ପେସା ଚା' ବିକ୍ରି, କିନ୍ତୁ ନିଶା ସମାଜସେବା, ଅବହେଳିତ ପିଲାଙ୍କୁ ପାଠ ପଢାଇବା : ସେଥିପାଇଁ ପଦ୍ମଶ୍ରୀ ସମ୍ମାନ ପାଇବେ କଟକର ଡି.ପ୍ରକାଶ ରାଓ, ସର୍ବାଧିକ ଥର କରିଛନ୍ତି ରକ୍ତ ଦାନ

Published By : Prameya-News7 Bureau | January 26, 2019 IST

ପେସା ଚା ବିକ୍ରି କରିବା । କିନ୍ତୁ ନିଶା ସମାଜସେବା । ଏହି ସେବା ମନୋବୃତ୍ତି ପାଇଁ ପଦ୍ମଶ୍ରୀ ସମ୍ମାନ ପାଇବେ କଟକ ବକ୍ସିବଜାର ପେନସନ ଲେନର ଡି.ପ୍ରକାଶ ରାଓ । ଆସନ୍ତୁ ଦେଖିବା ତାଙ୍କ ଜୀବନ ଯାତ୍ରା । 

{"id":78389}

.ପ୍ରକାଶ ରାଓ । କଟକ ବକ୍ସିବଜାର ପେନସନ ଲେନରେ ଘର । ଦୀର୍ଘ ୫୪ ବର୍ଷ ତଳେ ବାପାଙ୍କ ଚା ଦୋକାନରୁ ଆରମ୍ଭ କରିଥିଲେ ବ୍ୟବସାୟ । ଦୋକାନରେ ଲୋକଙ୍କୁ ମିଠା କଥା କହି ମନ କିଣୁଥିବା ପ୍ରକାଶ ଦୋକାନ ବନ୍ଦ କରିବା ପରେ ସିଧା ଛୁଟି ଯାଆନ୍ତି କଟକ ବଡ ମେଡିକାଲକୁ । ସେଠାରେ ରୋଗୀ ଏବେ ସେମାନଙ୍କ ସମ୍ପର୍କୀୟଙ୍କୁ ଗରମ ପାଣି ଯୋଗାଇ ଦିଅନ୍ତି । ଯାହାର ରକ୍ତ ଆବଶ୍ୟକ ପଡେ ବିନା ଦ୍ବିଧାରେ ଦିଅନ୍ତି ।

{"id":78390}

ବର୍ତ୍ତମାନ ସୁଦ୍ଧା ସେ ୨୧୮ ଥର ରକ୍ତ ଦାନ କରିଥିବା ବେଳେ ୧୭ ଥର ପ୍ଲେଟଲେଟ ଦେଇ ସାରିଲେଣି । କେବଳ ଏତିକି ନୁହେଁ ବସ୍ତି ପିଲାଙ୍କ ପାଇଁ ଶିକ୍ଷାର ସୁଯୋଗ ସୃଷ୍ଟି କରିଛନ୍ତି ପ୍ରକାଶ । ନିଜ ଉଦ୍ୟମରେ ବସ୍ତି ପିଲାଙ୍କ ପାଇଁ ଗଢିଛନ୍ତି ଆଶା ଆଶ୍ବସନା ନାମକ ସ୍କୁଲ ।

{"id":78391}

ବର୍ତ୍ତମାନ ସେଠି ୮୦ରୁ ଅଧିକ ପିଲା ପାଠ ପଢୁଛନ୍ତି । ଏହି ସେବା ମନୋବୃତ୍ତି ପାଇଁ ଆଜି ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି ଡି.ପ୍ରକାଶ ରାଓ । ତେବେ ଏହି ସମ୍ମାନ ଅଧିକ ସେବା ଯୋଗାଇବାକୁ ଶକ୍ତି ଦେବ ବୋଲି ସେ କହିଛନ୍ତି ।

{"id":78392}

ପଦ୍ମଶୀ ସମ୍ମାନ ଘୋଷଣା ପରେ ବହୁ ବ୍ୟକ୍ତି ତାଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ଏହି ଖୁସିକୁ ପ୍ରକାଶ ନିଜ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସହ ପାଳନ କରିଛନ୍ତି ।

{"id":78393}

ତେବେ ନିଜ ଜୀବନର ସବୁ ସମୟ ସେବା କ୍ଷେତ୍ରରେ ଦେଇଥିବା ପ୍ରକାଶଙ୍କ ପତ୍ନୀ ମଧ୍ୟ ବେଶ୍ ଖୁସି । ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ଡି ପ୍ରକାଶଙ୍କ ଆଦର୍ଶ ଅନ୍ୟ ମାନଙ୍କୁ ସମାଜ ସେବା କ୍ଷେତ୍ରରେ ପ୍ରେରଣା ଯୋଗାଇବ ବୋଲି ଛାତ୍ରଛାତ୍ରୀ କହିଛନ୍ତି ।

{"id":78394}

ଆସନ୍ତା ଅଗଷ୍ଟ ୧୫ରେ ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିବେ ଡି.ପ୍ରକାଶ ରାଓ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.