pokକୁ ନେଇ ପୂର୍ବତନ ସେନାମୁଖ୍ୟ ତଥା କେନ୍ଦ୍ରମନ୍ତ୍ରୀ ବି.କେ.ସିଂହଙ୍କ ବଡ ବୟାନ, ଜାଣନ୍ତୁ କହିଛନ୍ତି କ’ଣ

Published By : Prameya-News7 Bureau | October 30, 2019 IST

ନୂଆଦିଲ୍ଲୀ :  ପୂର୍ବତନ ସ୍ଥଳସେନା ମୁଖ୍ୟ ତଥା କେନ୍ଦ୍ରମନ୍ତ୍ରୀ ଜେନେରାଲ (ସେବାନିବୃତ୍ତ) ବି.କେ.ସିଂହ ବୁଧବାର ପାକ୍ ଅଧିକୃତ କାଶ୍ମୀର ସମ୍ପର୍କରେ ବଡ ବୟାନ ଦେଇଛନ୍ତି। ଏସୋଚେମ ଦ୍ୱାରା ଅନୁଷ୍ଠିତ କାର୍ଯ୍ୟକ୍ରମ ଅବସରରେ ଏକ ପ୍ରଶ୍ନର ଜବାବରେ ସିଂହ  କହିଛନ୍ତି ଯେ ପିଓକେ ଉପରେ କବଜା କରିବାର ଆବଶ୍ୟକତା କ’ଣ? ପିଓକେ ତ ଆମର, ଆମେ ତାକୁ ନିୟନ୍ତ୍ରଣକୁ ଆଣିବା।  କିଛି ଦିନ ପୂର୍ବରୁ ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାବତ ପିଓକେ ସମ୍ପର୍କରେ ଦେଇଥିବା ମନ୍ତବ୍ୟ ପରେ ସିଂହଙ୍କ ଏହି ମନ୍ତବ୍ୟ ଏବେ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।

{"id":177051,"width":578,"height":372}

ରାବତ ପିଓକେ ପଡୋଶୀ ଦେଶର ଆତଙ୍କବାଦୀଙ୍କ ନିୟନ୍ତ୍ରିତ କ୍ଷେତ୍ର ବୋଲି କହିଥିଲେ। ତେବେ ମଙ୍ଗଳବାର ଇୟୁରୋପୀୟ ସଂଘର ସାଂସଦମାନଙ୍କ ଜମ୍ମୁ-କାଶ୍ମୀର ଗସ୍ତକୁ ନେଇ ବିରୋଧୀ କରୁଥିବା ସମାଲୋଚନାକୁ ଏସୋଚେମ ସମ୍ମିଳନୀରେ ବି.କେ.ସିଂହ ନିରର୍ଥକ କହିଛନ୍ତି। ବିରୋଧୀ ଦଳ କେବଳ ବିରୋଧ ହିଁ କରନ୍ତି ବୋଲି ସିଂହ କହିଛନ୍ତି।

{"id":177052}

ୟୁରୋପୀୟ ସଂଘର ସାଂସଦମାନେ ଜମ୍ମୁ-କାଶ୍ମୀର ଗସ୍ତ ପରେ ୩୭୦ ଭାରତର ଅନ୍ତରୀଣ ମାମଲା ବୋଲି ବୁଧବାର କହିଛନ୍ତି।  ୨ ଦିବସୀୟ ଗସ୍ତ ଶେଷରେ ସାଂସଦମାନେ ଜମ୍ମୁ-କାଶ୍ମୀରରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଏହା କହିଥିବା ବେଳେ ଆତଙ୍କବାଦ ବିରୋଧରେ ଭାରତର ସଂଗ୍ରାମକୁ ସମର୍ଥନ କରିଛନ୍ତି। ସେହିପରି ମଙ୍ଗଳବାର  କୁଲଗାଓଁ  ଆତଙ୍କବାଦୀ ଆକ୍ରମଣକୁ ସାଂସଦମାନେ ଦୃଢ ନିନ୍ଦା କରିଛନ୍ତି। ମଙ୍ଗଳବାର ରାତିରେ ଆତଙ୍କବାଦୀଙ୍କ ଏହି ଆକ୍ରମଣରେ ୫ ଜଣ ବଙ୍ଗୀୟ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.