ଆପଣ ଜାଣନ୍ତିକି ଆମେରିକାରେ ଗୋଟିଏ ଅଣ୍ଡାର ଦର କେତେ, ଯଦି ଜାଣି ନାହାନ୍ତି ଆସନ୍ତୁ ଜାଣିବା

Published By : Prameya-News7 Bureau | July 13, 2019 IST

ସାରା ବିଶ୍ୱରେ ଅଣ୍ଡା ଏକ ଆବଶ୍ୟକ ଖାଦ୍ୟ ପଦାର୍ଥ। ବିଭିନ୍ନ ଦେଶରେ ଏହାର ଦର ଭିନ୍ନ ଭିନ୍ନ । ଆମ ଦେଶରେ ଗୋଟିଏ ଅଣ୍ଡା ପାଖାପାଖି ୬ଟଙ୍କାରେ ବିକ୍ରି ହେଉଛି। ଯଦି ଆମେ ବୟେଲ୍ଡ ଅଣ୍ଡା କିଣୁଛେ ତ ଏଥି ନିମନ୍ତେ ଅଧିକ ୧ ବା ୨ ଟଙ୍କା ଦେବାକୁ ପଡୁଛି। ତେବେ ଏହି ଦର ଆମେରିକାରେ କେତେ ଜାଣନ୍ତି ? ଆମେରିକାରେ ଗୋଟିଏ ଅଣ୍ଡାର ମୂଲ୍ୟ ମାତ୍ର ୮ ଟଙ୍କା। ହଁ ଆମେରିକା ଭଳି ଦେଶରେ ଗୋଟିଏ ଅଣ୍ଡାକୁ ଲୋକେ ୮ ଟଙ୍କା ଦେଇ କିଣୁଛନ୍ତି।

{"id":133168,"width":580,"height":386}

ଆମେରିକାରେ ଅଣ୍ଡାର ଦର ହୁଏତ ଶସ୍ତା ହୋଇଥାଇପାରେ ବୋଲି ଅନେକ ଭାବନ୍ତି। କିନ୍ତୁ ଆମେରିକା ଅପେକ୍ଷା ଆମ ଦେଶରେ ଅଣ୍ଡାର ମୂଲ୍ୟ କିନ୍ତୁ କମ୍। ଆମେରିକାରେ ଲୋକେ ସକାଳ ଜଳଖିଆ ପାଇଁ ଅଣ୍ଡା ନିତ୍ୟାନ୍ତ ଆବଶ୍ୟକ କରିଥାନ୍ତି। ଏକ ପ୍ରଚଳିତ ଆପ୍ତ ବାକ୍ୟ ଅନୁସାରେ’ଫ୍ରମ ଏଗ୍ ଟୁ ଆପେଲ ’ ଅର୍ଥାତ ଗୋଟିଏ ମିଲ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ।  ଲୋକେ ସକାଳର ଜଳଖିଆରୁ ଅଣ୍ଡା ଆରମ୍ଭ କରି ରାତ୍ରି ଭୋଜରେ ଶେଷ କରନ୍ତି।  ଏହା ଛଡା ମେଦ ବହୁଳତା ହ୍ରାସ ପାଇଁ ଅନେକ ଅଣ୍ଡାକୁ ସେମାନଙ୍କଦୈନିକ ଖାଦ୍ୟରେ ମଧ୍ୟ ସାମିଲ କରୁଛନ୍ତି। ଏଣୁ ଅଣ୍ଡାର ଚାହିଦା ଯୋଗୁ ଦେଶରେ ଦର ପ୍ରାୟତଃ ଉଚ୍ଚ ରହେ।

{"id":133169}

କେଶର ବାଦ ଦେଇ ଅଣ୍ଡା ଖାଇଲେ ମେଦ ବହୁଳତା ହ୍ରାସ ହୁଏ ବୋଲି ଅନେକଙ୍କ ଧାରଣା। ଏଣୁ ଦେଶର ଜନ ସଂଖ୍ୟାର ଏକ ବୃହତ୍ତ ଭାଗ ଏବେ ମେଦ ବହୁଳତାର ଶିକାର ହୋଇଥିବା ବେଳେ ବ୍ୟାୟାମ ସହ ଅଣ୍ଡାକୁ ସେମାନଙ୍କର ଦୈନିକ ଖାଦ୍ୟରେ ସଂଯୁକ୍ତ କରିଛନ୍ତି। ଏହା ଛଡା ଦେଶର ଲୋକ ପର୍ବପର୍ବାଣୀରେ ବି ଅଣ୍ଡାର ବ୍ୟବହାର ବହୁଳ। ନିକଟରେ ଅନୁଷ୍ଠିତ ଇଷ୍ଟର ସଣ୍ଡେରେ ବିପୁଳ ଅଣ୍ଡା ବ୍ୟବହାରକରିଛନ୍ତି ଲୋକେ।  ଏଣୁ ଦେଶରେ ଅଣ୍ଡାର ଦର ରହିବା ସ୍ୱଭାବିକ କଥା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.