ତେବେ ଭାରତଠାରୁ କେଉଁସବୁ ସାମଗ୍ରୀ କିଣୁଥିଲା ପାକିସ୍ତାନ, ଦେଖନ୍ତୁ ଏହାର ତାଲିକା

Published By : Prameya-News7 Bureau | August 09, 2019 IST

ନୂଆଦିଲ୍ଲୀ : କାଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ପ୍ରତ୍ୟାହୃତ ହେବା ପରେ ପାକିସ୍ତାନକୁ ଝଟକା ଲାଗିଛି। ଏଥିରେ ବ୍ୟତିବ୍ୟସ୍ତ ପାକ୍ ସରକାର ଭାରତ ସହ ସମସ୍ତ ରାଜନୈତିକ ଓ ବ୍ୟବସାୟୀକ ସମ୍ପର୍କ ଛିନ୍ନ କରିଛି। ତେବେ ଭାରତ ଓ ପାକ୍ ମଧ୍ୟରେ ଥିବା ବାଣିଜ୍ୟିକ ସମ୍ପର୍କ ଓ ଏଥିରେ ଆମଦାନୀ ରପ୍ତାନୀ ହେଉଥିବା ସାମଗ୍ରୀ ସମ୍ପର୍କରେ ଆସନ୍ତୁ ଜାଣିବାକ କିଛି ରୋଚକ ତଥ୍ୟ।

{"id":142686}

ପାକିସ୍ତାନ ସହ ଭାରତର ବ୍ୟବସାୟୀକ ସମ୍ପର୍କ ଏତେବଡ ନୁହେଁ। ତେବେ ପାକ୍ ତାର ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଭାରତରୁ ହିଁ ରପ୍ତାନୀ କରିଥାଏ। କାରଣ ଅପେକ୍ଷା କୃତ କମ ଦାମ ଓ ଉଚ୍ଚମାନ ଯୋଗୁ ସେ ଏହି ସବୁ ସାମଗ୍ରୀ ପଡିଶା ଦେଶରୁ ଆମଦାନୀ କରିଥାଏ। ହେଲେ ଭାରତ ପାକିସ୍ତାନରୁ ଆମଦାନୀ କମ ଓ ରପ୍ତାନୀ ଅଧିକ କରିଥାଏ। ୨୦୧୮-୧୯ର ଉଭୟ ଦେଶଙ୍କ ବ୍ୟବସାୟୀକ ସମ୍ପର୍କ ସୀକ୍ଷା କଲେ ଏହା ଅଧିକ ସ୍ପଷ୍ଟ ଜଣାପଡୁଛି। ଏହି ସମୟରେ ଭାରତ ୪୯.୫କୋଟି ଡଲାର ମୂଲ୍ୟର ସାମଗ୍ରୀ ଆମଦାନୀ କରିଥିବା ବେଳେ ପାକିସ୍ତାନକୁ ପଠାଇଥିଲା ୨୦୬.୭ କୋଟି ଡଲାରର ସାମଗ୍ରୀ।

{"id":142687}

ତେବେ ପାକିସ୍ତାନରୁ ଭାରତର ଆମଦାନୀରେ ଫଳ, ସିମେଣ୍ଟ,ସାର, ଖଣିଜ ଉତ୍ପାଦ, କିଛି ରସାୟନିକ ଦ୍ରବ୍ୟ ଓ ଚମଡା ସାମଗ୍ରୀ ଆଣିଥାଏ। ବଦଳରେ ଦେଇଥାଏ ରସାୟନିକ ପଦାର୍ଥ, କଳ, ଯନ୍ତ୍ରାଂଶ, ରବର, ପ୍ଲାଷ୍ଟିକ, ତୁଳା,କଟନ ସୂତା, ହାତ ତିଆରି ସୂତା ଓ ଡାଇ ସମେତ ଅନେକ ସାମଗ୍ରୀ । ତେବେ ପାକିସ୍ତାନରୁ ଆମଦାନୀ ବନ୍ଦ ହେଲେ ଭାରତ ଉପରେ ଏହାର ସେତେଟା ପ୍ରଭାବ ପଡିବନି କି ବଜାର ପ୍ରଭାବିତ ହେବାର ଆଶଙ୍କା ନାହିଁ। ହେଲେ ପାକିସ୍ତାନ ଏହି ସବୁ ସାମଗ୍ରୀ ଲାଗି ଅନ୍ୟ ଦେଶ ଉପରେ ନିର୍ଭର କଲେ ଦେଶର ଅର୍ଥନୀତି ମାଟି ସାଉଁଟିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.