ଜାଣନ୍ତୁ କରୋନା ଦ୍ୱିତୀୟ ଲହର କେତେ ଘାତକ, RTPCR ପରୀକ୍ଷଣରେ ଧରାପଡୁନି ଭୂତାଣୁ

Published By : Prameya-News7 Bureau | April 13, 2021 IST

ନୂଆଦିଲ୍ଲୀ ୧୩।୪: ଦେଶରେ ବ୍ୟାପୁଥିବା କରୋନା ଭାଇରସ ଦ୍ୱିତୀୟ ଲହର ଏବେ ଡାକ୍ତରଙ୍କ ଲାଗି ପାଲଟିଛି ଚିନ୍ତାରକାରଣ। କରୋନା ଭୂତାଣୁର ଏହା ଏକ ଏକ ନୂଆ ପ୍ରକାର ହୋଇଥିବା ବେଳେ ବାରମ୍ବାର ପରୀକ୍ଷଣରୁ ମଧ୍ୟ ସଂକ୍ରମଣ ସ୍ପଷ୍ଟ ହେଉନଥିବା ଡାକ୍ତର କହୁଛନ୍ତି। ଆକ୍ରାନ୍ତଙ୍କ ଠାରେ କରୋନାର ପୂର୍ଣ୍ଣ ଲକ୍ଷଣ ଥାଇ ମଧ୍ୟ ପଜିଟିଭ ଘୋଷଣା ବେଳକୁ ଅନେକ ବିଳମ୍ବ ହୋଇଯାଉଛି। ଡାକ୍ତରଙ୍କ ଅନୁସାରେ ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଏବେ ଏଭଳି ଅନେକ ମାମଲା ଦେଖିବାକୁ ମିଳୁଛି।

ଅସୁସ୍ଥ ନିଜର ଆରଟିପିସିଆର ଜାଞ୍ଚ ମଧ୍ୟ କରାଉଛନ୍ତି ହେଲେ ରିପୋର୍ଟ ପଜିଟିଭ ଆସୁନି। ଆକ୍ରାନ୍ତଙ୍କ ଠାରେ ଜ୍ୱର, କଫ, ନିଶ୍ୱାସପ୍ରଶ୍ୱାସ ଧିମା ହେବା, ସିଟିସ୍କାନ ରିପୋର୍ଟରେ ଫୁସଫୁସ୍‌ ରେ କଫ ଆଦି ଦେଖାଯାଉଥିଲେ ବି ଆଣ୍ଟିଜେନ ଅଥବା ଆରଟିପିସିଆର ଯାଞ୍ଚରେ ରୋଗୀ ସଂକ୍ରମିତ ଧରାପଡୁ ନାହାନ୍ତି। ତେବେ ସବୁ ଯାଞ୍ଚ ପରେ ବି ରିପୋର୍ଟ ନେଗେଟିଭ ଆସିବା କିଛି ଅସାଧାରଣ କଥା ନୁହେଁ ବୋଲି କହିଛନ୍ତି ବେଙ୍ଗାଲୁରର ଡାକ୍ତର ପ୍ରଦୀର ରଙ୍ଗପ୍ପା। ଏମିତିରେ ଆରଟିପିସିଆର ରିପୋର୍ଟ ୭୦ ପ୍ରତିଶତ ସଠିକ। ଏଣୁ ଏଭଳି କ୍ଷେତ୍ରରେ ସଂକ୍ରମଣ ଚିହ୍ନଟ ଲାଗି ଲିମ୍ଫୋପେନିଆ ପରୀକ୍ଷଣ ଜରୁରୀ ବୋଲି କହିଛନ୍ତି।

ତେବେ ଦିଲ୍ଲୀରେ ଏପରି ମାମଲାରେ ଡାକ୍ତର ବ୍ରୋକୋଲଭୋଲାର ପରୀକ୍ଷଣ କରାଉଛନ୍ତି। ଏଥିରେ ରୋଗୀଙ୍କ ନାକରେ ବା ମୁହଁରେ ନଳି ପୁରାଇ ଫୁସଫୁସରେ ଜମିଥିବା କଫ ସଂଗ୍ରହ କରି ଏହାର ପରୀକ୍ଷଣ କରାଉଛନ୍ତି ବୋଲି ଡା. ଆଶିଷ ଚୌଧୁରୀ କହିଛନ୍ତି। ଏପରି ପରୀକ୍ଷଣ ପରେ ଆରଟିପିସିଆର ପରୀକ୍ଷଣରୁ ନେଗେଟିଭ ବାହାରିଥିବା ସମସ୍ତ ରୋଗୀ ପଜିଟିଭ ପ୍ରମାଣିତ ହୋଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.