ବିଜୟ କୁମାର ଶର୍ମା କାହିଁକି ହଟିଲେ ଡିଜି ପଦରୁ , କ’ଣ ରହିଛି ତାଙ୍କ ବିରୋଧରେ ଅଭିଯୋଗ ଜାଣନ୍ତୁ...

Published By : Prameya-News7 Bureau | November 20, 2019 IST

ଭୁବନେଶ୍ବର୨୦|୧୧:  ୧୯୮୬ ବ୍ୟାଚର ଆଇପିଏସ ଅଧିକାରୀ ବିଜୟ କୁମାର ଶର୍ମାଙ୍କୁ ରାଜ୍ୟ ସରକାର ଆଜି ଅନିୟମିତତା ଅଭିଯୋଗରେ ଡିଜି ପଦରୁ ହଟାଇଛନ୍ତି । ତାଙ୍କ ସ୍ଥାନରେ ୧୯୮୬ ବ୍ୟାଚର ଆଇପିଏସ ତଥା ସଂପ୍ରତି ହାଇଦ୍ରାବାଦ ସ୍ଥିତ ଜାତୀୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଥିବା ଅଭୟଙ୍କୁ ଡିଜି ଦାୟିତ୍ବ ପ୍ରଦାନ କରିଛନ୍ତି । ବିଜୟ କୁମାର ଶର୍ମା ଡିଜିପି ସହ ଅଗ୍ନିଶମ ଓ ହୋମଗାର୍ଡ ବିଭାଗର ମଧ୍ୟ ପୋଲିସ ମହାନିର୍ଦ୍ଦେଶକ ଦାୟିତ୍ବରେ ଥିଲେ । ଗତ ଅଗଷ୍ଟ ମାସ ୭ ତାରିଖରେ ରାଜ୍ୟ ସରକାର ତାଙ୍କୁ ଡିଜିପି ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରିଥିଲେ ।

{"id":187360,"sizeSlug":"large"}

ତତ୍କାଳୀନ ପୋଲିସ ମହାନିର୍ଦ୍ଦେଶକ ଡକ୍ଟର ଆର ପି ଶର୍ମାଙ୍କୁ ଲୋକାୟୁକ୍ତଭାବେ ନିଯୁକ୍ତ କରିବା ପରେ ବିକେ ଶର୍ମାଙ୍କୁ ଡିଜିଭାବେ ନିଯୁକ୍ତି ପ୍ରଦାନ କରାଯାଇଥିଲା । ୧୯୮୬ ବ୍ୟାଚର ଆଇପିଏସ ଅଧିକାରୀ ବିଜୟକୁମାର ଶର୍ମା ଡିଜି ହେବା ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପୋଲିସ ବିଭାଗର ବହୁ ଗୁରୁତ୍ବପୂର୍ଣ୍ଣ ପଦବୀରେ ଅବସ୍ଥାପିତ ଥିଲେ । ୧୯୯୯ରୁ ୨୦୦୬ ମସିହା ପର୍ଯ୍ୟନ୍ତ ବିକେ ଶର୍ମା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋରେ କାର୍ଯ୍ୟ କରିଥିଲେ । ୨୦୦୮ ମସିହାରେ ସେ କଟକ-ଭୁବନେଶ୍ବର ପୋଲିସ କମିଶନରେଟର କମିଶନରଭାବେ ଯୋଗ ଦେଇ ୨୦୧୨ ମସିହା ପର୍ଯ୍ୟନ୍ତ ଦୀର୍ଘ ୪ବର୍ଷ କାର୍ଯ୍ୟ କରିଥିଲେ ।

{"id":187361,"sizeSlug":"large"}

ଏହାପରେ  ସେ ଆଇଜି, ଅତିରିକ୍ତ ଡିଜି, ସ୍ବନ୍ତ୍ର ଡିଜିଭାବେ ଦୀର୍ଘ ୭ ବର୍ଷ ରାଜ୍ୟ କ୍ରାଇମ ବ୍ରାଞ୍ଚର ମୁଖ୍ୟଭାବେ ଦାୟିତ୍ବ ତୁଲାଇବା ପରେ ଅଗ୍ନିଶମ ବିଭାଗର ଡିଜି ଭାବେ ଅବସ୍ଥାପିତ ହୋଇଥିଲେ । ତେବେ ଅଗ୍ନିଶମ ବିଭାଗର ଡିଜି ଭାବେ କାର୍ଯ୍ୟକରୁଥିବାବେଳେ ସେ ଫାୟାର ସେଫ୍ଟି ସାର୍ଟିଫିକେଟ ପ୍ରଦାନ କ୍ଷେତ୍ରରେ ଏକ ଭିନ୍ନ ନୀତି ଗ୍ରହଣ କରିଥିଲେ । ଫଳରେ ଶହ ଶହ ଆବେଦନ ତାଙ୍କ କାର୍ଯ୍ୟାଳୟରେ ଅନୁମୋଦନ ନପାଇ ପଡି ରହିଥିଲା । ଏହାଫଳରେ ବହୁ ବ୍ୟକ୍ତି, ଶିଳ୍ପ ସଂସ୍ଥା ଅସୁବିଧାର ସମ୍ମୁଖୀନ ହେବା ସହ ସେମାନଙ୍କୁ ହତାଶାର ସମ୍ମୁଖୀନ ହେବାକୁ ପଡିଥିଲା ।

{"id":187362,"sizeSlug":"large"}

ସାଧାରଣ ଲୋକ ଏହା ଦ୍ବାରା ହଇରାଣ ହେବା ଫଳରେ ସରକାର ଏହାକୁ ଗୁରୁତର ସହ ଗ୍ରହଣ କରିଥିଲେ । ଫାୟାର ସେଫ୍ଟି ସାର୍ଟିଫିକେଟ ପ୍ରଦାନ କରିବାର କ୍ଷମତା କେବଳ ଡିଜିଙ୍କ ହାତରେ ରହିଥିଲା । ସାଧାରଣ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ଦୁଇଦିନ ତଳେ ଅଗ୍ନିଶମ ଡିଜିଙ୍କଠାରୁ ସେହି କ୍ଷମତା ପ୍ରତ୍ୟାହାର କରି କ୍ଷେତ୍ରୀୟ ଅଧିକାରୀଙ୍କୁ ପ୍ରଦାନ କରିଥିଲେ । ସରକାର ଘୋଷଣା କରିଥିଲେ ଯେ, ଏଥର କ୍ଷେତ୍ର ଅଧିକାରୀମାନେ ମଧ୍ୟ ଫାୟାର ସେଫ୍ଟି ସାର୍ଟିଫିକେଟ ପ୍ରଦାନ କରିପାରିବେ । ଏହାକୁ ଅନ ଲାଇନ କରିବା ଲାଗି ମଧ୍ୟ ସରକାର ଘୋଷଣା କରିଥିଲେ ।

{"id":187363,"sizeSlug":"large"}

ଫାୟାର ସେଫ୍ଟି ସାର୍ଟିଫିକେଟ ପ୍ରଦାନ କ୍ଷେତ୍ରରେ ଅଗ୍ନିଶମ ଡିଜିଙ୍କ କାର୍ଯ୍ୟାଳୟରେ ହତାଶାର ସମ୍ମୁଖୀନ ହୋଇଥିବା ବହୁ ଲୋକ ରାଜ୍ୟ ସରକାରଙ୍କ ନିକଟରେ ଅଭିଯୋଗ କରିଥିଲେ । ଲୋକଙ୍କ ଅଭିଯୋଗର ଗୁରୁତ୍ବକୁ ଉପଲବ୍ଧି କରିବା ପରେ ସରକାର ଏହି ଅନିୟମିତତା ସମ୍ପର୍କରେ ତଦନ୍ତ ଲାଗି ନିଷ୍ପତ୍ତି ନେଇଥିଲେ । ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ଗହ ସଚିବଙ୍କୁ ନେଇ ଏକ ସ୍ବତନ୍ତ୍ର କମିଟି ଏହି ଅନିୟମିତତାର ତଦନ୍ତ କରିବ ବୋଲି ସରକାର ଆଜି ହିଁ ସଂଧ୍ୟରେ ଘୋଷଣା କରିଥିଲେ ।

{"id":187364,"width":579,"height":579,"sizeSlug":"large"}

ଏହି ତଦନ୍ତ ନିର୍ଦ୍ଦେଶର ଅଳ୍ପ କିଛି ସମୟ ମଧ୍ୟରେ ବିଦେ ଶର୍ମାଙ୍କୁ ପୋଲିସ ମହାନିର୍ଦ୍ଦେଶକ ପଦରୁ ସରକାର ହଠାଇଥିବା ବିଜ୍ଞପ୍ତି ପ୍ରକାଶ କରିଥିଲେ । ତଦନ୍ତରେ ବାଧା ଉପୁଜିବା ଆଶଂକାରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଡିଜି ପଦରୁ ହଟାଇବା ପରେ ବିକେ ଶର୍ମାଙ୍କୁ ଗୃହ ବିଭାଗର ଓଏସଡିଭାବେ ଅବସ୍ଥାପିତ କରିଛନ୍ତି । ଏଥି ସହ  ସୁନୀଲ ରାୟଙ୍କୁ ଅଗ୍ନିଶମ ନିର୍ଦ୍ଦେଶକଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରିଛନ୍ତି ।

{"id":187367,"sizeSlug":"large"}
{"id":187368,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.