ଶୀଘ୍ର ଚର୍ବି କମ୍ କରିଥାଏ ଡାଲଚିନି ଓ ମହୁ: ଔଷଧୀୟ ଗୁଣରେ ଭରପୁର, ଜାଣନ୍ତୁ ଉପାୟ

Published By : Prameya-News7 Bureau | June 08, 2021 IST

ଭୁବନେଶ୍ୱର ୦୮/୦୬ : ସୁସ୍ଥ ରହିବ ପାଇଁ ସ୍ୱାସ୍ଥ୍ୟକର ଭୋଜନ ଆବଶ୍ୟକ । ଠିକ୍ ସେହିଭଳି ଶରୀରର ଓଜନ ଠିକ ରଖିବାକୁ ମଧ୍ୟ ସଠିକ ଭୋଜନ ଓ ବ୍ୟାୟାମ ଆବଶ୍ୟକ । ମୋଟାପଣ କମ କରିବାକୁ ଅନେକ ଘରୋଇ ଉପଚାର ମଧ୍ୟ ରହିଛି । ବାଲାନ୍ସ ଡାଏଟ୍ ଓ ନିୟମିତ ବ୍ୟାୟାମ ଦ୍ୱାରା ଶରୀର ଅତ୍ୟଧିକ ଚର୍ବି କମ କରାଯାଇପାରିବ । ପେଟ ଚର୍ବି କମ କରିବାକୁ ଆପଣ ନିଜ ଡାଏଟରେ ଡାଲଚିନି ଓ ମହୁ ଚା' ସାମିଲ କରିପାରିବେ । ଏହି ଘରୋଇ ଉପଚାର ସହଜରେ ଚର୍ବି କମ କରିବାରେ ସାହାଯ୍ୟ କରିଥାଏ ।

{"id":463318,"sizeSlug":"large","linkDestination":"none"}

ମହୁ ଭଳି ଡାଲଚିନିରେ ମଧ୍ୟ ଅନେକ ଔଷଧୀୟ ଗୁଣ ରହିଛି । ଡାଲଚିନିରେ ଆଣ୍ଟିମାଇକ୍ରୋବାୟଲ୍ ଏବଂ ଆଣ୍ଟିପାରାସିଟିକ୍ ଗୁଣ ରହିଛି। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଅଛି ଯାହା ବିଭିନ୍ନ ରୂପରେ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ । ଏହା ଉଚ୍ଚ ରକ୍ତଚାପ ଓ କୋଲେଷ୍ଟ୍ରୋଲ କମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ମେଟାବୋଲିଜିମ୍ ବୃଦ୍ଧି କରିବାରେ ଏବଂ ଇନସୁଲିନ୍ ଫଙ୍କସନରେ ଉନ୍ନତି ଆଣିବାରେ ସାହାଯ୍ୟ କରେ ଯାହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ଡାଲଚିନି ଭୋଜନ ଲାଳସା ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ମହୁରେ ଅତ୍ୟାବଶ୍ୟକ ଭିଟାମିନ୍ ଏବଂ ମିନେରାଲ୍ସ ଅଛି ଯାହା ଭୋକକୁ ଦମନ କରୁଥିବା ହରମୋନକୁ ସକ୍ରିୟ କରିଥାଏ । ଏହା ଓଜନ କମ୍ କରିବାକୁ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ମହୁରେ ଆଣ୍ଟିଅକ୍ସିଡାଣ୍ଟ ଅଛି ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ । ପୋଡାଜଳା ଏବଂ କ୍ଷତ ଚିକିତ୍ସାରେ ମଧ୍ୟ ଏହା ଅତ୍ୟନ୍ତ ପ୍ରଭାବଶାଳୀ । ମହୁ ମେଟାବୋଲିଜିମ୍ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ଏବଂ ଚର୍ବି କମ୍ କରିଥାଏ ।

{"id":463319,"sizeSlug":"large","linkDestination":"none"}

ଡାଲଚିନି ଚା' - ଏକ କପ୍ ପାଣି ଗରମ କରିବେ । ପାଣିରେ ଅଧା ଚାମଚ୍ ଡାଲଚିନି ପାଉଡର ପକାଇ ଥଣ୍ଡା କରିଦେବେ । ଏହି ପାଣିରେ ଗୋଟିଏ ଚାମଚ ମହୁ ମିସାଇବେ । ତାପରେ ଏହାକୁ ସେବନ କରିବେ । ପେଟ ଚର୍ବି କମ୍ କରିବାରେ ଏହା ଲାଭଦାୟକ ।

ଏହି ଚା' ସକାଳେ ସେବନ କରିପାରିବେ । ଜଳଖିଆ କରିବାର ଅଧା ଘଣ୍ଟା ପୂର୍ବରୁ ଏହି ଚା' ସେବନ କରିପାରିବେ । ଏହା ଆପଣ ଅପରାହ୍ନ ଭୋଜନ ସମୟରେ ମଧ୍ୟ ସେବନ କରିପାରିବେ ।
ବ୍ୟାୟାମ ପୂର୍ବରୁ ଡାଲଚିନି ମହୁ ଚା' ସେବନ କରିବା ଦ୍ୱାରା ବ୍ୟାୟାମ କରିବାକୁ ଶକ୍ତି ମିଳିଥାଏ । ରାତିରେ ଶୋଇବା ପୂର୍ବରୁ ମଧ୍ୟ ଆପଣ ଏହି ଚା' ପିଏପରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.