Wednesday, December 11, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଯେଉଁ ପିଆଜକୁ ଚାଷୀ ବିକୁଛି ୧୫ ଟଙ୍କା କେଜିରେ ଜାଣନ୍ତୁ ତାହା ବଜାରରେ କିପରି ହେଉଛି ୬୦

ନୁଆଦିଲ୍ଲୀ ୧୫।୧୧: ବଜାରରେ ପିଆଜ, ଟମାଟୋ ଓ ସବୁଜ ପନିପରିବା ଦର ଏବେ ଆକାଶ ଛୁଆଁ। ଖୁଚୁରା ପନିପରିବା ବଜାରରେ ଏବେ ହାତ ବି ଲଗେଇ ହେଉନି । ସରକାର ପିଆଜ ଓ ଟମାଟର ଦର ନିୟନ୍ତ୍ରଣରେ ରଖିବାକୁ ପାରୁପର୍ଯ୍ୟନ୍ତେ ଉଦ୍ୟମ ଚଳାଇଛନ୍ତି। ହେଲେ ସବୁ କ୍ଷେତ୍ରରେ ସରକାରଙ୍କ ଉଦ୍ୟମ ସଫଳ ହେଉନି। ଫଳରେ ଗ୍ରାହକ ଉଚ୍ଚ ଦର ଦେଇ ପିଆଜ, ଟମାଟୋ ଓ ଅନ୍ୟ ପନିପରିବା କିଣିବାକୁ ବାଧ୍ୟ ହେଉଛନ୍ତି। ତେବେ ବଜାର ଦର ଓ ଚାଷୀଦର କିନ୍ତୁ ସମାନ ନୁହେଁ। ଚାଷୀ ଓ ବ୍ୟବସାୟୀଙ୍କ ମଝିରେ ଏପରି ଆକାଶ ଛୁଆଁ ଦରବୃଦ୍ଧି କରୁଛି କିଏଆସନ୍ତୁ ଜାଣିବା।

ଦେଶର ପ୍ରମୁଖ ସହରାଞ୍ଚଳରେ ଏବେ ପିଆଜ ପ୍ରତି କେଜି ୬୦ରୁ ୧୦୦ ଟଙ୍କା ଦରରେ ବିକ୍ରୟ ହେଉଛି। ସେହିପରି ଟମାଟର ୬୦ରୁ ୮୦ ଓ ଆଳୁ କେଜି ଏବେ ୨୦ରୁ ତଳକୁ ଖସୁ ନାହିଁ। ତେବେ ବଜାରରେ ଏଭଳିଦର ସମ୍ପର୍କରେ ଜାତୀୟ କିସାନ ସଂଘର ଫାଉଣ୍ଟର ମେମ୍ବର ବି.କେ. ଆନନ୍ଦଙ୍କ ଅନୁସାରେ ଚାଷୀଙ୍କୁ ତାଙ୍କ ପନିପରିବା ଲାଗି ଯେଉଁ ମୂଲ୍ୟ ମିଳୁଛି ଓ ବଜାରରେ ବ୍ୟବସାୟୀ ଯେଉଁ ଦରରେ ବିକ୍ରି କରୁଛନ୍ତି ସେଥିରେ ୫ରୁ ୮ ଗୁଣା ଫରକ ରହୁଛି। ଏଥିଲାଗି ଆନନ୍ଦ ମୁନାଫା ଖୋର ବ୍ୟବସାୟୀଙ୍କ ଜମାଖୋରୀ ନୀତିକୁ  ଦାୟି କରିଛନ୍ତି।

ଫସଲଅମଳ ସମୟରେ ବ୍ୟବସାୟୀ ପୁରାଖେତ ମୁଲେଇ କରି ଚାଷୀଠାରୁ କିଣି ନିଅନ୍ତି। କେତେକ କ୍ଷେତ୍ରରେ ଚାଷୀ ନିଜ ଫସଲ ନେଇ ମଧ୍ୟ ବଜାରରେ ପହଞ୍ଚେ। ତେବେ ମଝିରେ ଦଲାଲ ଦରରେ ଅନ୍ତରକରାନ୍ତି। ଚାଷୀକୁ ତାର ଦର ଦେଇ ବାକିପଇସା ମଝିରେ ହାତେଇ ନିଅନ୍ତି ଦଲାଲ। ଯାହାକୁ ସେମାନେ ବ୍ୟବସାୟୀଙ୍କ ମାଧ୍ୟମରେ ଉଚ୍ଚା ଦରରେ ବିକନ୍ତି। ତେବେ ଏଥିଲାଗି କୌଣସି ବାଟରେ ବି ଚାଷୀ ଦାୟି ନୁହେଁ। ହେଲେ ବଜାର ଷ୍ଟକିଷ୍ଟ ଓ ମଧ୍ୟସ୍ଥଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଥିବାରୁ ଏଭଳି ପରିସ୍ଥତି ଉପୁଜୁଥିବା ଭାରତୀୟ କୃଷକ ସମାଜର ଜାତୀୟ ସଭାପତି କୃଷ୍ଣବୀର ଚୌଧୁରୀ କହିଛନ୍ତି।  

557 Views

   ସମ୍ବନ୍ଧିତ ଖବର