Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଂଲଣ୍ଡକୁ ଏକ ଇନିଂସ୍‌ ଓ ୨୫ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ
  • ||
  • ଅହମଦାବାଦ ଟେଷ୍ଟ ଜିତିଲା ଭାରତ
  • ||
  • ଭାରତ ୩-୧ରେ ସିରିଜ୍‌ ବିଜୟୀ
  • ||
  • ଚାନ୍ଦବାଲି : ବିଜେଡିର ମିଶ୍ରଣ ପର୍ବ, ଦଳକୁ ପ୍ରତ୍ୟାବର୍ତ୍ତନ କଲେ ହେବିଓ୍ବେଟ୍ ନେତା ପ୍ରତାପ ଧଳ
  • ||
  • ମାଥିଲି : କୂଅରୁ ଉଦ୍ଧାର ହେଲା ମା’ ଓ ଶିଶୁ କନ୍ୟାର ମୃତଦେହ, ଶୁକ୍ରବାର ରାତିରୁ ଥିଲେ ନିଖୋଜ
  • ||
  • ଭୁବନେଶ୍ବର : ରାଜଧାନୀର ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ, ଜଣେ ମୃତ, ୨ ଆକ୍ରମଣକାରୀଙ୍କୁ ଧରିଛି ପୋଲିସ
  • ||
  • ବଲାଙ୍ଗିର : ପିଟି ପିଟି ମାରିଦେଲେ, ପ୍ରମାଣ ନଷ୍ଟ ପାଇଁ ଫିଙ୍ଗିଦେଲେ ନାଳରେ, ୨୪ ଘଣ୍ଟାରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୋର : କେନାଲରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ୩ଦିନ ପରେ ଗୁଜୁରାଟରୁ ଫେରିଲା ମୃତଦେହ
  • ||
  • ଆଠମଲ୍ଲିକ : ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଆହତ
  • ||
  • ଭୁବନେଶ୍ବର : ପ୍ରଭୁ ଶ୍ରୀଲିଙ୍ଗରାଜ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ, ମନ୍ଦିର ପରିସରରେ ପାଳନ ହେବ କୋଭିଡ୍ କଟକଣା
  • ||

ଗାଡି ଟାୟାରରେ ପରିଶ୍ରା କାହିଁ କି କରେ କୁକୁର, ଜାଣନ୍ତୁ କାରଣ

1/07/2019 at 9:24 PM

ଜୀବଜନ୍ତୁଙ୍କ କେତେକ ଅସ୍ୱଭାବିକ୍ ଆଚରଣ ସର୍ବଦା ରହସ୍ୟାବୃତ୍ତ ରହି ଆସିଛି। ଏଥିରୁ ଗୋଟିଏ ହେଉଛି କୁକୁର ଓ ତାର ପରିଶ୍ରା କରିବାର ଶୈଳୀ। ଏ ନେଇ ବିଭିନ୍ନ ଲୋକେ ବିଭିନ୍ନ କଥା କହିଥାନ୍ତି। ହେଲେ କୁକୁରଙ୍କ ଏଭଳି ଶୈଳୀରେ ପରିଶ୍ରା ସେମାନଙ୍କ ମନସ୍ତତ୍ୱ ସହ ଜଡିତ ରହିଛି। ଏଣୁ କୁକୁର ପରିଶ୍ରା କରିବା ବେଳେ ଖମ୍ବ, କାନ୍ଥ, ପିଣ୍ଡି ଏପରିକି ରାସ୍ତା କଡରେ ଛିଡା ହୋଇଥିବା ଗାଡି ଚକରେ ପରିଶ୍ରା କରୁଥିବା ଆମେ ଦେଖେ ହେଲେ ତା ପଛରେ ଥିବା କଣ ରହିଛି କାରଣ ଆସନ୍ତୁ ଜାଣିବା।

ପଶୁପକ୍ଷୀଙ୍କର ନିଜ ନିଜର କିଛି ନୀତି ନିୟମ ରହିଛି। ସେମାନେ ଜଙ୍ଗଲରେ ରହନ୍ତୁ କି ମଣିଷ ସମାଜରେ ସେମାନେ କିନ୍ତୁ ସେମାନଙ୍କର ପ୍ରାକୃତିକ ନିୟମ କେବେ ଉଲ୍ଳଂଘନ କରନ୍ତି ନାହିଁ । ଏଣୁ କୁକୁରଙ୍କ କ୍ଷେତ୍ରରେ ମଧ୍ୟ ସେଇଆ ହୁଏ । ସେମାନେ ନିଜ ଜାତିର ଅନ୍ୟକୁ ହଇରାଣରେ ନ ପକାଇବା ପାଇଁ ଏପରି କରିଥାନ୍ତି। କୁକୁରମାନେ ସବୁ ବେଳେ ସେମାନେ ଚଳପ୍ରଚଳ ହେଉଥିବା ଅଞ୍ଚଳର ସୀମା ନିର୍ଦ୍ଧାରଣ କରିରଖିଥାନ୍ତି। ଯେତିକି ସର୍ବନିମ୍ନ ଆବଶ୍ୟକ ଅଞ୍ଚଳ ସେମାନେ ସେତିକି  ନିଜ ପାଇଁ ଉପଯୋଗ କରନ୍ତି, ବାକି ଅନ୍ୟମାନଙ୍କ ପାଇଁ ଅବ୍ୟବହୃତ ଛାଡିଦେଇଥାନ୍ତି। ଏଥିପାଇଁ ସେମାନେ ଏପରି କରିଥାନ୍ତି।

କୁକୁରମାନେ ନିଜ ସୀମାକୁ ପରିଶ୍ରା କରି ନିର୍ଦ୍ଧାରିତ କରନ୍ତି। ଅନ୍ୟ କୁକୁର ସେହି ଅଞ୍ଚଳକୁ ପ୍ରବେଶ କଲେ ସେହି କୁକୁରର ଉପସ୍ଥିତି ଜାଣିବାକୁ ପାଇଥାଏ। ଏହା ସତ୍ତ୍ୱେ ଯଦି ସେ କୁକୁର ସମ୍ପୃକ୍ତ ଅଞ୍ଚଳକୁ ପ୍ରବେଶ କରେ ତେବେ ସମ୍ପୃକ୍ତ ଅଞ୍ଚଳକୁ ବ୍ୟବହାରରେ ରଖିଥିବା କୁକୁରକୁ ଯେପରି ଅସୁବିଧା ନ ହୁଏ ସେଥିପ୍ରତି ସତର୍କତା ଅବଲମ୍ବନ କରିଥାଏ। ଏଥିପାଇଁ କୁକୁର କାନ୍ଥବାଡ, ତୁଳସୀ ଚଉରା, ଗାଡିର ଚକ ଅଥବା ଖମ୍ବରେ ଟାଙ୍କ ଟେକି ପରିଶ୍ରା କରେ। କାରଣ ଏହି ସବୁ ସ୍ଥାନରେ ପରିଶ୍ରା କଲେ ଆଉ ଗୋଟିଏ କୁକୁରକୁ କୌଣସି ଅସୁବିଧା ହୁଏନି। ଏଥିରୁ ନା ଗନ୍ଧ ବାହାରେ ନା ଅନ୍ୟ କୁକୁରର ଶୋଇବା ବସିବାରେ ଅସୁବିଧା ହୁଏ । ଏଣୁ ସେପରି ସ୍ଥାନରେ ପରିଶ୍ରା କଲେ ତାର କିଛି ଅସୁବିଧା ହେବନି ବୋଲି ସେ ଏପରି କରିଥାଏ। ଯଦି କୁକୁରର ମନସ୍ତତ୍ୱ ଭଲ ଲାଗିଲା ଗୋଟିଏ ସେୟାର ନିଶ୍ଟିତ କରନ୍ତୁ।

   Related Posts