ନାମର ପ୍ରଥମ ଅକ୍ଷରରୁ ଜାଣନ୍ତୁ ଆପଣଙ୍କ ସନ୍ତାନସନ୍ତତିଙ୍କ ସଂଖ୍ୟା

Published By : Prameya-News7 Bureau | May 10, 2019 IST

ବ୍ୟକ୍ତିଙ୍କ ନାମରୁ ଅନେକ କିଛି ଜାଣି ହୋଇ ଯାଏ। ଯେପରିକି ସ୍ବଭାବ, ଚାଲିଚଳନ ଓ ମିଜାଜ ଆଦି। ତେବେ ଜ୍ୟୋତିଷୀୟ ପ୍ରଣାଳୀରେ ଆପଣ ନାମର ପ୍ରଥମ ଅକ୍ଷରରୁ ଜାଣିଯିବେ ଆପଣଙ୍କର କେତୋଟି ସନ୍ତାନ ସନ୍ତତି ହେବେ। ଆଶ୍ଚର୍ଯ୍ୟ ହେଲେ ବି ସତ୍ୟ ନାମର ପ୍ରଥମ ଅକ୍ଷରରୁ ଜୀବନର ଅନେକ ଘଟଣା ସହଜରେ ଜାଣି ହୁଏ । ସେମିତିରେ ସନ୍ତାନସନ୍ତତିଙ୍କ ବିଷୟରେ ଜାଣିବା ସେପରି କିଛି ବଡ କଥା ନୁହେଁ ।

{"id":110725,"width":571,"height":426}

ତେବେ ଆଜି ଆସନ୍ତୁ ଜାଣିବା ଯେଉଁମାନଙ୍କର ନାମ ଏ, ଏସ୍ ଓ ଏମ୍ ରୁ ଆରମ୍ଭ ହୁଏ ସେମାନଙ୍କ ସ୍ବଭାବ, ଚାଲିଚଳନ ଓ ସନ୍ତାନସନ୍ତତିଙ୍କ ସମ୍ପର୍କରେ । ଏହି ନାମଧାରୀ ମହିଳା ଓ ପୁରୁଷ ସ୍ବଭାବରେ ବହୁତ ଖୋଲା ମିଜାଜର ହୋଇଥାନ୍ତି । ସେମାନଙ୍କର ଖର୍ଚ୍ଚ ଉପରେ କଟକଣା ରହେନି। ମିଜାଜ ଯେମିତି ସେମାନଙ୍କ ଚଳଣି ମଧ୍ୟ ସେମିତି । ଏମାନଙ୍କୁ ବୁଝିବା ବହୁତ ମୁସ୍କିଲ। ତେବେ ଏମାନେ ଅନ୍ୟ ପ୍ରସଙ୍ଗରେ ବେଶ ଯତ୍ନବାନ। ମାପିଚୁପି ଚଳନ୍ତି, ଏଣୁ ଏହି ସବୁ ଅକ୍ଷରରୁ ନାମ ଆରମ୍ଭ ହେଉଥିବା ଲୋକଙ୍କର କୁଣ୍ଡଳୀରେ ପ୍ରାୟତଃ ୨ଟି ସନ୍ତାନ ଥାନ୍ତି।

{"id":110726}

ସେହିପରି ଯେଉଁମାନଙ୍କର ନାମ ଆଇ, ଭି ଓ ଓ୍ବାଇରୁ ଆରମ୍ଭ ହୁଏ ସେମାନେ ସାଙ୍ଗସାଥୀ ହେବାକୁ ବହୁତ ପସନ୍ଦ କରିଥାନ୍ତି । ସାଙ୍ଗଙ୍କ ମେଳରେ ସମୟ କଟାଇବାକୁ  ଏମାନେ ଚାହାନ୍ତି। ଏହି ଅକ୍ଷରରୁ ନାମ ଆରମ୍ଭ ହେଉଥିବା ଲୋକେ କେବେ ବି ନିଜ କ୍ୟାରିୟରକୁ ନେଇ ଗମ୍ଭିର ନୁହଁନ୍ତି। ତେବେ ସେମାନଙ୍କ ଜୀବନକୁ କିପରି ବ୍ୟତୀତ କରିବେ ସେମାନେ ବେଶ ଜାଣନ୍ତି। ତେବେ ଏମାନଙ୍କର ଜୀବନର ଲକ୍ଷ ବେଶ ବିଶାଳ। ଯଦି ଆପଣଙ୍କ ନାମ ଏହି ସବୁ ଅକ୍ଷରରୁ ଆରମ୍ଭ ହେଉଥାଏ ତେବେ ୩ଟି ସନ୍ତାନ ହେବା ନିଶ୍ଟିତ  ବୋଲି ଜ୍ୟୋତିଷ ଶାସ୍ତ୍ର କହେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.