୨୭ହଜାର ଫୁଟ ଉପରେ ଶକ୍ତିଶାଳୀ F-16କୁ କେମିତି ଗୋଡାଇଥିଲେ ଅଭିନନ୍ଦନ ଓ କେମିତି ଥିଲା ୮୬ସେକେଣ୍ଡର ଡଗ୍ ଫାଇଟ୍ ଜାଣନ୍ତୁ

Published By : Prameya-News7 Bureau | March 02, 2019 IST

ନୂଆଦିଲ୍ଲୀ୨|୩: ଆକାଶରେ ଅଭିନନ୍ଦନ ଦେଖାଇଥିଲେ ଅଦମ୍ୟ ସାହସ । ବେଶ ଶକ୍ତିଶାଳୀ F-16କୁ  MiG-21 ବିମାନ ଧରି ୨୭ହଜାର ଫୁଟ ଉପରେ ଗୋଡାଇଥିଲେ ଅଭିନନ୍ଦନ । ଆକାଶରେ ଚାଲିଥିଲା ୮୬ସେକେଣ୍ଡର ଡଗ ଫାଇଟ୍ ।

{"id":90061}

୨୭ଫେବୃଆରୀ, ବୁଧବାର । ୧୫ହଜାର ଫୁଟ ଉଚ୍ଚରେ ଉଡୁଥିଲା MiG-21 ଫାଇଟର ବିମାନ । ଚାଳକ ଥିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ । ସାମ୍ନାରେ ଉଡୁଥିଲା ପାକିସ୍ତାନ ଏୟାର ଫୋର୍ସର F-16 ବିମାନ ।

{"id":90065}

ଭାରତୀୟ ସୀମା ଭିତରେ ନୌସେରା ସେକ୍ଟରରେ ୮ହଜାର ଫୁଟ ଉପରେ ଚକ୍କର କାଟୁଥିଲା F-16 ବିମାନ ।

{"id":90066}

ପାକିସ୍ତାନର ଯେକୌଣସି ହରକତର ଜବାବ ଦେବାକୁ ସଜାଗ ଥିଲା ଭାରତୀୟ ବାୟୁସେନା ।

{"id":90069}

ପାକିସ୍ତାନୀ F-16 ବିମାନ  ଉପରେ ତୀକ୍ଷ୍ଣ ନଜର ପଡିବା ମାତ୍ରେ, ଅଭିନନ୍ଦନ ରେଡିଓ ଯୋଗେ କହିଥିଲେ, ଏହାକୁ ମୁଁ ଭଗାଉଛି, ଇଏ ମୋ ଶିକାର ।

{"id":90075}

MiG-21 ଠାରୁ ବେଶ ଶକ୍ତିଶାଳୀ  F-16 ବିମାନ ।

{"id":90078}

କିନ୍ତୁ ଅଭିନନ୍ଦନଙ୍କ ସାହସ, ଦୃଢତା ଏବଂ ମନୋବଳ ଆଗରେ ଏସବୁର ଯେମିତି କିଛି ଅର୍ଥ ନଥିଲା ।

{"id":90079}

MiG-21 ବିମାନ ଧରି ଆକାଶରେ ଆଗକୁ ବଢିଥିଲେ ଅଭିନନ୍ଦନ ।

{"id":90080}

ଆରମ୍ଭ ହୋଇଥିଲା ୮୬ସେକେଣ୍ଡର ଲଢେଇ ।

{"id":90083}

ମଝି ଆକାଶରେ ଏମିତି ଲଢେଇକୁ କୁହାଯାଏ ଡଗ୍ ଫାଇଟ୍  ।

{"id":90085}

ପାକିସ୍ତାନୀ ବିମାନକୁ ତୀବ୍ର ଗତିରେ ପିଛା କରିଥିଲେ ଅଭିନନ୍ଦନ ।

{"id":90087}

ମାତ୍ର ୪ସେକେଣ୍ଟରେ ୧କିଲୋମିଟର ବା ଘଣ୍ଟାପ୍ରତି ୯କିଲୋମିଟର ବେଗରେ ଧାଇଁଥିଲା MiG-21 ବିମାନ ।

{"id":90090}

ଏମିତି ଆଗ ପଛ ଗୋଡାଗୋଡି ଚାଲିଥିଲା ୨୬ହଜାର ଫୁଟ ଉପରେ ।

{"id":90091}

କେତେବେଳେ କିଏ ଉପରକୁ ଉଠି ଯାଉଥିଲା ତ କେତେ ବେଳେ କିଏ ତଳକୁ ଖସି ଯାଉଥିଲା ।

{"id":90093}

ଆଖିରେ ଆଖି ମିଶାଇ ଦୁଇ ପାଇଲଟ ଲଢୁଥିଲେ ।

{"id":90094}

ସେହି ସମୟରେ  F-16 ବିମାନକୁ ଭାରତୀୟ ଏୟାଫୋର୍ସର ସୁଖୋଇ ଏବଂ ମିରାଜ ବିମାନ ମଧ୍ୟ ଗୋଡାଉ ଥିଲେ ।

{"id":90097}

ଏହି ସମୟରେ R-73 ମିସାଇଲ୍ ଛାଡିଥିଲେ ଅଭିନନ୍ଦନ ।

{"id":90100}

ସେପଟୁ MiG-21 ବିମାନ ଉପରେ ପାକିସ୍ତାନୀ ଫାଇଟର ପ୍ଲେନ୍ ଫାୟାରିଂ କରିଥିଲା ।

{"id":90101}

ସେହି ସମୟରେ ସ୍ଥିତିକୁ ଅଭିନନ୍ଦନ ଜାଣିପାରିଥିଲେ । ତୁରନ୍ତ ପାରାଚୁଟ ସହାୟତାରେ ଓହ୍ଲାଇ ପଡିଥିଲେ ।

{"id":90102}

ତେବେ ପାକିସ୍ତାନ ପଟକୁ ପବନ ବୋହୁଥିବାରୁ ସେ ପିଓକ ର ୭କିଲୋମିଟର ଭିତରେ ଖସି ପଡିଥିଲେ ।

{"id":90103}

ଆକାଶରେ ଅଦମ୍ୟ ସାହସ ଦେଖାଇଥିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ । ଯାହା ପାଇଁ ସାରା ଦେଶରୁ ମିଳିଛି ସାବାସି ।

{"id":90104}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.