ଗୁରୁ ପୂର୍ଣ୍ଣିମାରେ ଦୁର୍ଲଭ ଚନ୍ଦ୍ରଗ୍ରହଣ, ୧୪୯ ବର୍ଷ ପରେ ମହାଯୋଗ, ପାର୍କୃତିକ ବିତ୍ପାତ ସାଙ୍ଗକୁ ବଢିପାରେ ଦେଶଦେଶ ମଧ୍ୟରେ ଉତ୍ତେଜନା
15/07/2019 at 4:13 PM

ଜୁଲାଇ ୧୬ ତାରିଖ ମଙ୍ଗଳବାର ଗୁରୁପୂର୍ଣ୍ଣିମାରେ ପୁଣି ଥରେ ସେହିଭଳି ଯୋଗ ସୃଷ୍ଟି ହୋଇଛି, ଯାହା ୧୪୯ ବର୍ଷ ପୂର୍ବେ ସଂଗଠିତ ହୋଇଥିଲା। ଏଭଳି ଗ୍ରହସ୍ଥିତି ପ୍ରାକୃତିକ ବିତ୍ପାତମାନଙ୍କର କାରକ ହେବା ସାଙ୍ଗକୁ ଉତ୍ତେଜନା ସୃଷ୍ଟିକାରୀ ବୋଲି ଆକଳନ କରିଛନ୍ତି ଜ୍ୟୋତିଷାଚାର୍ଯ୍ୟମାନେ। ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ସମେତ ଗୋଟିଏ ରାଶିରେ ୪ଟି ବୀପରିତ ଗ୍ରହଙ୍କ ଉପସ୍ଥିତି ଜାତକଙ୍କ ରାଶିକୁ ପ୍ରଭାବିତ କରିବ।

ଜ୍ୟୋତିଷଙ୍କ ଅନୁସାରେ ୧୪୯ ବର୍ଷ ପୂର୍ବେ ୧୮୭୦ ମସିହା ଜୁଲାଇ ୧୨ ତାରିଖ ଦିନ ଗୁରୁପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ସଂଗଠିତ ହୋଇଥିଲା। ସେହି ଦିନ ଚନ୍ଦ୍ର ଶନି ଓ କେତୁଙ୍କ ସହ ଧନୁ ରାଶିରେ ଅବସ୍ଥାନ କରିଥିଲେ। ସେପଟେ ସୂର୍ଯ୍ୟ ଓ ରାହୁ ଏକତ୍ର ମିଥୁନ ରାଶିକୁ ପ୍ରବେଶ କରିଥିଲେ। ଜାତକଙ୍କ ଉପରେ ଏହି ଚନ୍ଦ୍ରଗ୍ରହଣର ପ୍ରଭାବ ୩ ବର୍ଷ ପର୍ଯ୍ୟନ୍ତ ରହିବ। ଯେଉଁମାନଙ୍କ ପାଇଁ ଗ୍ରହଣ ଶୁଭକାରକ ସେମାନେ ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତ କରିବେ। ସେହିଭଳି ଯେଉଁ ରାଶିଙ୍କ ପ୍ରତି ଅଶୁଭତ୍ୱ ରହିଛି ସେମାନେ ପୂଜାପାଠ ପୂର୍ବକ ଗ୍ରହ ଶାନ୍ତି କରାଇ ପାରନ୍ତି।

ଗ୍ରହଙ୍କ ଏଭଳି ସ୍ଥିତି ଯୋଗୁ ଗ୍ରହଣର ପ୍ରଭାବ ଗୁରୁତର ରହିବ। କାରଣ ଶୁକ୍ର, ଶନି, ରାହୁ ଓ କେତୁଙ୍କ ବଳୟରେ ସୂର୍ଯ୍ୟ ରହୁଥିବା ବେଳେ ମଙ୍ଗଳ ନିଚସ୍ଥ ହେବେ। ପରସ୍ପର ବୀପରିତ ଗ୍ରହଙ୍କ ଏଭଳି ଉପସ୍ଥିତି ଆଗାମୀ ଦିନମାନଙ୍କରେ ପ୍ରାକୃତିକ ବିତ୍ପାତର କାରଣ ହେବ। ମେଷ, ସିଂହ, ବୃଶ୍ଚିକ ଓ ମିନ ରାଶି ଉପରେ ଗ୍ରହଣର ସାମାନ୍ୟ ପ୍ରଭାବ ରହିବ। ସେହିପରି ମିଥୁନ, ତୁଳା, ମକର ଓ କୁମ୍ଭ ରାଶି ଉପରେ ଗ୍ରହଣର ଦୁସ୍ପ୍ରଭାବ ପଡୁଥିବା ବେଳେ ବୃଷ, କର୍କଟ, ଧନୁ ଓ କନ୍ୟା ରାଶି ଉପରେ ଗ୍ରହଣର ମିଶ୍ରିତ ପ୍ରଭାବ ପଡିବ ବୋଲି ଜ୍ୟୋତିଷୀୟ ଭବିଷ୍ୟବାଣୀ କରାଯାଇଛି।

ଗ୍ରହଣ ଯୋଗୁ ସୂତକ ଲାଗୁଥିବାରୁ ଗ୍ରହଣ ପରେ, ସ୍ନାନ, ଦାନ, ହୋମ ଓ ଯଜ୍ଞ ଆଦି କରଣୀୟ। ତେବେ ଗ୍ରହଣର ସମୟ ଓ ସ୍ଥାନ ଅନୁସାରେ ସୂତକ ସମୟ ଧରାଯାଉଥିବା ଯୋଗୁ ସ୍ଥାନୀୟ ପ଼ଞ୍ଜିକା ଅନୁସାରେ ସୂତକର କାଳ ନିର୍ଦ୍ଧାରଣ କରାଯାଇପାରେ ବୋଲି ଜ୍ୟୋତିଷମାନେ କହିଛନ୍ତି।