Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜାଣନ୍ତୁ Google ସିଇଓ ସୁନ୍ଦର ପିଚାଇଙ୍କ ଦିନ ଆରମ୍ଭ ହୁଏ କିପରି

ବିଶ୍ୱର ସର୍ବ ବୃହତ୍ତ ସର୍ଚ୍ଚ ଇଞ୍ଜିନ ଗୁଗଲର ୨ ସଂସ୍ଥାପକ  ସରଗ୍ରେ ବ୍ରିନ ଓ ଲାରି ପେଜ୍ ସେମାନଙ୍କ ପଦରୁ ଇସ୍ଥଫା ଦେବା ପରେ ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ୍‌ର ଦାୟିତ୍ୱ ଏବେ ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କ ଉପରେ ନ୍ୟସ୍ତ ହୋଇଛି। ଭାରତରେ ଜନ୍ମିତ ତଥା ଆଇଆଇଟି ମାଡ୍ରାସ୍ ଓ ପରେ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ପ୍ରାପ୍ତ ସୁନ୍ଦର ପିଚାଇ ଏବେ ଉଭୟ ଗୁଗଲ ଓ ଆଲଫାବେଟ୍‌ର ସିଇଓ ଭାବେ କାର୍ଯ୍ୟ କରୁଛନ୍ତି। ବିଶ୍ୱର ୨ ସଫଳ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ବେଶ ବ୍ୟସ୍ତତମ ଦିନ କାଟୁଛନ୍ତି ସୁନ୍ଦର। ତେବେ ଆସନ୍ତୁ ଜାଣିବା କିପରି ତାଙ୍କର ଦିନ ଆରମ୍ଭ କରନ୍ତି ସୁନ୍ଦର ପିଚାଇ।

ସୁନ୍ଦର ପିଚାଇ ୨୦୦୪ ମସିହାରେ ଗୁଗଲରେ ଯୋଗଦାନ କରିଥିଲେ। ତେବେ ତାଙ୍କର ନିଷ୍ଠା ଓ ଅଧ୍ୟବସାୟ ବଳରେ ସେ ଗୁଗଲ ସମେତ ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟର ମଧ୍ୟ ମୁଖ୍ୟ ହୋଇପାରିଛନ୍ତି। ତେବେ ସାକାହାରୀ ସୁନ୍ଦର ସକାଳ ସାଢେ ୬ରୁ ୭ଟା ସୁଦ୍ଧା ସଜ୍ଜା ତ୍ୟାଗ କରନ୍ତି। ସକାଳ ସବୁ ଭାରତୀୟଙ୍କ ପରି ଚାରୁ ହିଁ ଆରମ୍ଭ ହୋଇଥା ତାଙ୍କ ଦିନ। ସାକାହାରୀ ହେଲେ ମଧ୍ୟ ସକାଳ ଜଳଖିଆରେ ସେ ପ୍ରତ୍ୟହ ଗୋଟିଏ ଅଣ୍ଡା ଓମଲେଟ ଓ ଗୋଟିଏ ଟୋଷ୍ଟ ଖାଇଥାନ୍ତି। ଯାହା ତାଙ୍କୁ ଦିନ ତମାମ କାର୍ଯ୍ୟ କରିବାକୁ ସ୍ଫୁର୍ତ୍ତି ଯୋଗାଇଥାଏ ବୋଲି ଏକ ଟେକ୍ ୱେବ୍‌ସାଇଟ୍‌କୁ ସୁନ୍ଦର ଦେଇଥିବା ସାକ୍ଷାତକାରରୁ ଜଣାପଡିଛି।

ସକାଳର ବ୍ରେକଫାଷ୍ଟ ଓ ପେପର ସହ ସେ ସାରା ଦିନ ଲାଗି ନିଜକୁ ପ୍ରସ୍ତୁତ କରିଥାନ୍ତି। ତେବେ ସକାଳ ବ୍ୟାୟାମ ଲାଗି ତାଙ୍କୁ ପ୍ରାୟତଃ ଫୁରସତ ମିଳିନଥାଏ ହେଲେ ସନ୍ଧ୍ୟାରେ ମିଳୁଥିବା କିଛି ସମୟରେ ସେ ଭଗବାନଙ୍କୁପ୍ରାର୍ଥନା କରିଥାନ୍ତି। ତେବେ ସେ ତାଙ୍କର ପ୍ରତ୍ୟେକ ସକାଳ ୱାଲଷ୍ଟ୍ରିଟ୍ ଜର୍ଣ୍ଣାଲରୁ ଆରମ୍ଭ କରିଥାନ୍ତି। ହୁଏତ ଏହା ତାଙ୍କ ଲାଗି ଆଉଟଡେଟେଡ୍ ଫ୍ୟାସନ ହୋଇଥାଇପାରେ ହେଲେ ସକାଳେ ପେପର ପଢିବାର ଅଭ୍ୟାସ କିନ୍ତୁ ଏପର୍ଯ୍ୟନ୍ତ ଛାଡିପାରିନାହାନ୍ତି। ଏହାମାନେ ନୁହେଁ ଯେ ସୁନ୍ଦର ଅନ୍ୟ ଖବର କାଗଜ ପଢନ୍ତିନି। ସେ ୱାଲଷ୍ଟ୍ରିଟ୍ ଜର୍ଣ୍ଣାଲ ବ୍ୟତୀତ ନ୍ୟୁୟର୍କ ଟାଇମସର ଅନଲାଇନ ସଂସ୍କରଣ ଉପରେ ମଧ୍ୟ ଆଖି ବୁଲାନ୍ତି। ତେବେ ଏହା ସକାଳ ସମୟରେ ନିଶ୍ଚିତ ରୂପେ ନୁହେଁ।  

   Related Posts