ଅଗଷ୍ଟ ମାସରେ ଏହି ସବୁଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ପୁରା ଛୁଟି ତାଲିକା

Published By : Prameya-News7 Bureau | August 01, 2019 IST

ଅଗଷ୍ଟମାସରେ ଜାତୀୟ ଦିବସ ସମେତ ଦେଶରେ ଅନେକ ପର୍ବ ପର୍ବାଣୀ ପାଳିତ ହେବ । ଏଣୁଏହି ସବୁ ଦିନ ଗୁଡିକରେ ଜାତୀୟକରଣ ସମେତ ଘରୋଇ କ୍ଷେତ୍ରର ବ୍ୟାଙ୍କବି ଛୁଟି ରହିବ। ଏଣୁ ଆଗୁଆ ଛୁଟି ଦିନଗୁଡିକୁ ଦେଖି ବ୍ୟାଙ୍କ କାମ କରିଦେଇଥିଲେ ଛୁଟିରେ ଆଉ ଗ୍ରାହକଙ୍କୁ ଇରାଣ ହେବାକୁ ପଡିବ ନାହିଁ। ତେବେ ଏହି ମାସରେ ବ୍ୟାଙ୍କଗୁଡିକ ପାଖାପାଖି ୮ ଦିନ ବନ୍ଦ ରହିବେ। ଏଣୁବ୍ୟାଙ୍କ ଛୁଟି ଦିବସ ଗୁଡିକ ନିମ୍ନରେ ପ୍ରଦାନ କରାଗଲା। 

{"id":139809,"width":576,"height":341}

ଏହି ମାସରେ ଇଦ, ରକ୍ଷାବନ୍ଧନ ସମେତ ସ୍ୱାଧୀନତା ଦିବସ ଓ ଜନ୍ମାଷ୍ଟମୀ ଭଳି ଉତ୍ସବ ସବୁ ପାଳିତ ହେବ।  ପୃଥକ ପୃଥକ ରାଜ୍ୟରେ ଏଥି ପାଇଁ ଛୁଟି ଅଲଗା ଅଲଗା ପ୍ରଦାନ କରାଯାଏ। ଏଣୁ ବ୍ୟାଙ୍କ ସମ୍ବଦ୍ଧିତ କାର୍ଯ୍ୟ ନିମନ୍ତେ ଗ୍ରାହକଙ୍କୁ ଏହି ମାସରେ ଯୋଜନାବଦ୍ଧ ଭାବେ କାର୍ଯ୍ୟକରିବାକୁ ପଡିବ। ତେବେ ଆସନ୍ତୁ ଜାଣିବା ଅଗଷ୍ଟମାସରେ କେଉଁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ।

{"id":139810,"width":577,"height":359}

ବ୍ୟାଙ୍କ ଛୁଟି ଅଗଷ୍ଟ ୩ ତାରିଖରୁ ଆରମ୍ଭ ହେବ। ଏହି ଦିନ ହରିୟାଣାରେ ହରିୟାଲୀ ତିଜ ଉତ୍ସବ ପାଳନ କରାଯିବ। ଏଣୁ ରାଜ୍ୟରେ ସରକାରୀ ଛୁଟି ପାଳିତ ହେଉଥିବା ବେଳେ ପଞ୍ଜାବ ଓ ହରିୟାଣାରେ ବ୍ୟାଙ୍କ ମଧ୍ୟ ଛୁଟି ରହିବ। ଏଣୁ ଉତ୍ତର ଭାରତର ଏହି ଦୁଇ ରାଜ୍ୟରେ ବ୍ୟାଙ୍କ କାରବାର ପ୍ରଭାବିତ ହେବ। ଚଳିତବର୍ଷ ସ୍ୱାଧୀନତା ଦିବସ ଓ ରକ୍ଷା ବନ୍ଧନ ଗୋଟିଏ ଦିନରେ ପଡୁଛି। ଏଣୁ ଅଗଷ୍ଟ ୧୫ ତାରିଖ ଗୁରୁବାର ଦିନ ବ୍ୟାଙ୍କ ବନ୍ଦ ରହିବ। ସେହିପରି ଅଗଷ୍ଟ ୧୭ ତାରିଖ ଶନିବାର ପାରସୀ ନ୍ୟୁ ଇୟର ପାଳିତ ହେବ। ଏଣୁ ମହାରାଷ୍ଟ୍ରର ମୁମ୍ବାଇରେ ସମସ୍ତ ବ୍ୟାଙ୍କ ବନ୍ଦ ରହିବ।

{"id":139811}

୨୦ ଅଗଷ୍ଟ ମଙ୍ଗଳବାର ଶ୍ରୀଶ୍ରୀ ମାଧବ ଦେବ ତିଥି ଯୋଗୁ ଆସାମରେ ବ୍ୟାଙ୍କ ବନ୍ଦ ରହିବ। ଏଣୁ ରାଜ୍ୟରେ ବ୍ୟାଙ୍କ କାର୍ଯ୍ୟ ପ୍ରଭାବିତ ହେବ। ୨୩ ଅଗଷ୍ଟ ଶୁକ୍ରବାର ସାରା ଦେଶରେ ଜନ୍ମାଷ୍ଟମୀ ପାଳିତ ହେବ। ଏଣୁ ସମସ୍ତ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ। ଅଗଷ୍ଟ ୨୮ ଆୟଂକାଲୀ ଜୟନ୍ତୀ ନିମନ୍ତେ କେରଳରେ ସାର୍ବଜନିକ ଛୁଟି ପାଳିତ ହେବ। ଏଣୁ ଏଠାରେ ମଧ୍ୟ ବ୍ୟାଙ୍କ କାର୍ଯ୍ୟ ପ୍ରଭାବିତ ହେବ। ୩୧ ଅଗଷ୍ଟ ପଞ୍ଜାବରେ ପ୍ରକାଶ ଉତ୍ସବଯୋଗୁ ରାଜ୍ୟରେ ସାର୍ବଜନିକ ଛୁଟି ସହ ବ୍ୟାଙ୍କ ମଧ୍ୟ ବନ୍ଦ ରହିବ।

{"id":139812,"width":584,"height":327}

ଅଗଷ୍ଟମାସରେ ୪ଟି ଶନିବାର ଓ ୪ଟି ରବିବାର ପଡୁଛି। ଏହା ଛଡ ଦ୍ୱିତୀୟ ଓ ଚତୁର୍ଥ ଶନିବାର ମଧ୍ୟ ବ୍ୟାଙ୍କ ବନ୍ଦ ରହିବ। ଅଗଷ୍ଟ ୧୦ରେ ଦ୍ୱିତୀୟ ଓ ୨୪ରେ ଚତୁର୍ଥ ଶନିବାର ପଡୁଥିବାରୁ ବ୍ୟାଙ୍କ ବନ୍ଦ ରହିବ । ଏଣୁ ଏହି ସବୁ ଦିନକୁ ଦୃଷ୍ଟିରେ ରଖି ଆଗୁଆ ବ୍ୟାଙ୍କ କାମ ସାରିଦେବା ବୁଦ୍ଧିମାନର କାମ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.