Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଅନ୍ୟ ରାଷ୍ଟ୍ରରେ କେମିତି ଫସିଥିଲେ ଏହି ୪ଜଣ ଓ କେମିତି ସେମାନଙ୍କୁ ମୁକୁଳାଇଥିଲେ ସୁଷମା… ଜଣନ୍ତୁ ପୂରା ଘଟଣା

7/08/2019 at 9:04 PM

ନୂଆଦିଲ୍ଲୀ୭|୮: ବୈଦେଶିକ ମନ୍ତ୍ରୀ ଥିବା ବେଳେ ସୁଷମା ବିଦେଶରେ ଫସିଥିବା ଭାରତୀୟଙ୍କୁ ସହାୟତା ଯୋଗାଇ ଦେଇଥିଲେ ମୁମ୍ବାଇର ସଫ୍ଟୱେୟାର ଇଞ୍ଜିନିଅର ହୁଅନ୍ତୁ କି ଆଫଗାନିସ୍ତାନରୁ ଆତତାୟୀଙ୍କ କବଳରେ ପଡିଥିବା ମହିଳା ଅଥବା ପାକିସ୍ତାନରେ ଫସିଥିବା ମୁକ ବଧିର ଝିଅ ଗୀତା ସମସ୍ତଙ୍କୁ ମୁକୁଳିବାରେ ଦେବଦୂତ ଭଳି ଛିଡା ହୋଇଥିଲେ ସୁଷମା ସ୍ବରାଜ ଯଦିଓ ସେସବୁର ତାଲିକା ବେଶ ଲମ୍ବା, ତଥାପି କିଛି ଘଟଣା ଆଧାରରେ ଆମେ ଆପଣଙ୍କୁ ସ୍ମୃତି ତାଜା ପାଇଁ ଉଦ୍ୟମ କରିବୁ । ….

ଅନନ୍ତ ଯାତ୍ରାର ପଥିକ ସାଜିସାରିଛନ୍ତି ସୁଷମା ସ୍ବରାଜ । ୪୦ ବର୍ଷ ଧରି ବିଭିନ୍ନ ପଦପଦବୀରେ ରହିବା ସହ ବେଶ ଦକ୍ଷତାର ସହ କାର୍ଯ୍ୟନିର୍ବାହ କରିଛନ୍ତି । କିନ୍ତୁ ୨୦୧୪ରେ ମୋଦି କ୍ୟାବିନେଟର ପ୍ରଥମ ବୈଦେଶିକ ମନ୍ତ୍ରୀ ବନିବା ପରେ ସେ ବନିଯାଇଥିଲେ ସଙ୍କଟମୋଚକ । ବିଶ୍ବର ଯେକୌଣସି ପ୍ରାନ୍ତ ବି ହେଉନା କାହିଁକି, କୌଣସି ବି  ଭାରତୀୟ ଆଖିରେ ଲୁହ ଝରିଲେ ତାଙ୍କ ଛାତିରୁ ଲହୁ ଝରୁଥିଲା । ବିଶେଷ କରି ବିଦେଶରେଫସିଥିବାଭାରତୀୟଙ୍କପାଇଁସେଥିଲେଦେବଦୂତ। ୫ ବର୍ଷର ତାଙ୍କର କାର୍ଯ୍ୟକାଳ ଅବଧି ମଧ୍ୟରେ ଅନେକ ଭାରତୀୟଙ୍କୁ ସେ ମରଣମୁହଁରୁ ଉଦ୍ଧାର କରିଛନ୍ତି । ବଞ୍ଚିବାର ସବୁ ଆଶା ଛାଡ଼ି ସାରିଥିବା ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଭାରତ ଫେରାଇ ଆଣିଛନ୍ତି ।

ଏ ଝିଅଟିର ଫୋଟୋକୁ ପୂରା ବିଶ୍ବ ଦେଖିଥିଲା । ଏ  ହେଉଛନ୍ତି ଗୀତା, ଯାହା ସହିତ ମାଆ ଭଳି ବ୍ୟବହାର କରିଥିଲେ ସୁଷମା । ମୁକ- ବଧିର ଗୀତା ୭-୮ ବର୍ଷର ହୋଇଥିବା ବେଳେ ଲାହୋରରେ ସମଝୌତା ଏକ୍ସପ୍ରେସରୁ ପାକ୍ ରେଞ୍ଜର୍ସଙ୍କ ଦ୍ବାରା ଉଦ୍ଧାର ହୋଇଥିଲା । ଭୁଲରେ ଭାରତୀୟ ସୀମାକୁ ଡେଇଁ ପାକିସ୍ତାନରେ ପହଞ୍ଚିଥିବା ଗୀତାଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ସୁଷମା ଜୀ ଜାନ ଲଗାଇଥିଲେ । ଶେଷରେ ୨୦୧୫ରେ ଗୀତାଙ୍କୁ ଭାରତ ଆଣିବାରେ ସୁଷମା ସକ୍ଷମ ହୋଇଥିଲେ । ଏ ହେଉଛି ସେହି ସମୟର ଦୃଶ୍ୟ ଯେତେବେଳେ ସୁଷମାଙ୍କୁ ଭେଟି ଗୀତା କାନ୍ଦି ପକାଇଥିଲେ ଆଉ ଭାବୁକ ହୋଇ ପଡ଼ିଥିଲେ ସୁଷମା ।

ଗୀତାଙ୍କ ପରି ଆଉ ଏକ କାହାଣୀ ହେଉଛି ଉଜମାଙ୍କର । ଦିଲ୍ଲୀ ନିବାସୀ ଉଜମା ଚାକିରୀ ପାଇଁ ମାଲେସିଆ ଯାଇଥିଲେ । ମାଲେସିଆରୁ ତାହିର ଅଲ୍ଲୀ ନାମକ ଜଣେ ପାକିସ୍ତାନୀ ବ୍ୟକ୍ତିଙ୍କ ପ୍ରେମରେ ପଡ଼ି ପାକିସ୍ତାନ ଯାଇଥିଲେ ଉଜମା । ତେବେ ସେଠାରେ ତାହିରଙ୍କର ପୂର୍ବରୁ ୪ଟି ସନ୍ତାନ ଥିବା ଜାଣିବା ପରେ ବିବାହ ପାଇଁ ଉଜମା ରାଜି ହୋଇନଥିଲେ । ଏହା ପରେ ହିଁ ଉଜମାଙ୍କ ଉପରେ ଆକାଶ ଛିଣ୍ଡି ପଡ଼ିଥିଲା । ଶାରିରୀକ, ମାନସିକ ନିର୍ଯାତନା ସାଙ୍ଗକୁ ବନ୍ଧୁକ ମୁ ନରେ ତାଙ୍କୁ ବିବାହ ପାଇଁ ବାଧ୍ୟ କରାଯାଇଥିଲା । ଶେଷରେ ସୁଷମାଙ୍କ ସମ୍ପର୍କରେ ଆସିବା ପରେ ଉଜମାଙ୍କୁ ଉଦ୍ଧାର ଦୃଢ ନିଶ୍ଚିତ କରାଯାଇଥିଲା । ସୁଷମାଙ୍କ ପରିଶ୍ରମ ମଧ୍ୟ ସଫଳ ହୋଇଥିଲା । ମେ ୨୦୧୭ରେ ୱାଘା ବୋର୍ଡର ଦେଇ ଭାରତ ଫେରିବାରେ ସକ୍ଷମ ହୋଇଥିଲେ ଉଜମା । ଏ ହେଉଛି ସେତେବେଳର ଦୃଶ୍ୟ । 

ଲୋକଙ୍କ ପାଇଁ କେମିତି ସୁଷମାଙ୍କ ହୃଦୟ କାନ୍ଦୁଥିଲା ତାହାର ଆଉ ଏକ ବଳିଷ୍ଠ ଉଦାହରଣ ହେଉଛି ଏହି ତୃତୀୟ ଦୃଶ୍ୟ । ମୁ୍ମ୍ବାଇର ଯୁବ ଇଞ୍ଜିନିୟର ହମିଦ ଅନସାରୀ ପାକିସ୍ତାନ ଜେଲରେ ୬ ବର୍ଷ ଧରି ବନ୍ଦୀ ଥିଲେ। ଅନଲାଇନରେ ଜଣେ ଯୁବତୀଙ୍କ ସହ ବନ୍ଧୁତା ପରେ ଆଫଗାନିସ୍ତାନରୁ ବେଆଇନ ଭାବେ ପାକିସ୍ତାନରେ ପଶିଥିଲେ ହମିଦ । ପାକିସ୍ତାନ ମାଟିରେ ପାଦ ରଖିବା ପରେ ତାଙ୍କୁ ଗୁଇନ୍ଦାଗିରି ଅଭିଯୋଗରେ ଗିରଫ କରି ପେଶାୱର ଜେଲରେ ରଖାଯାଇଥିଲା । ହେଲେ ଶତ୍ରୁ ରାଷ୍ଟ୍ରରେ ବନ୍ଦୀଥିବା ଏହି ଭାରତୀୟ ଯୁବକଙ୍କୁ ମୁକ୍ତ କରିବାକୁ ସବୁ ଜୋର ଲଗାଇ ଦେଇଥିଲେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ। ତାଙ୍କୁ ମୁକ୍ତ କରିବା ପାଇଁ ଇସଲାମାବାଦ ଉପରେ ପ୍ରବଳ ଚାପ ପକାଇଥିଲା ନୂଆଦିଲ୍ଲୀ ।ନିଜେ ସବୁକାମରତଦାରଖ କରିଥିଲେ ସୁଷମା ସ୍ବରାଜ। ଆଉ ଶେଷରେ ଭାରତର ଦାବି ଆଗରେ ମୁଣ୍ଡ ନୁଆଁଇପାକିସ୍ତାନ ହମିଦ୍ଅନସାରୀଙ୍କୁଛାଡିଥିଲା। ସେଥିପାଇଁ ତ ଭାରତ ଫେରିବା ପରେ ସୁଷମାଙ୍କ ପାଦ ଛୁଇଁ କାନ୍ଦି ପକାଇଥିଲେ ହମିଦ ।

କେବଳ ସେତିକି ନୁହେଁ ଆଫଗାନିସ୍ତାନକାବୁଲରେ କିଛି ଅଜଣା ଆତତାୟୀଙ୍କ ଦ୍ବାରା ପଣବନ୍ଦୀ ଥିଲେ କୋଲକାତାର ଜୁଦିଥ ଡିସୁଜା । ତାଙ୍କୁ ମୁକ୍ତ କରିବା ଲାଗି ସବୁ ପ୍ରକାର ସହାୟତା ଯୋଗାଇ ଦେଇଥିଲେ ସୁଷମା ସ୍ବରାଜ । ଏହି ମହିଳାଙ୍କୁ କାବୁଲସ୍ଥିତ ଭାରତୀୟ ଦୂତାବାସ ସହ ଯୋଗାଯୋଗ ରକ୍ଷାକରି ସମସ୍ତ ପଦକ୍ଷେପ ନେଇଥିଲେ ସୁଷମା ସ୍ବାରଜ । ନୂଆଦିଲ୍ଲୀ ଚାପ ଫଳରେ ମାମଲାରେ ହସ୍ତକ୍ଷେପ କରିଥିଲେ ଆଫଗାନ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ । ଆତତାୟୀଙ୍କ କବଳରୁ ମୁକ୍ତ ହେବା ପରେ ଜୁଲାଇ ୨୩, ୨୦୧୬ ତାରିଖରେ ନୂଆଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ ଜୁଦିଥା । ତାଙ୍କୁ ସିଧା ନିଆଯାଇଥିଲା ସୁଷମାଙ୍କ ବାସଭବନ । ଯେଉଁଠି ଜୁଦିଥାଙ୍କୁ ଦେଖି ବେଶ ଭାବ ବିହ୍ବଳ ହୋଇଥିଲ ସୁଷମା  ଓ କହିଥିଲେ ଫେରି ଆସିଲା ଭାରତର ଝିଅ ।

ଏମତି ହିଁ ଥିଲେ ସୁଷମା । କହିବାକୁ ଗଲେ ତ ଜଣେ ରାଜନେତା । ହେଲେ ପ୍ରକୃତରେ ଦେଖିବାକୁ ମାନବ ସମ୍ବେଦନାରେ ଭରା ଜଣେ ମାଆ । ଯିଏ ନିଜର ପିଲାଙ୍କୁ କଷ୍ଟ ପାଉଥିବାର ଦେଖି ପାରୁ ନଥିଲେ । ମାତ୍ର ଅବଶୋଷ…ସୁଷମା ଏବେ କେବଳ ସ୍ମୃତିରେ ।

   Related Posts