ଦିଲ୍ଲୀ, ଆଗରା ଓ ନୋୟେଡାରେ ଜଣକ ଯୋଗୁ କରୋନା ଆକ୍ରାନ୍ତ ହେଲେ ଅନେକ ଲୋକ, ଜାଣନ୍ତୁ କିପରି

Published By : Prameya-News7 Bureau | March 11, 2020 IST

ନୂଆଦିଲ୍ଲୀ ୧୧।୩:  ଚୀନ ଉହାନରେ କରୋନା ସଂକ୍ରମଣ ପରଠାରୁ ସାରା ବିଶ୍ୱରେ ଏହି ସଂକ୍ରମଣ ବ୍ୟାପୀବାରେ ଲାଗିଛି। ତେବେ ଭାରତ ପ୍ରଥମରୁ ଏଥିପ୍ରତି ସମ୍ବେଦନ ଥିଲେ ବି ସାମାନ୍ୟ ଅସାବଧାନତା ଯୋଗୁ ରାଜଧାନୀରେ ଏହି ରୋଗ ସଂକ୍ରାମକ ରୂପ ଧାରଣ କରିଛି। ଏଥିଯୋଗୁ ନୋୟଡାର କେତେକ ସ୍କୁଲକୁ ବନ୍ଦ କରି ଦିଆଯାଇଥିବାବେଳେ ଛାତ୍ରଛାତ୍ରୀଙ୍କୁ ପର୍ଯ୍ୟବେକ୍ଷଣରେ ରଖା ଯାଇଛି। ମାତ୍ର ଜଣିଏ ଲୋକ ହିଁ ରାଜଧାନୀ ଦିଲ୍ଲୀ ସମେତ ଆଗରା ଓ ନେୟେଡାରେ କରୋନା ସଂକ୍ରମିତ କରିବା ଜଣାପଡିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।

{"id":236716,"sizeSlug":"large"}

ରାଷ୍ଟ୍ରୀୟ ରାଜଧାନୀରେ କରୋନା ସଂକ୍ରମିତ କରିଥିବା ଏହି ବ୍ୟକ୍ତିଙ୍କୁ ଏବେ ରାମ ମନୋହର ଲୋହିଆ ହସ୍ପିଟାଲରେ ରଖି ଚିକିତ୍ସା କରାଯାଉଛି। ତେବେ ତା ସଂସ୍ପର୍ସରେ ଆସିଥିବା ଲୋକେ କରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଲୋକେ ଛାନିଆ ହୋଇପଡିଛନ୍ତି। ଏହି ବ୍ୟକ୍ତି ଜଣକ ଆଗରା ଯାଇଥିଲା। ସେଠାରେ ଯେଉଁମାନଙ୍କ ସହ ମିଶିଥିଲା ସେମାନଙ୍କର ଯାଞ୍ଚ ବେଳେ ପଜେଟିଭ ଜଣାପଡିବାରୁ ସେମାନଙ୍କୁ ଆଇସୋଲେଟେଡ ରଖି ଏବେ ଚିକିତ୍ସା କରାଯାଉଛି। ଆଗରାରେ ୬ ଜଣ କରୋନା ସଂକ୍ରମିତ ହୋଇଛନ୍ତି।

{"id":236717,"sizeSlug":"large"}

ସେହିପରି ବ୍ୟକ୍ତି ଜଣକ ଗତ ଶୁକ୍ରବାର ଏକ ପାର୍ଟିର ଆୟୋଜନ କରିଥିଲେ। ଏଥିରେ କେତେକ ସ୍କୁଲ ପିଲା ବି ଅଂଶଗ୍ରହଣ କରିଥିଲେ। ଏବେ ଏହା ଜଣାପଡିବା ପରେ ପିଲାମାନେ ପଢୁଥିବା ସ୍କୁଲକୁ ବନ୍ଦ କରିଦିଆଯାଇଥିବା ବେଳେ ପାର୍ଟିରେ ସାମିଲ ହୋଇଥିବା ଲୋକଙ୍କୁ ପୃଥକ ରଖି ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଥିବା ଉତ୍ତରପ୍ରଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ଜୟପ୍ରତାପ ସିଂହ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.