କାଶ୍ମୀର ବିଭାଜନ ଓ ଧାର ୩୭୦ ଉଚ୍ଛେଦ ପାଇଁ ଆଜି ରାଜ୍ୟସଭାରେ ହୋଇଥିବା ସମ୍ପୂର୍ଣ୍ଣ ଘଟଣାକ୍ରମ ସମ୍ପର୍କରେ ଜାଣନ୍ତୁ ଏଇ ଗୋଟିଏ ରିପୋର୍ଟରୁ…

Published By : Prameya-News7 Bureau | August 05, 2019 IST

ନୂଆଦିଲ୍ଲୀ୫|୮: ଐତିହାସିକ ନିଷ୍ପତ୍ତି ।ସ୍ବାଧୀନତା ଠାରୁ ଯାହା ହୋଇନଥିଲା ତାହା ଆଜି ହେଲା ।ଯାହା କରିବାକୁ କେହି ସାହସ କରିନଥିଲେ ତାହା କରିଦେଖାଇ ଦେଲେ ମୋଦି । ଜାମ୍ମୁ କାଶ୍ମୀରରୁ ଉଠିଲା ସମ୍ବିଧାନର ଧାରା ୩୭୦ ଓ ୩୫(-ଏ) ।

{"id":141131}

ଜାମ୍ମୁ କାଶ୍ମୀରକୁ ଅଧିକ ସୁରକ୍ଷା ବାହିନୀ ପ୍ରେରଣ ପଛରେ କଣ କାରଣ ରହିଛି ବୋଲି ସପ୍ତାହେ ଧରି ଯେଉଁ କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା ତାହାର ଶେଷରେ ଅନ୍ତ ହୋଇଛି ।ଗୃହମନ୍ତ୍ରୀ ଅମିତ ଶାହା ଆଜି ରାଜ୍ୟସଭାରେ ଧାରା ୩୭୦ ଉଚ୍ଛେଦ ଏବଂ ଜାମ୍ମୁ କାଶ୍ମୀରକୁ ଭାଗ ଭାଗ କରି ଦୁଇଟି ଅଲଗା କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରିବା ସହିତ ଦେଶର ରାଜନୀତିରେ ହୋଇଛି ବିରାଟ ଭୂକମ୍ପ ।…

{"id":141133}

ସୃଷ୍ଟି ହେଲା ନୂଆ ଇତିହାସ ।ବଦଳିଲା କାଶ୍ମୀର ଭୂଗୋଳ। ଯେଉଁ ଇତିହାସକୁ ପୂରା ଭାରତ ୭୦ ବର୍ଷ ଧରି ଅପେକ୍ଷା କରିଥିଲା ଆଜି ଲେଖାହେଲା ସେହି ଇତିହାସ । ଜାମ୍ମୁ-କାଶ୍ମୀରରୁ ଉଚ୍ଛେଦ ହୋଇଛି ସମ୍ବିଧାନର ଧାରା ୩୭୦ । ଖାଲି ସେତିକି ନୁହେଁ  ଜାମ୍ମୁ ଓ କାଶ୍ମୀରକୁ ଦୁଇଭାଗ କରାଯାଇଛି। ଲଦାଖକୁ ଏକ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରାଯାଇଥିବା ବେଳେ ଜାମ୍ମୁ ଓ କାଶ୍ମୀରକୁ ମିଶାଇ ଆଉ ଏକ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା ହୋଇଛି ।

{"id":141134}

ଜାମ୍ମୁ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ଘୋଷିତ ହୋଇଥିଲେ ମଧ୍ୟ ତାହାର ବିଧାନସଭା କିନ୍ତୁ ରହିବ । ତେବେ  ଲଦାଖର କୌଣସି ବିଧାନସଭା ରହିବ ନାହିଁ । ଅମିତ ଶାହା ରାଜ୍ୟସଭାରେ ଏହି ପ୍ରସ୍ତାବ ରଖିବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଧାରା ୩୭୦ ଉଚ୍ଛେଦ ପାଇଁ ଅଧିସୂଚନା ଜାରି କରିଥିଲେ ।

{"id":141135}

ସ୍ବାଧୀନତାର ଦୁଇବର୍ଷ ପରେ ୧୭ ଅକ୍ଟୋବର ୧୯୪୯ରେ ଲାଗୁ ହୋଇଥିବା ଧାରା ୩୭୦ ଆଜି ଉଠିଯାଇଛି  । ଧାରା ୩୭୦ ଦ୍ବାରା ଭାରତ ଜାମ୍ମୁ କାଶ୍ମୀରରେ କେବଳ ବୈଦେଶିକ, ପ୍ରତିରକ୍ଷା ଓ ସଂଚାର ମାମଲାରେ ହସ୍ତକ୍ଷେପ କରୁଥିଲା ।

{"id":141136}

ଅନ୍ୟ ପ୍ରସଙ୍ଗରେ ଜାମ୍ମୁ କାଶ୍ମୀର ସରକାର ନିଷ୍ପତ୍ତି ନେଉଥିଲେ । ଜାମ୍ମୁ କାଶ୍ମୀରର ସ୍ବତନ୍ତ୍ର ସମ୍ବିଧାନ ଓ ଅଲଗା ଜାତୀୟ ପତାକା ଥିଲା । ଏପରିକି ଦେଶର ଅନ୍ୟ କୌଣସି ଅଞ୍ଚଳର ଲୋକେ ଜାମ୍ମୁ କାଶ୍ମୀରରେ ଜମି କିଣିପାରୁନଥିଲେ । ହେଲେ ଆଜି ଏସବୁ ଅଚଳ ହୋଇଯାଇଛି ।ଦେଶର ଅନ୍ୟ ସବୁ ରାଜ୍ୟ ଭଳି ଜାମ୍ମୁ କାଶ୍ମୀର ଭାରତର ସାଧାରଣ ଅଂଶବିଶେଷ ହୋଇଗଲା ।…

{"id":141137}

ଗୃହମନ୍ତ୍ରୀ ଅମିତ ଶାହାଙ୍କର ଏ ସଂକଳ୍ପକୁ କିନ୍ତୁ ସହଜରେ ହଜମ କରିପାରିନାହାନ୍ତି ବିରୋଧଈ । ଆଜି ରାଜ୍ୟସଭାର କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ପିଡିପି ସାଂସଦମାନେ  ପାର୍ଲାମେଣ୍ଟ ଆଗରେ ଧାରଣା ଦେଇଥିଲେ। ରାଜ୍ୟସଭାର କାର୍ଯ୍ୟ ଆରମ୍ଭ ହେଉ ହେଉ ପଏଣ୍ଟ ଅଫ ନୋଟିସ୍‌ ଜରିଆରେ କାଶ୍ମୀରେ କାହିଁକି କର୍ଫ୍ୟୁ ବୋଲି ପ୍ରଶ୍ନ କରି ହୋହଲ୍ଲା କରିଥିଲେ।

{"id":141138}

ତେବେ ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ବିଲ୍‌ ଉପସ୍ଥାପନ ପାଇଁ ଗୃହମନ୍ତ୍ରୀଙ୍କୁ ଅନୁମତି ଦେଇଥିଲେ। କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମ୍‌କେ, ଜେଡି-ୟୁ, ସମାଜବାଦୀ ପାର୍ଟି, ଆରଜେଡି, ବାମପନ୍ଥୀ ଦଳ ମାନେ କେନ୍ଦ୍ରର ଏହି ଐତିହାସିକ ନିଷ୍ପତ୍ତିର ଜୋରଦାର ବିରୋଧ କରିଛନ୍ତି ।ରାଜ୍ୟସଭାରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ବେଶ୍ ଭାବ ପ୍ରବଣତା ଭରା ବକ୍ତବ୍ୟ ରଖି କହିଥିଲେ ମୋଦି ସରକାର ସଂସଦରେ ଆଟମ୍‌ ବମ୍‌ ଫୁଟାଇଛନ୍ତି ।

{"id":141139}

 ଅନ୍ୟପକ୍ଷରେ ଏନ୍‌ଏଡିଏର ଅଂଶୀଦାର ଦଳ ଜେଡିୟୁକୁ ଛାଡ଼ି ଅନ୍ୟମାନେ  ଏହାକୁ ସମର୍ଥନ କରିଥିବା ବେଳେ ଅଣ ଏନଡିଏ ଦଳ ବିଜେଡି, ବିଏସ୍‌ପି, ଆମ ଆଦମୀ ପାର୍ଟି, ୱାଇଏସଆର କଂଗ୍ରେସ ଏଆଇଏଡିଏମକେ, ଭଳି ଦଳ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି । ବିଜେଡି ଏହାକୁ ସ୍ବାଗତ କରିବା ସହିତ ଏବେ ପାକ୍‌ ଅଧିକୃତ କାଶ୍ମୀରକୁ ଭାରତରେ ମିଶାଇବା ଲାଗି ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଥିଲେ।

{"id":141140}

ରାଜ୍ୟସଭାରେ ଏନେଇ ଆଲୋଚନା ଚାଲିଥିବା ବେଳେ ପିଡିପିର ଦୁଇ ଜଣ ସାଂସଦ ମୀର ଫୟାଜ ଏବଂ ନାଜିର ଅହମ୍ମଦ ଲାୱେ ଅସ୍ବାଭାବିକ ଆଚରଣ ପ୍ରଦର୍ଶନ କରିଥିଲେ ।ସେମାନେ ନିଜର ସାର୍ଟ ଚିରିଦେବା ସହିତ ସମ୍ବିଧାନ ପୁସ୍ତିକାକୁ ଚିରିବାକୁ ଚେଷ୍ଟା କରିଥିଲେ ।ଏପରି ସ୍ଥିତିରେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟାନାଇଡୁ ମାର୍ଶଲ ଡକାଇ ସେମାନଙ୍କୁ ଗୃହରୁ ବାହାର କରିଦେଇଥିଲେ ।…

{"id":141141}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.