ଫୋନି ବାତ୍ୟା ବେଳେ ପୋଲିସ କେମିତି କରିଥିଲା ସାହାଯ୍ୟ ଦେଖନ୍ତୁ

Published By : Prameya-News7 Bureau | May 14, 2019 IST

ଭୁବନେଶ୍ବର ୧୪|୫: ବାତ୍ୟା ଫୋନି ଉଜାଡି ଦେଇଛି ଉପକୂଳ ଓଡିଶାର ବାସ୍ତବ ସ୍ଥିତି । ପାରିବାରିକ, ସମାଜିକ, ସର୍ବୋପରି ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି ଫୋନି । ବାରମ୍ବାର ବାତ୍ୟା ବନ୍ୟାର ସମ୍ମୁଖୀନ ହେଉଥିବା ଓଡିଶାର ସ୍ଥିତିରେ ସୁଧାର ଆଣିବାକୁ ସବୁବର୍ଗରେ ପ୍ରୟାସ ଚାଲିଛି ।

{"id":111687}

ବଦାନ୍ୟ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପଡୋଶୀ ରାଜ୍ୟ ମାନେ ବାତ୍ୟା କ୍ଷତିଗ୍ରସ୍ତଙ୍କ ସହାୟତା ପାଇଁ ସହାୟତାର ହାତ ବଢାଇବାରେ ଲାଗିଛନ୍ତି ।

{"id":111688}

ଲୋକଙ୍କର ଏହି ଦୁର୍ଦ୍ଦଶା ସମୟରେ ଓଡିଶା ପୋଲିସ ତରଫରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଖୁବ୍ ପ୍ରଂଶସା ଯୋଗ୍ୟ । ବାତ୍ୟା ପୂର୍ବରୁ ଲୋକମାନଙ୍କୁ ବିପଦସଙ୍କୁଳ ସ୍ଥାନରୁ ବାତ୍ୟା ଆଶ୍ରୟସ୍ଥଳୀକୁ ଆଣିବାରେ ସାହାଯ୍ୟ କରିଥିଲେ ପୋଲିସ କର୍ମଚାରୀ ।

{"id":111689}

ବାତ୍ୟା ଗଲାପରେ ଲୋକମାନଙ୍କୁ କରୁଣା କ୍ୟାମ୍ପ୍ ମାଧ୍ୟମରେ ମାଗଣାରେ ରନ୍ଧାଖାଦ୍ୟ ଯୋଗାଇଦିଆଯାଇଥିଲା । ଛୋଟ ପିଲାମାନଙ୍କୁ ବିସ୍କୁଟ ବାଣ୍ଟାଯାଇଥିଲା ।

{"id":111690}

ରିଲିଫ୍ ବାଣ୍ଟିବାବେଳେ ଶାନ୍ତିଶୃଙ୍ଖଳା ରକ୍ଷାକରିବା ପାଇଁ ସଜାଗ ଥିଲେ ପୋଲିସ କର୍ମଚାରୀମାନେ । ସେସୁ, ଫେଡକୋ, ଓଡ୍ରାଫ୍, ଦମକଳ, ବନବିଭାଗ, ଅନ୍ୟାନ୍ୟ ସରକାରୀ ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କ ସହ ମିଳିମିଶି  ରାସ୍ତାଘାଟକୁ ସଫା କରିବାରେ ସହଯୋଗ କରିଥିଲେ ପୋଲିସ କର୍ମଚାରୀ ।

{"id":111691}

ବାତ୍ୟା ଫୋନି ବିପନ୍ନଙ୍କୁ ସହାୟତା ସହ ପୁନରୁଦ୍ଧାର ନିମନ୍ତେ ଅନେକ ସଂସ୍ଥା ଓ ବ୍ୟକ୍ତିବିଶେଷ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଅର୍ଥ ପ୍ରଦାନ କରିଛନ୍ତି।

{"id":111692}

ଓଡିଶା ପୋଲିସ ରିଲିଫ୍‌ ଓ କଲ୍ୟାଣ ପାଣ୍ଠିରୁ ମଧ୍ୟ ୧୦ ଲକ୍ଷ ଟଙ୍କା ରିଲିଫ୍ ପାଣ୍ଠିକୁ ଦିଆଯାଇଛି। ପୋଲିସ ମହାନିର୍ଦ୍ଦେଶକ ଡଃ ରାଜେନ୍ଦ୍ର ପ୍ରସାଦ ଶର୍ମା ସଚିବାଳ‌ୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ଚେକ୍‌ ପ୍ରଦାନ କରିଥିଲେ।

{"id":111693}

ଏସବୁ ଦେଖିଲେ ଓଡିଶା ପୋଲିସର ଭୂମିକା ବାସ୍ତବରେ ଅତ୍ୟନ୍ତ ଦୁଷ୍ଟାନ୍ତମୂଳକ ବୋଲି ଅନୁଭବ ହେଉଛି ।

{"id":111694}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.