Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଆପଣଙ୍କ ହାତରେ ଅଛି କି ବିଦେଶ ଯାତ୍ରା ଯୋଗ ? ହସ୍ତ ଶାସ୍ତ୍ରରୁ ଜାଣନ୍ତୁ ଉପାୟ

8/09/2021 at 7:04 PM

ଭୁବନେଶ୍ୱର ୦୮/୦୯ : ହସ୍ତ ଶାସ୍ତ୍ର ପ୍ରତ୍ୟେକଙ୍କ ଜୀବନରେ ଅନେକ ମହତ୍ତ୍ୱ ରଖେ। ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ ବିଦେଶ ଯାତ୍ରା କରିବାକୁ ଇଛୁକ। କିନ୍ତୁ ସମସ୍ତଙ୍କ ଭାଗ୍ୟରେ ବିଦେଶ ଯାତ୍ରା ସମ୍ଭବ ହୋଇନଥାଏ। ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ଆପଣଙ୍କର ବିଦେଶ ଯାତ୍ରା ଯୋଗ ଅଛି ନା ନାହିଁ ତାହେଲେ ଏହା ଜାଣିବାକୁ ଆପଣଙ୍କ ହାତରେ ଏକ ରହସ୍ୟ ଲୁଚିଛି। ହାତରେ ଥିବା ଏହି ଚିହ୍ନ ଦ୍ୱାରା ଆପଣ ଜାଣିପାରିବେ ଯେ ବିଦେଶ ଯାତ୍ରା କରିପାରିବେ ନା ନାହିଁ। ଆସନ୍ତୁ ଜାଣିବା ହସ୍ତ ରେଖା ସମ୍ବନ୍ଧରେ ଜାଣିବା କିଛି ତଥ୍ୟ…

ହାତର ସବୁଠାରୁ ଛୋଟ ଆଙ୍ଗୁଠି ତଳେ ବୁଧ ପର୍ବତ ସ୍ଥିତ। ଯଦି ବୁଧ ପର୍ବତ ନିକଟରୁ କୌଣସି ରେଖା ଗତି କରି ସୂର୍ଯ୍ୟ ପର୍ବତ ଅର୍ଥାତ ଅନାମିକା ଆଙ୍ଗୁଠି ନିକଟକୁ ଯାଇଛି ତାହେଲେ ଏହି ରେଖା ଥିବା ବ୍ୟକ୍ତି ବିଦେଶ ଯାତ୍ରା କରିବାକୁ ସୁଯୋଗ ପାଇଥାନ୍ତି।

ଯଦି ଭାଗ୍ୟ ରେଖା ଜୀବନ ରେଖାରୁ ସ୍ପଷ୍ଟ ନଜର ଆସେ ଏବଂ ରେଖା ଉପରେ ତ୍ରିଭୁଜ ଭଳି ଚିହ୍ନ ନଥାଏ ଏବଂ ଚନ୍ଦ୍ର ପର୍ବତ ଉନ୍ନତ ଦେଖାଦିଏ ତାହେଲେ ଏହିଭଳି ଲୋକେ ଅନେକଥର ବିଦେଶ ଯାତ୍ରା କରିଥାନ୍ତି। ଯଦି ଚନ୍ଦ୍ର ପର୍ବତରେ ଭାଗ୍ୟ ରେଖା ଓ ଜୀବନ ରେଖା ସହ ଏକ ରେଖା ମିଶୁଥିବା ନଜର ଆସେ ତାହେଲେ ଏହିଭଳି ବ୍ୟକ୍ତି ଅଧିକାଂଶ ସମୟରେ ବିଦେଶରେ ହିଁ ରୁହନ୍ତି।

ଯଦି ଚନ୍ଦ୍ର ପର୍ବତ ଆଡକୁ ଯାଉଥିବା ରେଖା ଜୀବନ ରେଖା ଦେଇ ଆସେ ତାହେଲେ ଏହିଭଳି ବ୍ୟକ୍ତି ବିଦେଶରେ ରୋଜଗାର ପ୍ରାପ୍ତ କରିବାର ସୁଯୋଗ ପାଇଥାନ୍ତି। ଯଦି ଚନ୍ଦ୍ର ପର୍ବତର ମଝାମଝି ବର୍ଗାକାର ଆକୃତି ରହିଥାଏ ତାହେଲେ ମଧ୍ୟ ବିଦେଶ ଯାତ୍ରା ଯୋଗ ଥାଏ।

ଚନ୍ଦ୍ର ପର୍ବତ ଉପରେ ହାତରେ ଛୋଟ ରେଖା ଯଦି X ଆକାର ସୃଷ୍ଟି କରନ୍ତି ତାହେଲେ ମଧ୍ୟ ବିଦେଶ ଯାତ୍ରା ଯୋଗ ରହିଛି। ଯେଉଁମାନଙ୍କ ହାତରେ ମଣିବନ୍ଧ ରେଖା ଜୀବନ ରେଖା ମଧ୍ୟରେ Y ଆକାର ନିର୍ମାଣ ହୋଇଥାଏ ସେମାନଙ୍କ ପାଇଁ ବିଦେଶ ଯାତ୍ରାର ବିଶେଷ ଯୋଗ ରହିଥାଏ।

   Related Posts