Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
  • ||
  • ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହାତ, ମନ୍ତ୍ରୀଙ୍କ କାର୍‌କୁ ପିଟିଲା ଟ୍ରାକ୍ଟର
  • ||
  • କମୁନି ସଂକ୍ରମଣ : ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୪୦୯୨ ମୃତ
  • ||
  • ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୧୮୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୬୩୫ ପଜିଟିଭ୍
  • ||
  • କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ
  • ||

କୁଆ ଦେଇଥାଏ ଧନ ଏବଂ ମୃତ୍ୟୁର ସଙ୍କେତ : ଧ୍ୟାନ ଦେଲେ ଜାଣିହେବ ସବୁ

31/01/2019 at 2:34 PM

ଅଧିକାଂଶ ଲୋକେ କୁଆକୁ ଅଶୁଭ ବୋଲି କହିଥାନ୍ତି । ହିନ୍ଦୁଧର୍ମରେ ବି କୁଆକୁ ଅଶୁଭ କୁହାଯାଇଥାଏ। ତେବେ କୁଆ ଅନେକ ବିଷୟର ମନୁଷ୍ୟକୁ ଘଟିବାକୁ ଥିବା ଘଟଣାର ଆଗୁଆ ସୂଚନା ଏବଂ ସଙ୍କେତ ଦେଇଥାଏ। କୁଆ ଅତିଥିଙ୍କ ଆଗମନର ସୂଚନା  ଦେଇଥାଏ। କାହା ଘର ଛାତରେ କି ଚାଳରେ ବସି କୁଆ ବାରମ୍ବାର ରାବ ଦେଲେ ଘରକୁ କୁଣିଆ ଆସିବେ ବୋଲି ବିଚାର କରାଯାଇଥାଏ । ସେହିଭଳି କୁଆଙ୍କ ଶରୀରରେ ପିତୃ ପୁରୁଷ ଅବସ୍ଥାନ କରନ୍ତି ବୋଲି ମଧ୍ୟ କୁହାଯାଏ। ପିତୃପୁରୁଷଙ୍କୁ ଦିଆଯାଇଥିବା ପିଣ୍ଡ କୁଆ ଖାଇଲେ ପିତୃ ପୁରୁଷଙ୍କ ଆତ୍ମା ଶାନ୍ତି ହେଲା ବୋଲି ବିଶ୍ବାସ କରାଯାଏ ।  

 

ଯଦି ଆମେ ଧର୍ମ ଗ୍ରନ୍ଥ ଏବଂ ପୁରାଣର କଥା କହିବା ତେବେ ଏହି ପକ୍ଷୀ ଅମୃତର ସ୍ବାଦ ଚାଖିଥିଲା । ସେଥିପାଇଁ କୁଆର କେବେ ସ୍ବାଭାବିକ ମୃତ୍ୟୁ ହୋଇନଥାଏ। ଏପରି ମଧ୍ୟ କୁହାଯାଇଥାଏ କୁଆ କେବେ ବି ଏକୁଟିଆ ଭୋଜନ କରିନଥାଏ। କୁଆ ମଣିଷକୁ ଅନେକ ସଙ୍କେତ ମଧ୍ୟ ଦେଇଥାଏ। ତେବେ ଆସନ୍ତୁ ଜାଣିବା ଏହି ସଙ୍କେତ ଗୁଡ଼ିକ ବିଷୟରେ

ଯଦି ଆପଣ ସକାଳେ କେଉଁଠାକୁ ଯାଉଛନ୍ତି ଏବଂ ଅଚାନକ କୁଆ ଉଡ଼ି ଆସି ଆପଣଙ୍କ ପାଦ ସ୍ପର୍ଶ କରି ଯାଉଛି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାଦ୍ବାରା ବ୍ୟକ୍ତି ନିଜ ଜୀବନରେ ଖୁବ୍ ସଫଳତା ଅର୍ଜନ କରିଥାଏ। ଜୀବନରେ ଅନେକ ଉନ୍ନତି ହୋଇଥାଏ।

ଯଦି କୁଆ କୈାଣସି ବ୍ୟକ୍ତିଙ୍କ ଉପରେ ମଳତ୍ୟାଗ କରିଥାଏ ତେବେ ଏହାକୁ ଅଶୁଭ କୁହାଯାଇଥାଏ। ଯଦି କାଉ ଆସି ମନୁଷ୍ୟର ମୁଣ୍ଡରେ ବସିଥାଏ ତେବେ ସେହି ବ୍ୟକ୍ତିଙ୍କ ଦୁର୍ଦ୍ଦିନ ଆସିଥାଏ।

ଥଣ୍ଟରେ ରୁଟି ଟୁକୁରା କିମ୍ବା ମାଂସ ଟୁକୁରା ନେଇ ଯାଉଥିବା କୁଆକୁ ଦେଖିଲେ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଏହାଦ୍ବାରା ଆପଣଙ୍କୁ ଖୁବ୍ ଶୀଘ୍ର କିଛି ଖୁସିଖବର ମିଳିବ।

ଯଦି ସକାଳେ କୁଆ କାହା ପାଖକୁ ଆସି ଲାଲ ରଙ୍ଗର କିଛି ବସ୍ତୁ ପକାଇଦେଇଥାଏ ତେବେ ସେହି ବ୍ୟକ୍ତିଙ୍କୁ ଖୁବ୍ ଶୀଘ୍ର ଜେଲଦଣ୍ଡ ହୋଇପାରେ।  କୈାଣସି ବଡ଼ ଅସୁବିଧାର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ିପାରେ।  

   Related Posts