୧୯୭୧ରୁ ଆରମ୍ଭ ହୋଇଛି ହକି ବିଶ୍ବ କପ୍, ଜାଣିଛନ୍ତି କି ଏବେ ସୁଦ୍ଧା କେତେ ଗୋଲ ହେଲାଣି ଏତେ ବର୍ଷ ମଧ୍ୟରେ ?
30/11/2018 at 6:15 PM

ଭୁବନେଶ୍ବର୩୦|୧୧: ୧୯୭୧ ରୁ ୨୦୧୮ ଯାଏ ଖେଳା ଗଲାଣି ଅନେକ ବିଶ୍ବକପ୍ । ପ୍ରଥମେ ବର୍ଷେ ଦୁଇ ବର୍ଷରେ ଥରେ ଖେଳା ଯାଉଥିଲା ଆଉ ଏବେ ୪ ବର୍ଷରେ ଆୟେ।ଜିତ ହେଉଛି । କିନ୍ତୁ ଆପଣ ଜାଣିଛନ୍ତି କି ଏତେ ବର୍ଷ ଧରି ହେଉଥିବା ମେଗା ଇଭେଣ୍ଟ ରେ କେତେ ଗେ।ଲ ହେ।ଇଛି । କ୍ରିକେଟ୍ ରେ ସେଞ୍ଚୁରୀ, ଛକା ଚୌକା ଗଣା ଯାଉଥିବା ବେଳେ ହକିରେ ଗଣାଯାଇଥାଏ ଗେ।ଲ । ଦେଖିବା କେତେ ଗେ।ଲ ହେ।ଇଛି ।
୧୯୭୧ ରୁ ଆୟେ।ଜିତ ହେ।ଇ ଆସୁଛି ହକି ବିଶ୍ବ କପ୍ । ଏଥର ମିଶାଇ ୧୩ ବିଶ୍ବ କପ୍ ହେଲାଣି । ବିଶ୍ବ କପ୍ ରେ ସମୁଦାୟ ୫୫୨ ଟି ମ୍ୟାଚ୍ ଖେଳାଯାଇଛି । ଚାଲନ୍ତୁ ପ୍ରଥମେ ଦେଖିବା ୧୯୭୧ ବିଶ୍ବ କପ୍ ର କିଛି ତଥ୍ୟ । ଏହି ଟୁର୍ଣାମେଣ୍ଟରେ ୧୦ ଟି ଟିମ୍ ଭାଗ ନେଇଥିଲେ । ସମୁଦାୟ ୩୦ ଟି ମ୍ୟାଚ୍ ଖେଳାଯାଇଥିଲା ଏହି ବିଶ୍ବକପ୍ ରେ । ଟୁର୍ଣମେଣ୍ଟ ଶେଷ ବେଳକୁ ୬୬ ଟି ଗେ।ଲ କରିଥିଲେ ଖେଳାଳୀମାନେ । ପାକିସ୍ତାନ ଚାମ୍ପିଅନ ହେ।ଇଥିଲା । ପାକିସ୍ତାନର ତନବିର୍ ଦାର ୮ ଟି ଗେ।ଲ ଦେଇ ମ୍ୟାନ ଅଫ୍ ଦି ଟୁର୍ଣାମେଣ୍ଟ ବିବେଚିତ ହେ।ଇଥିଲେ । ତା ପରେ ଗଡ଼ି ଚାଲିଲା ବିଶ୍ବ କପ୍ ।
୧୯୭୨ ରେ ହେ।ଇଥିଲା ଦିତୀୟ ଟୁର୍ଣାମେଣ୍ଟ । ୪୨ ମ୍ୟାଚ୍ ଖେଳାଯାଇଥିଲା ଏହି ଟୁର୍ଣାମେଣ୍ଟରେ । ୧୨୪ ଟି ଗେ।ଲ ବର୍ଷା ହେ।ଇଥିଲା । ତାପରଠୁ ତିନି ବର୍ଷ ଗ୍ୟାପ୍ ରେ ହେ।ଇଥିଲା ବିଶ୍ବ କପ୍ ।
ଆଉ ୧୯୭୫ ରେ ୪୨ ଟି ମ୍ୟାଚ୍ ଖେଳାଯାଇଥିଲା ଏବଂ ୧୭୫ ଟି ଗେ।ଲ ହେ।ଇଥିଲା । ତା ପରବର୍ତୀ ସବୁ ଟୁର୍ଣ।ମେଣ୍ଟରେ ଅଧିକ ଗେ।ଲ ଦେଖିବାକୁ ମିଳିଥିଲା । ୧୯୭୮ ରେ୧୮୪ ଟି, ୧୯୮୨ ରେ ୨୧୬,୧୯୮୬ ରେ୨୦୦ ଗେ।ଲ, ୧୯୯୦ ରେ ୧୪୭ ଟି ଗେ।ଲ୍ ହେ।ଇଥିଲା । ସେହିଭଳି ୧୯୯୪ ରେ ୧୨୯, ୧୯୯୮ରେ ୨୦୯, ୨୦୦୨ ରେ ସର୍ବ।ଧିକ ୩୦୦, ୨୦୦୬ ରେ ୧୭୪,୨୦୧୦ ରେ ୧୯୯ ଏବଂ ୨୦୧୪ ରେ ୧୬୨ ଟି ଗେ।ଲ କରିଥିଲେ ହକି ଖେଳାଳୀ ମାନେ ।
ଏବଂ ଚଳିତ ବିଶ୍ବ କପ୍ ରେ ୪ ଟି ମ୍ୟାଚ୍ ରେ୧୮ ଟି ଗେ।ଲ ହେ।ଇସାରିଲାଣି । ୨୦୦୨ ରେ ହେ।ଇଥିବା ଗେ।ଲ୍ ହେଉଛି କୌଣସି ବିଶ୍ବ କପ୍ ରେ ହେ।ଇଥିବା ଅଧିକ ଗେ।ଲ । ସବୁ ଗେ।ଲ କୁ ମିଶାଇଲେ ସର୍ବମେ।ଟ୍ ହେଉଛି ୨୩୬୯ ଗେ।ଲ୍ । ମାନେ ୨ ହଜାର ୩ ଶହ ୬୯ ଟି ଗେ।ଲ ହେ।ଇ ସାରିଲାଣି ବିଶ୍ବ କପ୍ ରେ । ଏହି ଗେ।ଲ ପାଇଁ କେତେ ଟିମ୍ କାନ୍ଦିଛି ତ କେତେ ଟିମ୍ ଜିତିଛି । ଯାହାବି ହେଉ ଗେ।ଲ ତ ଗେ।ଲ୍ । ଏହାକୁ ଲୁଜିଙ୍ଗ ଗେ।ଲ କହିବା ଅପେକ୍ଷା ୱିନିଙ୍ଗ ଗେ।ଲ୍ କହିଲେ ଭଲ ହେବ । ଦେଖିବାକୁ ବାକି ରହିଲା ଏଥର କେତେ ଗେ।ଲ ହେଉଛି ।