Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ପାକିସ୍ତାନ ଓ ବଙ୍ଗଳାଦେଶରେ ପିଆଜ ଦର ଏବେ କେତେ ଜାଣନ୍ତୁ

8/10/2019 at 3:39 PM

ନୂଆଦିଲ୍ଲୀ୮|୧୦: ଭାରତ ବଜାରରେ ଏବେ ପିଆଜ ଦର ବୃଦ୍ଧି ଯୋଗୁଁ ଖାଉଟିଙ୍କୁ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡ଼ୁଛି। ତେବେ ଭାରତ ଅପେକ୍ଷା ବାଂଲାଦେଶ ଓ ପାକିସ୍ତାନରେ ମଧ୍ୟ ପିଆଜ ଦର ଅଧିକ ହୁହୁ ହୋଇ ବୃଦ୍ଧି ପାଉଛି। ନିକଟରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଭାରତ ଗସ୍ତରେ ଆସିଥିଲେ। ବାଂଲାଦେଶକୁ ଭାରତ କାହିଁକି ପିଆଜ ରପ୍ତାନୀ ବନ୍ଦ କରିଛି ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହସିନା ଆଲୋଚନା କରିଥିଲେ। ବାଂଲାଦେଶକୁ ପିଆଜ ରପ୍ତାନୀ  ବନ୍ଦ କରିବା ପରେ ସେଠାକାର ଲୋକେ ପିଆଜ ପାଇଁ ଦହଗଞ୍ଜ ହେଉଥିବା କଥା ହସିନା କହିଥିଲେ। ସେହିପରି ପାକିସ୍ତାନରେ ମଧ୍ୟ ପିଆଜ ଦର ଆକାଶ ଛୁଆଁ। ପାକିସ୍ତାନ ଓ ବାଙ୍ଗାଲାଦେଶ​‌ରେ ପିଆଜ ଦର କେତେ ଆସନ୍ତୁ ଜାଣିବା।

ଭାରତରେ ଖୁଚୁରା ବ୍ୟବସାୟୀମାନେ ପିଆଜ କିଲୋ ପିଛା ୪୦ରୁ ୫୦ ଟଙ୍କାରେ ଦରରେ ବିକ୍ରି କରୁଛନ୍ତି। ପିଆଜ ଦରକୁ ନିୟନ୍ତ୍ରଣ କରାଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି। ସେଥିଲାଗି ଭାରତ ବାହାରକୁ ପିଆଜ ରପ୍ତାନୀ ହୋଇ ପାରିବ ନାହିଁ ବୋଲି କେନ୍ଦ୍ର ସରକାର କଟକଣା ଜାରି କରିଛନ୍ତି। ଯାହାଫଳରେ ପଡ଼ୋଶୀ ଦେଶ ଉପରେ ଏହାର ପ୍ରଭାବ ପଡ଼ିଛି। ବିଶେଷକରି ପାକିସ୍ତାନ ଓ ବାଂଲାଦେଶ ଉପ​‌ରେ ଏହାର ପ୍ରଭାବ ଅଧିକ ପଡ଼ିଛି। ସାଧାରଣତଃ ଭାରତରୁ ଯାଉଥିବା ପିଆଜ ଉପରେ ବାଂଲାଦେଶର ଲୋକମାନେ ନିର୍ଭର କରିଥାନ୍ତି।  

 ସୂଚନାଯୋଗ୍ୟ ଯେ ବାଂଲରାଦେଶରେ ପିଆଜ କିଲୋ ପିଛା ଏବେ ୧୧୦ରୁ ୧୨୦ ଟଙ୍କା ଦରରେ ବିକ୍ରି ହେଉଛି। ସେପ୍ଟେମ୍ବର ମାସର ଶେଷ ସପ୍ତାହରେ ବାଂଲାଦେଶରେ ପିଆଜ ଦର ଏକା ଥରକେ ୭୦ ପ୍ରତିଶତ ବୃଦ୍ଧି ହୋଇଛି।

ସେହିପରି ପାକିସ୍ତାନରେ ମଧ୍ୟ ପିଆଜ ଦର ଆକାଶ ଛୁଆଁ। ପାକିସ୍ତାନରେ ପିଆଜ କିଲୋ ପିଛା ୧୦୦ ଟଙ୍କା ଦରରେ ବିକ୍ରି ହେଉଛି। ଏଥିଲାଗି ପାକିସ୍ତାନର ଖାଉଟିମାନେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।

ପାକିସ୍ତାନ ଓ ବାଂଲାଦେଶ ବ୍ୟତୀତ ନେପାଳରେ ପିଆଜ କିଲୋ ପିଛା ୧୨୦ରୁ ୧୩୦ ଦରରେ ବିକ୍ରି କରାଯାଉଛି।

   Related Posts