ସୁଗାର ଲେବଲ୍ ବଢିଯାଉଛି କି? ପିଅନ୍ତୁ ତେଜପତ୍ର ଚା’, ମିଳିବ ଅନେକ ଫାଇଦା

Published By : Prameya-News7 Bureau | May 20, 2021 IST

ନୂଆଦିଲ୍ଲୀ ୨୦/୦୫: ତେଜ ପତ୍ରର ବ୍ୟବହାର ସାଧାରଣତଃ ରୋଷେଇ ଘରେ ହୋଇଥାଏ । ଏହି ପତ୍ର ସୁଗନ୍ଧରେ ପରିପୂର୍ଣ୍ଣ ଏବଂ ପାରମ୍ପାରିକ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ପ୍ରାୟତଃ ମସଲା ଭାବରେ ବ୍ୟବହୃତ ହୋଇଥାଏ କିନ୍ତୁ ଆପଣ ଜାଣନ୍ତି କି ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ ।

{"width":713,"height":404}
तेज पत्ता औषधीय गुणों का भंडार है। चित्र: शटरस्टॉक

ତେଜ ପତ୍ର ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ଏ, ସି, ଆଇରନ୍, ପୋଟାସିୟମ୍, କ୍ୟାଲସିୟମ୍ ଏବଂ ମ୍ୟାଗ୍ନେସିୟମ୍ ର ଏକ ଉତ୍ତମ ଉତ୍ସ । ଏହି କାରଣରୁ ଏହା ପେଟର ପାକସ୍ଥଳୀ ପାଇଁ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଥାଏ । ଏହା ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି ଡାଇବେଟିସ୍, ଡାଇୟୁରେଟିକ୍ ଏବଂ ଭୋକ ବଢାଇବା ପାଇଁ ସହାୟକ ହୋଇଥାଏ ।

ଜାନୁୟାରୀ ୨୦୦୯ ରେ କ୍ଲିନିକାଲ୍ ବାୟୋକେମିଷ୍ଟ୍ରି ଆଣ୍ଡ ନ୍ୟୁଟ୍ରେସନରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ ତେଜ ପତ୍ର ଟାଇପ୍-୨ ଡାଇବେଟିସ୍ ସହିତ ଗ୍ଲୁକୋଜ୍ ଏବଂ ଲିପିଡ ପ୍ରୋଫାଇଲରେ ଉନ୍ନତି ଆଣିଥାଏ । ତେଣୁ, ଟାଇପ୍-୨ ମଧୁମେହର ଚିକିତ୍ସାରେ ତେଜ ପତ୍ର ଚା ଅତ୍ୟନ୍ତ ପ୍ରଭାବଶାଳୀ ଏବଂ ଇନସୁଲିନ୍ ସମ୍ବେଦନଶୀଳତାକୁ ଉନ୍ନତ କରିଥାଏ ।

ତେଜପତ୍ର ମଧ୍ୟ ପାକସ୍ଥଳୀକୁ ଉତ୍ତେଜିତ କରି ପରିସ୍ରାକୁ ପ୍ରୋତ୍ସାହିତ କରି ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ । କୋଷ୍ଠକାଠିନ୍ୟକୁ ରୋକିବା ପାଇଁ ଏହା ବହୁତ ପ୍ରଭାବଶାଳୀ ।

ତେଜପତ୍ର ଚା ହେଉଛି ଭିଟାମିନ୍ ସି ର ଉତ୍ସ, ଯାହା ଇମ୍ୟୁନ ସିଷ୍ଟମ୍ ପାଇଁ ଭଲ ହୋଇଥାଏ ଏବଂ ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଥାଏ, ଯାହା ସଂକ୍ରମଣକୁ ଦୂରେଇ ରଖିଥାଏ ।

ଏହି ଚା’ରେ ଡାଲଚିନ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥାଏ । ଯାହା ମେଟାବୋଲିଜିମ୍ କୁ ପ୍ରୋତ୍ସାହିତ କରେ ଏବଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

ଏହି ଯାଦୁକରୀ ପତ୍ର ଆପଣଙ୍କ ଚାପ ସ୍ତରକୁ ହ୍ରାସ କରିଥାଏ । ଏହାର ଔଷଧୀୟ ଗୁଣ ହେତୁ କିଛି ଲୋକ କ୍ୟାନ୍ସର ରୋଗର ଚିକିତ୍ସା ପାଇଁ ତେଜପତ୍ର ଚା ବ୍ୟବହାର କରିଥାନ୍ତି ।

ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ତେଜପତ୍ର ଚା’ :

୩ଟି ତେଜପତ୍ର

ଏକ ଚିମୁଟା ଡାଲଚିନ ପାଉଡର

୨ କପ୍ ପାଣି

ଲେମ୍ବୁ ଏବଂ ମହୁ

ଏକ ପାତ୍ରରେ ପାଣି ଗରମ କରନ୍ତୁ । ସେଥିରେ ତେଜ ପତ୍ରକୁ ଡାଲଚିନ ପାଉଡର ପକାନ୍ତୁ । ଏହାକୁ ୧୦ ମିନିଟ୍ ପର୍ଯ୍ୟନ୍ତ ଗରମ କରନ୍ତୁ । ଏହାପରେ ତାକୁ ଛାଣି କପରେ ରଖନ୍ତୁ ଏବଂ ସ୍ୱାଦ ଅନୁସାରେ ଲେମ୍ବୁ ଆଉ ମହୁ ମିଶାନ୍ତୁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.