ତ ସ୍ଥାନ ହୋଇପାରିବ ବୋଲି ବିଚାର କରାଯିବା ସହ ୧୯୯୩ ମସିହାରେ ରାଜଧାନୀର ବିକ୍ଷୋଭସ୍ଥଳ ଭାବେ ଅଧିକାରୀକ ଘୋଷଣା ହୋଇଥିଲା।

ଜୟପୁର ମହାରାଜା ଜୟ ସିଂହ ଦ୍ୱିତୀୟ ଅଷ୍ଟାଦଶ ଶତାବ୍ଦୀରେ ଏଠାରେ ଜନ୍ତରମନ୍ତର ନିର୍ମାଣ କରାଇଥିଲେ। ଏହା ଏକ ଅବଜରଭେଟରୀ। ସ୍ଥାନ ଅନୁସାରେ ଏଠାରେ ଏତେ ଜାଗା ନାହିଁ ଯେଉଁଠି ହଜାର ହଜାର ଲୋକଙ୍କ ଭିଡ ଜମା ହୋଇପାରିବ। ଏହା ଛଡା ସ୍ଥାନର ଭୌଗଳିକ ଅବସ୍ଥିତି ଯୋଗୁ ଏଠାରେ ଭିଡକୁ ସହଜରେ ନିୟନ୍ତ୍ରଣ କରାଯାଇପାରେ। ଏଣୁ ସେବେଠାରୁ ଲୋକେ ଏଠାରେ ଅକ୍ଟୋବର ୨୦୧୮ ପର୍ଯ୍ୟନ୍ତ ନିଜର ଶ୍ୱର ଉତ୍ତୋଳନ କରିଆସୁଥିଲେ।

ଲୋକପାଳ ବିଧେୟକ ଲାଗି ୨୦୧୧ରେ ଏଠାରେ ଆନ୍ନା ହଜାରେଙ୍କ ଆନ୍ଦୋଳନ ହେଉ ବା ୨୦୧୩ ମେଧା ପାଟେକର ଓ ୨୦୧୭ ତାମିଲନାଡୁ ଚାଷୀ ଆନ୍ଦୋଳନ ଏଠାରେ ଅନେକ ଜନ ଆନ୍ଦୋଳନ ହୋଇଛି। ଫଳରେ ଜନ୍ତରମନ୍ତର କ୍ରମଶଃ ଗଣତନ୍ତ୍ରର ପ୍ରମୁଖ ସ୍ଥଳରେ ପରିଣତ ହେବା ସହ ଦେଶରେ ପ୍ରସଙ୍ଗର ରାଜନୈତିକ ମହତ୍ୱକୁ ମଧ୍ୟ ବଢାଇଛି। ଏଠାରେ ଜଣେ ବ୍ୟକ୍ତିକୁ ପ୍ଲାକାର୍ଡ ଧରି ଆନ୍ଦୋଳନ କରୁଥିବା ଦେଖା ଯାଇଛି ଲୋକେ ଏଠାରେ ବର୍ଷବର୍ଷ ଧରି ଆନ୍ଦୋଳନ ମଧ୍ୟ କରିଛନ୍ତି।   

   Related Posts