Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ପ୍ରୀୟଙ୍କାଙ୍କ ପୁଅ ରୋହନଙ୍କ ସମ୍ପର୍କରେ ଜଣନ୍ତୁ ୪ଟି ରୋଚକ କଥା

7/07/2019 at 6:25 PM

ଡୁନ : ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧିଙ୍କ ଭଉଣୀ ପ୍ରିୟଙ୍କା ୱାଡ୍ରାଙ୍କର କେବଳ ଝିଅ ନୁହେଁ ପୁଅଟିଏ ବି ଅଛି। ଯାହାଙ୍କ ନାମ ରୋହନ ଗାନ୍ଧି। ସ୍କୁଲରେ ନାମ ଲେଖାଯିବା ସମୟରେ କର୍ତ୍ତୃପକ୍ଷ ତାଙ୍କ ନାମକୁ ଭୁଲରେ ରେହାନ ୱାଡ୍ରା କରିଦେଇଥିଲେ। ହେଲେ ପରେ ତାଙ୍କ ନାମ ରେହାନ ନାମରେ ରହିଯାଇଛି। ରାଜୀବ ଓ ରାହୁଲ ଗାନ୍ଧିଙ୍କ ଭଳି ରେହାନ ମଧ୍ୟ ଡୁନ ସ୍କୁଲରେ ପାଠ ପଢୁଛନ୍ତି। ରେହାନ କେବଳ ପାଠ ନୁହେଁ ଖେଳରେ ବି ବେଶ ଋଚି ରଖନ୍ତି।

ସ୍କୁଲର୍ ଅନୁଷ୍ଠିତ ହେଉଥିବା ପ୍ରତ୍ୟେକ କ୍ରିଡାରେ ଭାଗ ନିଅନ୍ତି  ରେହାନ। ତେବେ ଅନ୍ୟ ଖେଳ ଅପେକ୍ଷା ରେହାନଙ୍କର ସୁଟିଂ ପ୍ରତି ରହିଛି ଦୁର୍ବଳତା। ନିକଟରେ ରାଜସ୍ଥାନର ସୁଟିଂ ରେଜଞ୍ଜରେ ରେହାନଙ୍କୁ ଦେଖାଯାଇଥିଲା। ଜଣେ ଭଲ ଛାତ୍ର ଭାବେ ସ୍କୁଲରେ ରେହାନ ପ୍ରତ୍ୟେକ ଛାତ୍ରଙ୍କର ପ୍ରୀୟପାତ୍ର। ରାହୁଲଙ୍କ ଭଳି ହସ୍ ଖୁସ୍ ମିଜାଜର ରେହାନଙ୍କୁ ସାଙ୍ଗସାଥୀ ବେଶ ଭଲପାଆନ୍ତି। ମିଳାମିଶା ପ୍ରକୃତି ଯୋଗୁ ଗତ ନିର୍ବାଚନ ପୂର୍ବରୁ ରେହାନ ଥରେ ଆମେଠୀ ଗସ୍ତ ମଧ୍ୟ କରିଥିଲେ। ନିର୍ବାଚନ ମଣ୍ଡଳିରେ ଲୋକଙ୍କ ସହ ମିସି ସେଠାରେ ରାତି ମଧ୍ୟ କଟାଇଥିବା ଜଣାପଡିଛି।

ତେବେ ରେହାନଙ୍କୁ ରାଜନୀତିରୁ ଦୂରେଇ ରଖିବା ଲାଗି ପୁରା ପରିବାର ଉଦ୍ୟମ କରୁଛି। ହେଲେ ରେହାନଙ୍କର ରାଜନୀତି ପ୍ରତି ଅହେତୁକ ଋଚି ରହିଛି। ତାଙ୍କୁ ମା ପ୍ରୀୟଙ୍କା ଓ ଆଇ ସୋନିଆ ରାଜନୀତିରୁ ଦୂରେଇ ରଖିବାକୁ ଚାହାନ୍ତି। ହେଲେ ସମୟ ପାଇଲେ ସେ ଟେଲିଭିଜନରେ ନ୍ୟୁଜ୍ ଦେଖିବାରେ ମଜି ଯାଆନ୍ତି। ଯେଉଁଥିରେ ରାଜନୈତିକ ଆଲୋଚନା ଓ ସମୀକ୍ଷାକକୁ ସେ ବେଶ ପସନ୍ଦ କରୁଥିବା ଦେଖାଯାଇଛି।  

   Related Posts