ଆଜି ମଧ୍ୟ ଏହି ସ୍ଥାନରେ ପର୍ଶୁରାମଙ୍କ ଫାର୍ସା ସାଇତା ହୋଇ ରହିଛି; ଜାଣନ୍ତୁ ପୁରା କାହାଣୀ ...

Published By : Prameya-News7 Bureau | December 17, 2018 IST

ଭଗବାନ ପର୍ଶୁରାମଙ୍କ ବିଷୟରେ ଆମେ ସମସ୍ତେ କିଛିନାକିଛି ଜାଣିଛେ | ପର୍ଶୁରାମଙ୍କୁ ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର ଭାବେ ବିଶ୍ୱାସ କରାଯାଏ | କ୍ଷତ୍ରିୟଙ୍କ ସହ ଭଗବାନ ପର୍ଶୁରାମଙ୍କ ଶତ୍ରୁତା ଥିଲା | ସେଥିପାଇଁ ସେ ପୃଥିବୀରୁ ୨୧ ଥର ନିକ୍ଷେତ୍ରିୟ କରିଥିଲେ | ସେ ଯେତେବେଳେ ଗୋଟିଏ ଜାଗାରୁ ଆଉ ଏକ ଜାଗାକୁ କ୍ଷତ୍ରିୟଙ୍କ ବିନାଶ ପାଇଁ ଯାଉଥିଲେ ସେତେବେଳେ ସେ ଛାଡିଯାଇଥିବା ଜାଗାରେ ପୁଣି କ୍ଷତ୍ରିୟ ଜନ୍ମ ନେଉଥିଲେ | ସେ କ୍ଷତ୍ରିୟଙ୍କୁ ବିନାଶ କରିବା ଏବଂ କ୍ଷତିୟ ପୁଣି ଜନ୍ମ ନେବା ଧାରା ଚାଲିଥିଲା | ସେ ପୃଥିବୀ ପୃଷ୍ଠରୁ କ୍ଷତ୍ରିୟଙ୍କୁ ବିନାଶ କରିବା ପାଇଁ ପ୍ରତିଜ୍ଞା ନେଇଥିଲେ | 

{"id":64488,"width":588,"height":509}

ମା ସୀତାଙ୍କ ସ୍ଵୟମ୍ବର ବେଳେ ଭଗବାନ ଶ୍ରୀରାମ ଶିବ ଧନୁ ଭାଙ୍ଗି ଦେଇଥିଲେ | ଏହା ଦେଖି ଭଗବାନ ପର୍ଶୁରାମ ଅତ୍ୟନ୍ତ କ୍ରୋଧିତ ହୋଇଗଲେ | ସେ ଭଗବାନ ଶ୍ରୀରାମଙ୍କୁ ଏଥିପାଇଁ ବହୁତ କଥା ଶୁଣେଇଥିଲେ | କିନ୍ତୁ ଶ୍ରୀରାମ ନିଜ ମର୍ଯ୍ୟାଦା ରକ୍ଷା କରି ଭଗବାନ ପର୍ଶୁରାମଙ୍କୁ କିଛି ନକହି ଚୁପ ରହିଲେ | ମର୍ଯ୍ୟାଦା ପୁରୁଷ ଶ୍ରୀରାମ ସିନା ପର୍ଶୁରାମଙ୍କ କଥା ଶୁଣି ଚୁପ ରହିଲେ କିନ୍ତୁ ଲକ୍ଷ୍ମଣ ଏହା ସହି ପାରିଲେନି | ଲକ୍ଷ୍ମଣ ପର୍ଶୁରାମଙ୍କ ସହ ଯୁକ୍ତିତର୍କ କରିଥିଲେ | ଏଥିରେ ପର୍ଶୁରାମ ଉତକ୍ଷିପ୍ତ ହୋଇ ଭଗବାନ ଶ୍ରୀରାମଙ୍କୁ ଦଣ୍ଡିତ କରିବା ପାଇଁ ନିଜ ଫାର୍ସା ଉଠାଇଥିଲେ | ପର୍ଶୁରାମଙ୍କ ଏଭଳି କାଣ୍ଡରେ ହଠାତ ପର୍ଶୁରାମଙ୍କ ଫାର୍ସା ଏତେ ଓଜନ ହୋଇଗଲା ଯେ ସେ ତାକୁ ଟେକି ପାରିଲେ ନାହିଁ | ବହୁତ ଚେଷ୍ଟା କଲା ପରେ ମଧ୍ୟ ଫାର୍ସା ଶ୍ରୀରାମଙ୍କ ଆଡକୁ ଉଠିଲାନାହିଁ | ସେତେବେଳେ ପର୍ଶୁରାମ ବୁଝି ପାରିଥିଲେ ଯେ, ଯାହା ଉପରକୁ ସେ ଫାର୍ସା ଉଠାଇଥିଲେ ସେ କୌଣସି ସାଧାରଣ ବ୍ୟକ୍ତି ନୁହନ୍ତି | ସେ ସ୍ୱୟଂ ଭଗବାନ ବିଷ୍ଣୁ | 

{"id":64490}

ଶ୍ରୀରାମ ସ୍ୱୟଂ ଭଗବାନ ବିଷ୍ଣୁଙ୍କ ରୂପ ବୋଲି ଜାଣିବା ପରେ ପର୍ଶୁରାମ ବହୁତ ଦୁଃଖ ପ୍ରକାଶ କରିଥିଲେ | ସେହିଦିନଠାରୁ ସେ କ୍ଷତ୍ରିୟଙ୍କୁ ବିନାଶ କରିବା ପାଇଁ ନେଇଥିବା ପ୍ରତିଜ୍ଞା ତ୍ୟାଗ କରିଥିଲେ | ସେ କରିଥିବା ପାପ ପାଇଁ ପଶ୍ଚାତାପ କରିବା ପାଇଁ ପର୍ଶୁରାମ ଜଙ୍ଗଲକୁ ଚାଲିଯାଇଥିଲେ |

ସେହି ଜାଗା ଆଜି ଟାଙ୍ଗିନାଥ ଧାମ ଭାବେ ପରିଚିତ | ଏହି ଟାଙ୍ଗିନାଥ ଝାରଖଣ୍ଡରେ ଅବସ୍ଥିତ | ପର୍ଶୁରାମ ସେହି ଜାଗାରେ ନିଜ ଫାର୍ସାକୁ ଭୂମିରେ ଭୁସି ଦେଇଥିଲେ | ସେହି ଫାର୍ସା ଆଜି ଯାଏଁ ସେହି ଜାଗାରେ ହିଁ ସେମିତି ରହିଛି | 

{"id":64489}

ଖନନ ବେଳେ ଜଣା ପଡିଥିଲା ଯେ, ଏହି ଫାର୍ସା ପୃଥିବୀ ଭିତରେ କେତେ ଗଭୀରରେ ରହିଛି | ତେବେ ଏହି ଫାର୍ସାର ଗଭୀରତା କେତେ ତାହା ଆଜି ଯାଏଁ ମଧ୍ୟ କେହି ଅନୁମାନ କରିପାରିନାହାନ୍ତି | ଏହି ଫାର୍ସାରେ କେବେ ମଧ୍ୟ କଳଙ୍କି ଲାଗେନାହିଁ | ସେଠାରେ ଖନନ ବେଳେ କିଛି ସ୍ଵର୍ଣର ମୂର୍ତ୍ତି ଏବଂ ଆଭୂଷଣ ମିଳିଥିଲା | ସେଠାରେ ଅନେକ ଶିବଲିଙ୍ଗ ମଧ୍ୟ ସ୍ଥାପିତ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.