Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ଓଡିଶାରେ ତାଣ୍ଡବ ରଚିଥିବା ବାତ୍ୟା ଫୋନି ଥିଲା ଭିନ୍ନ, କେମିତି ଆଉ କାହିଁକି ଜାଣନ୍ତୁ

8/05/2019 at 3:37 PM

ଭୁବନେଶ୍ବର ୮|୫: ମେ ମାସରେ ଯେଉଁଠି ଟାଇଁ ଟାଇଁ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିବା କଥା ସେଇ ସମୟରେ ଏଭଳି ଏକ ବାତ୍ୟା ଯେ ଅଧା ଓଡ଼ିଶାକୁ ଉଜାଡ଼ି ଦେବ ସେଇଟା କେହି କେବେ ଚିନ୍ତା କରିନଥିଲେ । ୯୯ ପରେ ହେଉ କି ପୂର୍ବରୁ ଅନେକ ଛୋଟବଡ଼ ଝଡ଼ବାତ୍ୟାକୁ ସାମ୍ନା କରିଛି ଓଡ଼ିଶା । ହେଲେ ନିକଟରେ ତାଣ୍ଡବ ରଚିଥିବା ବାତ୍ୟା ଫୋନି ସେସବୁ ଠାରୁ ଭିନ୍ନ ଥିଲା । କେମିତି ଆଉ କାହିଁକି ଚାଲନ୍ତୁ ଦେଖିବା ଏଇ ରିପୋର୍ଟରେ ।

୯୯ ମହାବାତ୍ୟାର ୨୦ବର୍ଷ ପରେ ପୁଣି ଗୋଟେ ବଡ଼ ବାତ୍ୟାର ସାମ୍ନା କଲା ଓଡ଼ିଶା । ଅଧା ଓଡ଼ିଶାକୁ ଉଜାଡ଼ି ଦେଲା ଫୋନି । ମେ ମାସରେ ଯେଉଁଠି ଟାଇଁ ଟାଇଁ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିବା କଥା ସେଇ ସମୟରେ ଏଭଳି ଏକ ବାତ୍ୟା ଯେ ସବୁ କିଛି ଛାରଖାର କରିଦେବ ସେକଥା କେହି କେବେ ଚିନ୍ତା କରିନଥିଲେ । କିଛି ବର୍ଷର ରେକର୍ଡ ଦେଖିଲେ ସାଧାରଣତଃ ଅକ୍ଟୋବର ମାସରେ ଏଭଳି ବାତ୍ୟାର ସମ୍ଭାବନା ଅଧିକ ରହିଥାଏ । ହେଲେ ଏଥର ମେ’ ମାସରେ ଫୋନିର ତାଣ୍ଡବ ପୂର୍ବ ଧାରଣାକୁ ମଧ୍ୟ ଓଲଟପାଲଟ କରିଦେଲା । ଅବଶ୍ୟ ପୂର୍ବରୁ ମଧ୍ୟ ମେ’ ମାସରେ ଅନେକ ଥର ବାତ୍ୟା ଆସିଛି । ହେଲେ ୫୨ବର୍ଷ ପରେ ମେ ମାସରେ ଏଭଳି ଏକ୍ସଟ୍ରିମ୍‌ଲି ସିଭିୟର ସାଇକ୍ଳୋନ୍‌ ହିଟ୍‌ କରିବା ଦେଖିବାକୁ ମିଳିଲା । କାରଣ ସାଧାରଣତଃ ଏଭଳି ବାତ୍ୟା ପୋଷ୍ଟ ମନସୁନ୍‌ ସେସନ ଅର୍ଥାତ୍‌ ଅକ୍ଟୋବରରୁ ଡିସେମ୍ବର ଭିତରେ ଭାରତର ପୂର୍ବ ଉପକୂଳରେ ଆସେ ।

ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁସାରେ ୧୯୬୫ ମସିହାର ୨୦୧୭ ମସିହା ଭିତରେ ସର୍ବମୋଟ୍ ୩୯ଟି ବାତ୍ୟାକୁ ଫେଶ୍‌ କରିଛି । ଯେଉଁଥିରୁ ୬୦ ପ୍ରତିଶତ ବା ୨୩ଟି ବାତ୍ୟା ଅକ୍ଟୋବର ଏବଂ ଡିସେମ୍ବର ମାସରେ ଆସିଛି । ହେଲେ ନିକଟରେ ତାଣ୍ଡବ ରଚିଥିବା ବାତ୍ୟା ଫୋନି ସେସବୁ ଠାରୁ ଭିନ୍ନ ଥିଲା । ଟାଇମିଂ ଆଉ ଷ୍ଟେ୍ରଙ୍ଗ୍‌ଥ୍‌ ବିଗତ ବର୍ଷରେ ଆସିଥିବା ବାତ୍ୟାଗୁଡ଼ିକ ଠାରୁ ଫୋନିକୁ ଭିନ୍ନ ବୋଲି ଦର୍ଶାଇଛି । କାରଣ ଏପ୍ରିଲ ମାସରେ ଗଭୀର ସମୁଦ୍ର ଭିତରେ ସୃଷ୍ଟି ହୋଇଥିବା ଏହି ସାମୁଦ୍ରିକ ଝଡ଼ ଲମ୍ବା ସମୟ ଧରି ସମୁଦ୍ର ଭିତରେ ତା’ର ଷ୍ଟେ୍ରଙ୍ଗ୍‌ଥ୍‌ ବା ଶକ୍ତି ବଢ଼ାଇଥିଲା ।

ପ୍ରଥମେ ଏହା ତାମିଲନାଡ଼ୁ ଉପକୂଳରେ ଲ୍ୟାଣ୍ଡ ଫଲ୍‌ କରିବ ବୋଲି ଆଇଏମଡି ପୂର୍ବାନୁମାନ କରିଥିଲେ ମଧ୍ୟ ପରବର୍ତ୍ତୀ ମୁହୂର୍ତ୍ତରେ ଫୋନିର ମୁଭ୍‌ମେଣ୍ଟ ବଦଳିଥିଲା । ସମୁଦ୍ର ଭିତରେ ଆହୁରି ଶକ୍ତିଶାଳୀ ହୋଇ ଉଠିଥିବା ଫୋନି ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇଥିଲା । ଅଧିକ ସମୟ ସମୁଦ୍ର ଭିତରେ ରହିବାରୁ ଫୋନିର ପ୍ରଭାବ ମଧ୍ୟ ଖୁବ୍‌ ତେଜ୍‌ ହୋଇଥିଲା । ତେଣୁ ଫୋନି ସ୍ଥଳଭାଗ ଛୁଇଁବା ବେଳକୁ ୨୦୦ କିଲୋମିଟର ଟପିଥିଲା ପବନର ବେଗ । ଆଉ ଦୀର୍ଘ ସମୟ ଧରି ଅଧା ଓଡ଼ିଶାରେ ରଚିଥିଲା ତାଣ୍ଡବ ।

   Related Posts