କେବଳ ସ୍ୱାଦ ନୁହେଁ ଭାଗ୍ୟ ବଦଳାଇ ଦେଇଥାଏ ରୋଷେଇ ଘରର ମସଲା, ଜାଣନ୍ତୁ କିପରି...

Published By : Prameya-News7 Bureau | July 06, 2021 IST

ନୂଆଦିଲ୍ଲୀ ୦୬/୦୭: ମସଲା ପାଇଁ ଭାରତ ସାରା ବିଶ୍ୱରେ ପ୍ରସିଦ୍ଧ । ଏହା ଖାଦ୍ୟ ଏବଂ ଔଷଧ ତିଆରିରେ ବ୍ୟବହୃତ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ବାସ୍ତୁରେ ଏହି ମସଲାର ବିଶେଷ ମହତ୍ତ୍ୱ ରହିଛି? ବାସ୍ତୁ ଅନୁଯାୟୀ, ବିଭିନ୍ନ ମସଲା ରାଶିଫଳରେ ଅବସ୍ଥିତ ଗ୍ରହ ସହିତ ଜଡିତ ବୋଲି ବିଶ୍ୱାସ କରାଯାଏ । ତେଣୁ ଏଥି ସହ ଜଡିତ କିଛି ବିଶେଷ ଉପାୟ ଗ୍ରହଣ କରିବା ଦ୍ୱାରା, ଗ୍ରହ ଦୋଷ ଦୁର ହୋଇ ଭାଗ୍ୟ ପରିବର୍ତ୍ତନ ହୋଇପାରିବ । ଚାଲନ୍ତୁ ଜାଣିବା ଏହା ବିଷୟରେ...

{"width":588,"height":330}
PunjabKesari

ଜିରା ଦ୍ୱାରା କରନ୍ତୁ ରାହୁ-କେତୁ ଗ୍ରହ ଶାନ୍ତ:

ରାଶିରେ ରାହୁ-କେତୁ ଗ୍ରହ ଅଶାନ୍ତି ହେବା ଦ୍ୱାରା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ତେଣୁ, ଯେଉଁମାନଙ୍କର ରାହୁ-କେତୁ ଦଶା ଚାଲିଛି, ସେମାନେ ଶନିବାର ଦିନ ଜିରା ଦାନ କରିବା ଉଚିତ୍ । ଯେହେତୁ ଜିରା ରାହୁ-କେତୁ ଗ୍ରହ ସହିତ ଜଡିତ, ଏହା ସେମାନଙ୍କର ଖରାପ ପ୍ରଭାବକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

ଲବଙ୍ଗ ଏବଂ ଗୋଲ ମରିଚରେ କରନ୍ତୁ ଶନି ଗ୍ରହ ମଜବୁତ:

ବାସ୍ତୁ ଅନୁଯାୟୀ, ଲବଙ୍ଗ ଏବଂ ଗୋଲ ମରିଚ ଶନି ଗ୍ରହକୁ ପ୍ରତିପାଦିତ କରିଥାଏ । ତେଣୁ, ଏହା ସହ ଜଡିତ ଉପାୟ ଗ୍ରହଣ କରି ଆପଣ ରାଶିଫଳରେ ଶନି ଗ୍ରହକୁ ମଜବୁତ କରିପାରିବେ । ଏଥିପାଇଁ ସୋରିଷ ତେଲରେ ଲବଙ୍ଗ କିମ୍ବା ଗୋଲ ମରିଚ ପକାଇ ଦୀପ ଜାଳନ୍ତୁ । ଏହା ଶନିର ଗ୍ରହର ଖରାପ ପ୍ରଭାବରୁ ମୁକ୍ତି ଦେବ ଏବଂ ଘରେ ସକରାତ୍ମକ ଶକ୍ତି ବୃଦ୍ଧି ପାଇବ।

{"width":590,"height":381}
PunjabKesari

ହିଙ୍ଗରୁ କରନ୍ତୁ ବୁଧ ଏବଂ ବୃହଷ୍ପତି ଗ୍ରହ ମଜବୁତ:

ହିଙ୍ଗ ସହିତ ବୁଦ୍ଧ ଏବଂ ବୃହସ୍ପତି ଗ୍ରହ ଜଡିତ ବୋଲି ବିଶ୍ୱାସ କରାଯାଏ । ତେଣୁ ମଧ୍ୟାହ୍ନ ଭୋଜନରେ ହିଙ୍ଗ ଖାଇବା ଦ୍ୱାରା ମନ ଶାନ୍ତ ରହିଥାଏ । ଏହା ଦ୍ୱାରା ବୁଦ୍ଧ ଦୋଷରୁ ମୁକ୍ତି ମିଳିବା ସହିତ ବୃହସ୍ପତି ଗ୍ରହ ରାଶିଫଳରେ ମଜବୁତ ହୋଇଥାଏ ।

ହଳଦୀରେ କରନ୍ତୁ ବୃହଷ୍ପତି ଗ୍ରହ ମଜବୁତ:

ହଳଦୀ ବୃହସ୍ପତି ଗ୍ରହ ସହିତ ଜଡିତ ବୋଲି ବିଶ୍ୱାସ କରାଯାଏ । ତେଣୁ କୁଣ୍ଡଳୀରେ ବୃହସ୍ପତିଙ୍କୁ ମଜବୁତ କରିବା ପାଇଁ ପକେଟରେ ହଳଦୀ ଖଣ୍ଡ କିମ୍ବା ଏକ ଚିମୁଟାଏ ହଳଦୀକୁ ରୁମାଲରେ ବାନ୍ଧି ରଖିବା ଉଚିତ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.