ଆଜି ଦିନ ୧୨ଟା ସୁଦ୍ଧା ବାତ୍ୟା ‘ବୁଲବୁଲ’ର କ'ଣ ରହିଛି ସ୍ଥିତି ସେ ସଂପର୍କରେ ଜାଣନ୍ତୁ ତାଜା ସୂଚନା

Published By : Prameya-News7 Bureau | November 06, 2019 IST

ଭୁବନେଶ୍ବର ୬।୧୧: ଓଡିଶା ଛୁଇଁବନି ସାମୁଦ୍ରିକ ଝଡ଼ । ଓଡିଶାରେ ବାତ୍ୟାର ପ୍ରଭାବ ପଡିବନି । କେବଳ ଉପକୂଳ ଓଡିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ । ସାରା ରାଜ୍ୟରେ ବାତ୍ୟାକୁ ନେଇ ମାତ୍ରାଧିକ ଚର୍ଚ୍ଚା ହେଉଥିବାରୁ ଲୋକଙ୍କୁ ଭୟଭୀତ ନ ହେବା ଲାଗି ସରକାର ପରାମର୍ଶ ଦେଇଛନ୍ତି ।

ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ଉତ୍ତର ଆଣ୍ଡାମାନ ସମୁଦ୍ରରେ ସୃଷ୍ଟି ହୋଇଥିବା ଅବପାତ ଏବେ ଗଭୀର ଅବପାତରେ ପରିଣତ ହୋଇଛି । ଏହା ଏବେ ଘଣ୍ଟାପ୍ରତି ୯ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ଏବେ ଏହା ଉତ୍ତର ଆଣ୍ଡାମାନ ସମୁଦ୍ରରେ କେନ୍ଦ୍ରୀଭୂତ ହୋଇଛି । ଏହି ଅବପାତର ସ୍ଥିତି ପାରାଦୀପର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୮୧୦କିଲୋମିଟର ଦୂରରେ ରହିଛି । ୨୪ ଘଣ୍ଟାରେ ଏହା ଘୂର୍ଣ୍ଣିଝଡର ରୂପ ନେବ । ବାତ୍ୟା ନୁହେଁ କେବଳ ବର୍ଷା ହେବ। ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି। ମାଇକ୍ ଯୋଗେ ଘୋଷଣା କରିବାକୁ କୁହାଯାଇଛି। ୭ ତାରିଖ ସୁଦ୍ଧା ଫେରି ଆସିବାକୁ କୁହାଯାଇଛି। ମାଛଧରା ଜେଟିରେ ଏନେଇ ସଚତନ କରିବାକୁ କୁହାଯାଇଛି। 

ସାମ୍ଭାବ୍ୟ ବାତ୍ୟା ନେଇ ଏସଆରସି ସୂଚନା ଦେଇଛନ୍ତି । ଆଇଏମଡି ଆକଳନ ଅନୁସାରେ ୮ରେ ଗୋପାଳପୁର ଠାରୁ ୩୨୦, ୯ରେ ଅସ୍ତରଙ୍ଗ ଠାରୁ ୧୭୦ ଓ ୧୦ରେ ପାରାଦୀପଠାରୁ ୧୬୦, ୧୧ରେ ଧାମରାଠାରୁ ୧୪୦ କି.ମି. ଦୂରରେ ରହିବ। ଏହି ସମୟ ମଧ୍ୟରେ ପବନର ବେଗ ଘଣ୍ଟାପ୍ରତି ୪୦ ରୁ ୫୦ କି.ମି. ସର୍ବାଧିକ ୬୦ କି.ମି. ରହିବ। ୧୦ ରାତି କିମ୍ବା ୧୧ ସକାଳରେ ବାତ୍ୟା ଲାଣ୍ଡଫଲ୍ କରିବ। ଓଡିଶା ଉପକୂଳରେ ଏହା ଲାଣ୍ଡଫଲ କରିବା ସମ୍ଭାବନା କମ୍ ଅଛି । ତେବେ ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.