Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||

‘କାଶ୍ମୀର’ ପ୍ରସଙ୍ଗକୁ ନେଇ ଜାଣନ୍ତୁ ଦେଶରେ କିପରି ଉପହସିତ ହେଉଛନ୍ତି ଇମ୍ରାନ, ବ୍ୟାଙ୍ଗ ଛାପି ପ୍ରଥମ ପୃଷ୍ଠାରେ କ୍ଷମାଯାଚନା କରୁଛନ୍ତି ଗଣମାଧ୍ୟମ

26/09/2019 at 10:51 PM

ଇସ୍ଲାମାବାଦ:  କାଶ୍ମୀରକୁ ଅନ୍ତର୍ଜାତୀୟ ପ୍ରସଙ୍ଗ କରିବା ଲାଗି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କେବଳ ବିଦେଶରେ ନୁହେଁ ନିଜ ଦେଶରେ ମଧ୍ୟ ଉପହସିତ ହେଉଛନ୍ତି। ଯେ କୌଣସିମତେ କାଶ୍ମୀରକୁ ପ୍ରସଙ୍ଗ କରିବା ଲାଗି ଇମ୍ରାନ ଚାହୁଁଛନ୍ତି। ହେଲେ କୁଟନୈତିକ ସ୍ତରରେ ସଫଳ ହୋଇ ପାରୁନାହାନ୍ତି। ତେବେ କାଶ୍ମୀର ପ୍ରସଙ୍ଗରେ ଇମ୍ରାନଙ୍କ ମନ ରଖିବା ଲାଗି ଆମେରିକା ରାଷ୍ଟ୍ରପତି ତାଙ୍କୁ ମାମଲାରେ ମଧ୍ୟସ୍ଥତା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ହେଲେ ଏଥିରେ ପାକିସ୍ତାନୀଙ୍କ ମନ ବୁଝିନି। ଦେଶର ପ୍ରମୁଖ ସମାଚାର ପତ୍ର ‘ନେସନ’ରେ  ପ୍ରକାଶିତ ବ୍ୟଙ୍ଗ ଏହାକୁ ପ୍ରମାଣିତ କରୁଛି।

ବ୍ୟଙ୍ଗଚିତ୍ରରେ ଟ୍ରମ୍ଫ ଓ ମୋଦି ଏକ ଘୋଡାଗାଡିରେ ବସିଥିବା ଚିତ୍ରିତ କରାଯାଇଥିବା ବେଳେ ଏଥିରେ ଇମ୍ରାନ ଘୋଡା ହୋଇ ଗାଡି ଟାଣୁଥିବା ଦେଖାଯାଇଛି। ଯେଉଁଥିରେ ଟ୍ରମ୍ଫ ଇମ୍ରାନଙ୍କୁ ମଧ୍ୟସ୍ଥତାର ଗାଜର ଦେଖାଇ ଗାଡି ଟଣାଉଥିବା ଦର୍ଶାଯାଇଛି। ଜାତୀୟ ସ୍ତରର ସମ୍ବାଦପତ୍ରରେ ଏଭଳି ବ୍ୟଙ୍ଗକୁ ନେଇ ଦେଶରେ ତୀବ୍ର ପ୍ରତିକ୍ରିଆ ପ୍ରକାଶ ପାଇଛି। ଲୋକଙ୍କ ପ୍ରତିକ୍ରିୟା ଆସିବା ପରେ କର୍ତ୍ତୃପକ୍ଷ ଅଧିକାରୀକ ଟ୍ୱିଟର ପେଜରେ ନିସର୍ତ୍ତ କ୍ଷମା ଯାଚନା କରିଛନ୍ତି। କେବଳ ନେସନ ନୁହେଁ ଛୋଟମୋଟ ପତ୍ରିକା ବି ଇମ୍ରାନଙ୍କୁ ନେଇ ଏବେ ଖୁବ୍ ରୋଚକ ପରିବେଷଣ କରିବାରେ ଲାଗିଛନ୍ତି।

ସମ୍ବାଦପତ୍ର କ୍ଷମାଯାଚନା କରିସାରିଛି । ତେବେ ୨୬ ସେପ୍ଟେମ୍ବର ୨୦୧୯ରେ ପ୍ରକାଶିତ ସମ୍ବାଦପତ୍ରର ସମସ୍ତ କପି ନଷ୍ଟ କରାଯାଇପାରିବନି। ସମ୍ବାଦପତ୍ରରେ ପ୍ରକାଶିତ ରିପୋର୍ଟକୁ ରେକର୍ଡ ବୋଲି ଧରାଯାଏ। ଏଣୁ ଇମ୍ରାନଙ୍କ ସମ୍ମାନ ହାନୀତ ହୋଇସାରିଲାଣି, କ୍ଷମାଯାଚନା ପରବର୍ତ୍ତି କଥା। ହେଲେ ଏପର୍ଯ୍ୟନ୍ତ ବିଶ୍ୱର କୌଣସି ଦେଶର ରାଷ୍ଟ୍ରାଧ୍ୟକ୍ଷଙ୍କ ଲାଗି କୌଣସି ମିଡିଆ ସମୂହ କେବେ ଏଭଳି ଆଚରଣ ପ୍ରଦର୍ଶନ କରିଥିବାର ନଜିର ନାହିଁ ଯାହା ଏବେ ପାକିସ୍ତାନରେ ହେଉଛି। ଏଣୁ କାଶ୍ମୀର ଲାଗି  ପାକିସ୍ତାନ ଏବେ ନିଜ ଇଜ୍ଜତ ବି ବିକିସାରିଥିବା ଚର୍ଚ୍ଚା ହେଉଛି। 

   Related Posts