Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଇରାନ ଲାଗି କେତେ ଗୁରୁତ୍ୱପୂର୍ଣ୍ଣ ଥିଲେ କାସିମ ସୁଲେମାନୀ, ଜାଣନ୍ତୁ

3/01/2020 at 9:13 PM

ଆମେରିକା ରକେଟ୍ ଆକ୍ରମଣରେ ଶୁକ୍ରବାର ଇରାନ କ୍ୱାଦସ୍ ଫୋର୍ସ (କ୍ୟୁଏଫ) ମୁଖ୍ୟ ଜେନେରାଲ କାସିମ ସୁଲେମାନୀ ନିହତ ହୋଇଛନ୍ତି। ଘଟଣାରେ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏପରିକି ସୁଲେମାନୀଙ୍କ ମୃତ୍ୟୁର ପ୍ରତିଶୋଧ ନିଆଯିବବୋଲି ଇରାନ ଘୋଷଣା କରିଛି। ଏଥିରୁ ଇରାନ ଲାଗି ଜେନେରାଲ ସୁଲେମାନୀ କେତେ ଗୁରୁତ୍ୱପୂର୍ଣ୍ଣ ଥିଲେ ତାହା ଇରାନର ଏହି ଘୋଷଣାରୁ ଜଣାପଡେ। ତେବେ ଆସନ୍ତୁ ଜାଣିବା ଇରାନ ରିଭଲ୍ୟୁସନାରୀ ଗାର୍ଡ କର୍ପସ(ଆଇଆରଜିସି) କ୍ୟୁଏଫ ମୁଖ୍ୟଙ୍କ ସମ୍ପର୍କରେ।

ମଧ୍ୟପ୍ରାଚ୍ୟରେ ଇରାନ ପ୍ରଭାବ ବୃଦ୍ଧିରେ ସହାୟକ ହୋଇଥିଲେ
ନିହତ କାସିମ ସୁଲେମାନୀଙ୍କ ଯୋଗୁ ମଧ୍ୟପ୍ରାଚ୍ୟରେ ଇରାନର ପ୍ରଭାବ ବିସ୍ତାର ହେବାରେ ଲାଗିଥିଲା। ଏଣୁ ଆମେରିକା ସମର୍ଥକ ଦେଶ ସାଉଦୀ ଆରବ ଓ ଇସ୍ରାଏଲ ଭୟଭୀତ ହେବାରେ ଲାଗିଥିଲେ। ସିରିଆ ଓ ଇରାକ୍ ଯୁଦ୍ଧରେ ସୁଲେମାନୀଙ୍କ ପ୍ରଭୁତ୍ୱ ଦେଖିବାକୁ ମିଳିଥିଲା। ଏଣୁ ଆମେରିକା ଚାହିଁକରି ବି ସିରିଆରୁ ବସର ଅଲ- ଅସଦ ସରକାରଙ୍କୁ ଶେଷ ପର୍ଯ୍ୟନ୍ତ ହଟାଇ ପାରିନଥିଲା। କେବଳ ଏତିକି ନୁହେଁ ଆତଙ୍କବାଦ ସଙ୍ଗଠନ ଆଇଏସଆଏସ୍ ବିରୋଧରେ ସୁଲେମାନୀଙ୍କ ଭୂମିକା ଗ୍ରହଣୀୟ ଥିଲା।

ଆଇଏସଆଇଏସ୍ ବିରୋଧରେ ଗଢିଥିଲେ ଫୋର୍ସ
ଅନ୍ତର୍ଜାତୀୟ ଆତଙ୍କବାଦ ସଙ୍ଗଠନ ଇସ୍ଲାମିକ୍ ଷ୍ଟେଟ୍ କବଳରୁ ବାଗଦାଦକୁ ରକ୍ଷା କରିବା ଲାଗି ସୁଲେମାନୀ ପପୁଲାର ମୋବିଲାଇଜେସନ ଫୋର୍ସ ଗଠନ କରିଥିଲେ। ଯାହା ଆଇଏସଆଇସ୍‌ର ଅନ୍ତ କରିଥିଲା। ଇରାନ ଓ ଇରାକ୍ ଯୁଦ୍ଧରେ ସୁଲେମାନୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଏହି ଯୁଦ୍ଧରେ ଆମେରିକା ଇରାକ୍‌ ଏକଛତ୍ରବାଦୀ ଶାସକ ସଦ୍ଦାମ ହୁସେନଙ୍କ ସପକ୍ଷରେ ଲଢିଥିଲା। ଶେଷରେ ଇରାକ୍-କ୍ୱେତ୍ ତୈଳ ବୁଝାମଣାକୁ ନେଇ ଆମେରିକା ସହ ବିଦ୍ରୋହ କରିଥିଲେ ସଦ୍ଦାମ।

ହିଜବୁଲ୍ଲାହ ଓ ହମାସର ସମର୍ଥକ ଥିଲେ
ତେବେ କୁହାଯାଏ ସୁଲେମାନୀ ହିଜବୁଲ୍ଲାହ ଓ ହମାସର ସମର୍ଥକ ଥିଲେ ବୋଲି। ଉଭୟ ଆତଙ୍କବାଦୀ ସଙ୍ଗଠନ ହୋଇଥିବା ବେଳେ ସେମାନଙ୍କ ସହ ସୁଲେମାନୀଙ୍କ ସମ୍ପର୍କର ମଜଭୁତ ପ୍ରମାଣ କିନ୍ତୁ ମିଳିନାହିଁ। ତେବେ ସୁଲେମାନୀଙ୍କ ଉପରେ ଆକ୍ରମଣ କିଛି ନୂଆ କଥା ନୁହେଁ। ଅତୀତରେ ବି ତାଙ୍କୁ ଅନେକ ଥର ଟାର୍ଗେଟ୍ କରାଯାଇଛି। ହେଲେ ପ୍ରତି ଥର ସେ ଆକ୍ରମଣକୁ ଟାଳିଯାଇଥିବା ବେଳେ ଶୁକ୍ରବାର କିନ୍ତୁ ଆମେରିକା ଟାର୍ଗେଟରୁ ବର୍ତ୍ତି ପାରିନାହାନ୍ତି।

   Related Posts